କଜଳପାତିଆରୁ ଚାଲାଣ ହେଉଛି ସବୁଜ ଗେଣ୍ଡା

ମହାକାଳପଡ଼ା, ୧୦ା୧୦ (ପ୍ରତାପ ଚନ୍ଦ୍ର ସ୍ବାଇଁ):ଉପରମୁଣ୍ଡରୁ ବନ୍ୟାଜଳ ସମୁଦ୍ରରେ ମିଶିଲେ ବିରଳ ପ୍ରଜାତିର ସବୁଜ ଗେଣ୍ଡା ମାଟି ଗୋଳି ପାଣି ଖାଇଥାନ୍ତି। ବିଶେଷକରି ବର୍ଷାଦିନରେ ଏହି ଗେଣ୍ଡା ମହାନଦୀ ଅବବାହିକା ତ୍ରିକୋଣଭୂମି ଅଞ୍ଚଳର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ବହୁସଂଖ୍ୟାରେ ବାଲିଆ ଦୋରସା ପଟୁ ମାଟିରେ ଦେଖିବାକୁ ମିଳନ୍ତି। ଏହାର ସୁଯୋଗ ନେଇ କେତେଜଣ ମତ୍ସ୍ୟଜୀବୀ ଅତି ଚତୁରତାର ସହ ଛୋଟ ଡିଙ୍ଗିରେ ସମୁଦ୍ର କୂଳରୁ ସବୁଜ ଗେଣ୍ଡା ସଂଗ୍ରହ କରିଥାନ୍ତି। ବିଦେଶରେ ସବୁଜ ଗେଣ୍ଡାର ମାଂସ, ନାଳ ଓ ରସରେ ଔଷଧ ପ୍ରସ୍ତୁତ ହେଉଛି। ସାମୁଦ୍ରିକ ଜୀବ ମଧ୍ୟରେ ସବୁଜ ଗେଣ୍ଡାଙ୍କ ବେଶ୍‌ ଚାହିଦା ରହିଛି। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ମାଦଳି, ହୁକିଟୋଲା, ଷୋଳମୁହାଣ, ଲଞ୍ଚଘୋଲା, ତଣ୍ଡା ଓ ଚଟକା ହ୍ରଦରେ ସମୁଦ୍ର ପାଣି ଛାଡ଼ିବା ସମୟରେ ମାଟି ବାଲି ପଙ୍କରେ ବହୁ ପରିମାଣରେ ଦେଖିବାକୁ ମିଳେ। ଏହି ସମୟରେ ମତ୍ସ୍ୟଜୀବୀମାନେ କୁଇଣ୍ଟାଲ କୁଇଣ୍ଟାଲ ସଂଗ୍ରହକରି ଭଲ ଭାବେ ଜାଲିରେ ପ୍ୟାକିଂକରି ନିକଟସ୍ଥ ପାରାଦୀପ ମାଛ ଗଦିରେ ବିକ୍ରୟ କରୁଥିବା ଅଭିଯୋଗ ହେଉଛି। ଏହି ଗେଣ୍ଡାଙ୍କୁ ଧରିବା ସମୟରେ ସତର୍କ ନ ରହିଲେ ହାତ ଗୋଡ଼ କଟିଯିବା ଆଶଙ୍କା ରହିଛି। ବଜାରର ମୂଲ୍ୟ ୨ ଶହରୁ ୩ ଶହ ଟଙ୍କା ରହିଛି ବୋଲି ଜଣେ ମତ୍ସ୍ୟଜୀବୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।
ବିଶେଷକରି ଏହି ପ୍ରଜାତିର ସବୁଜ ଗେଣ୍ଡା ବନ୍ୟଜୀବ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ୧୯୭୨ ସୂଚୀ ୨ରେ ଉଲ୍ଲେଖ ରହିଛି ବୋଲି କୁହାଯାଇଛି। ଏହି ବିରଳ ପ୍ରଜାତିର ସବୁଜ ଗେଣ୍ଡା ମହାକାଳପଡ଼ା ବ୍ଲକ୍‌ କଜଳପାତିଆ ଅଞ୍ଚଳରୁ ବସ୍ତା ବସ୍ତା ହୋଇ ଡଙ୍ଗା ସାହାଯ୍ୟରେ ପାରାଦୀପ ଅଞ୍ଚଳର ମାଛ ବ୍ୟବସାୟୀମାନେ ଚଢ଼ା ଦରରେ ନେଇଥାନ୍ତି ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି। ପାରାଦୀପରୁ ସ୍ବତନ୍ତ୍ର ଟ୍ରକ୍‌ ଯୋଗେ ଭାଇଜାଗ୍‌ ଓ କୋଲକାତା ବନ୍ଦର ଦେଇ ବିଦେଶ ତଥା ଚାଇନା, ହଂକଂ, ଇଣ୍ଡୋନେସିଆ, ସିଙ୍ଗାପୁର ଆଦି ଚାଲାଣ ହୋଇଥାଏ। ବିଦେଶରେ ଔଷଧ ପ୍ରସ୍ତୁତ ସହ ବଡ଼ ବଡ଼ ଷ୍ଟାର ହୋଟେଲରେ ଖାଦ୍ୟ ଭାବେ ବିଦେଶୀ ଓ ପର୍ଯ୍ୟଟକମାନଙ୍କ ଚାହିଦା ରହିଛି। ସେହିଭଳି ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ବହୁ ପ୍ରଜାତିର ସାମୁଦ୍ରିକ ଜୀବ ମଧ୍ୟରେ ସବୁଜ ଗେଣ୍ଡା ଗଭୀର ଜଳରାଶିରୁ ବର୍ଷା, ବନ୍ୟା ଜଳ ସମୁଦ୍ରରେ ମିଶିବା ପରେ ବହୁ ସଂଖ୍ୟାରେ କୂଳକୁ ଆସି ନାଲିମାଟି ଗୋଳିଆ ପାଣିରେ ଦେଖିବାକୁ ମିଳନ୍ତି ବୋଲି ପରିବେଶପ୍ରେମୀ ସୁବାସ ସ୍ବାଇଁ କହିଛନ୍ତି। ଏହାର ସୁରକ୍ଷା ସଂରକ୍ଷଣ ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ବହୁ ବୁଦ୍ଧିଜୀବୀ ଆଶଙ୍କା ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରେ ଏହି ସବୁଜ ଗେଣ୍ଡାଙ୍କ ସମ୍ପର୍କରେ ଅବଗତ ନାହିଁ। ବିଭାଗୀୟ ସୂତ୍ରରୁ ବୁଝିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରିଜର୍ଭ ବ୍ୟାଙ୍କରେ ବମ୍ପର ନିଯୁକ୍ତି ସୁଯୋଗ, ଏହି ଦିନ ରହିଛି ଆବେଦନର ଶେଷ ତାରିଖ

ନୂଆଦିଲ୍ଲୀ,୮|୨: ଭାରତୀୟ ରିଜର୍ଭ ବ୍ୟାଙ୍କ ଆଇନ ଅଧିକାରୀ, ପରିଚାଳକ ଏବଂ ସହାୟକ ପରିଚାଳକ ସମେତ ଅନେକ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଆଗ୍ରହୀ ଶିକ୍ଷାର୍ଥୀମାନେ ଫେବୃଆରୀ…

ବେଡ୍‌ରୁମ୍‌ରେ କେବେବି କରିବେନି ଏଭଳି ଭୁଲ୍ : ନହେଲେ

ସ୍ତ୍ରୀସ୍ବାମୀଙ୍କ ସମ୍ପର୍କ ସବୁଠୁ ମଧୁର ଓ ସବୁଠୁ ସୁନ୍ଦର। ଏହି ସମ୍ପର୍କକୁ ଦୀର୍ଘସ୍ଥାୟୀ ଓ ନିବିଡ଼ କରାଇବା ଦିଗରେ ସେମାନଙ୍କ ବେଡ୍‌ରୁମ୍‌ର ବି ଯଥେଷ୍ଟ ଭୂମିକା ରହିଥାଏ…

‘ଭାରତ-ମାଲେସିଆ ସହଭାଗୀତା ଐତିହାସିକ’, ଦ୍ୱିପାକ୍ଷିକ ଆଲୋଚନା ସମୟରେ କହିଲେ ପ୍ରଧାନମନ୍ତ୍ରୀ ମୋଦି

କୁଆଲାଲମ୍ପୁର,୮।୨: ରବିବାର ମାଲେସିଆର ପ୍ରଶାସନିକ ରାଜଧାନୀ ପୁତ୍ରଜାୟାରେ ଥିବା ପର୍ଦାନା ପୁତ୍ରଜାୟା ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆନୁଷ୍ଠାନିକ ଭାବରେ ସ୍ବାଗତ କରାଯାଇଥିଲା ଏବଂ ଗାର୍ଡ ଅଫ…

ଭାଲେଣ୍ଟାଇନ୍ସ ଡେ’ରେ ସାଥୀଙ୍କୁ ଦେବାକୁ ଭୁଲନ୍ତୁନି ଏସବୁ , ନହଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ ଭାଲେଣ୍ଟାଇନ୍ସ ଡେ’ରେ ଏମିତି କିଛି ଉପହାର ସାଥୀକୁ ଦିଅନ୍ତୁ; ଯାହା ତାଙ୍କୁ ଖୁସି ଦେବା ସହ ତାଙ୍କ ଜୀବନରେ ସୁଖ, ସମୃଦ୍ଧି ବି ଆଣିଦେଉଥିବ……

ବଡ଼ ଧରଣର ଛଟେଇ ପରେ ଇସ୍ତଫା ଦେଲେ ୱାଶିଂଟନ ପୋଷ୍ଟର ସିଇଓ ୱିଲ ଲୁଇସ

ୱାଶିଂଟନ,୮।୨: ପ୍ରତିଷ୍ଠିତ ୱାଶିଂଟନ ପୋଷ୍ଟର ପ୍ରକାଶକ ଏବଂ ସିଇଓ ୱିଲ ଲୁଇସ ଇସ୍ତଫା ଦେଇଛନ୍ତି। ବହୁ ସଂଖ୍ୟାରେ କର୍ମଚାରୀ ଛଟେଇ ମଧ୍ୟରେ ଏହି ନିଷ୍ପତ୍ତି ଆସିଛି। ଲୁଇସ…

ଭାଲେଣ୍ଟାଇନ ସପ୍ତାହ, ୪ ରାଶିର ବ୍ୟକ୍ତିଙ୍କ ଜୀବନରେ ପ୍ରେମ…

ଭାଲେଣ୍ଟାଇନ୍ସ ସପ୍ତାହ ଫେବୃଆରୀ ୭ ତାରିଖରୁ ଆରମ୍ଭ ହୋଇଛି ଏବଂ ଫେବୃଆରୀ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଭାଲେଣ୍ଟାଇନ୍ସ ସପ୍ତାହ ପ୍ରେମୀ, ବିବାହିତ ଦମ୍ପତି ଏବଂ ଅବିବାହିତମାନଙ୍କ…

ଭୀମ ଭୋଇ ସାମର୍ଥ୍ୟ ଶିବିରରେ ଅଧିକାରୀଙ୍କ ଦାଦାଗିରି: ସେବା ଅପେକ୍ଷା ‘ଫଟୋ ସୋ’ ଅଧିକ 

ଥୁଆମୂଳରାମପୁର,୭ା୨(ଦୁର୍ଗା କୀର୍ତ୍ତି): କଳାହାଣଣ୍ଡି ଜିଲା ଥୁଆମୂଳରାମପୁର ବ୍ଲକ ଗୋପୀନାଥପୁର ପଞ୍ଚାୟତର ଫଟକି ମହୁଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ଅନୁଷ୍ଠିତ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ…

‘ଭାରତ ହେଉଛି ବିଶ୍ୱାସର ସବୁଠାରୁ ଶକ୍ତିଶାଳୀ ମୁଦ୍ରା’, ପ୍ରଧାନମନ୍ତ୍ରୀ ମୋଦି

କୁଆଲାଲମ୍ପୁର,୮।୨: ଦୁଇ ଦିନିଆ ମାଲେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ବିକାଶ ପାଇଁ ଏକ ନିର୍ଭରଯୋଗ୍ୟ ଅଂଶୀଦାର ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri