Posted inଖେଳ

Run Out Rule MCC Law: ବିନା ଅପିଲରେ ଆଉଟ ନ କରିବାରୁ ଉତ୍ତେଜନା, ବ୍ୟାଟ୍ସମ୍ୟାନ ସ୍ପଷ୍ଟ ଭାବେ ହୋଇଥିଲେ ଆଉଟ, ନିୟମରେ କ’ଣ ରହିଛି…

ଏଡିଲେଡ,୧୨।୨ : ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚ ୧୧ ଫେବୃଆରୀ ରବିବାର ଦିନ ଆଡିଲେଡ ଓଭାଲରେ ଖେଳାଯାଇଥିଲା। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ୩୪ ରନରେ ଜିତିଥିଲା। ଏହି ସିରିଜରେ ଦଳ ୨-୧ରେ ଆଗୁଆ ରହିଥିଲା। କିନ୍ତୁ ଏହି ମ୍ୟାଚ ଶେଷରେ, ଅର୍ଥାତ ଦ୍ୱିତୀୟ ଇନିଂସର ୧୯ତମ ଓଭରରେ ରନଆଉଟ ନେଇ ଉତ୍ତେଜନା ଦେଖାଦେଇଥିଲା। ଏହି ଅସନ୍ତୋଷ ପ୍ରକୃତରେ ଅଲଜାରୀ ଜୋସେଫଙ୍କ ସ୍ପଷ୍ଟ ରନଆଉଟରେ ଅମ୍ପାୟାର ମଧ୍ୟ ଦେଇ ନ ଥିବାରୁ ହୋଇଥିଲା। ଅଷ୍ଟ୍ରେଲୀୟ ଦଳର ଖେଳାଳିମାନେ ଏଥିରେ ଅସନ୍ତୁଷ୍ଟ ଦେଖାଯାଉଥିଲେ। ଏହା ପରେ କ୍ରିକେଟ ଜଗତରେ ଏଥିଲାଗି ଥିବା ନିୟମକୁ ନେଇ ଏକ ବିତର୍କ ଆରମ୍ଭ ହୋଇଥିଲା।

ଅଲଜାରୀ ଜୋସେଫ ୧୯ ତମ ଓଭରର ତୃତୀୟ ବଲରେ ସ୍ପେନ୍ସର ଜନସନଙ୍କ ବିପକ୍ଷରେ ରନ ନେଉଥିଲେ । କିନ୍ତୁ କଭରରେ ପୋଷ୍ଟ ହୋଇଥିବା ଫିଲ୍ଡର ବଲକୁ ବୋଲର ଆଡକୁ ଫିଙ୍ଗିଥିଲେ ଏବଂ ଅଲଜାରୀ ସ୍ପଷ୍ଟ ଭାବରେ ଆଉଟ ହୋଇଯାଇଥିଲେ। ଏହା ପରେ ଜନସନ ଏବଂ ଅଧିନାୟକ ମିଚେଲ ମାର୍ଶ ୱିକେଟ ପାଇ ଉତ୍ସବ ପାଳନ କରିବା ଆରମ୍ଭ କରିଥିଲେ। କିନ୍ତୁ ଫିଲ୍ଡ ଅମ୍ପାୟାର ଜେରାର୍ଡ ଆବଡ ଏହାକୁ ଆଉଟ ଦେଇ ନ ଥିଲେ। ସେ କାହିଁକି ସ୍ପଷ୍ଟ ରନଆଉଟ ଦେଇନାହାନ୍ତି ବୋଲି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ କହିଥିଲେ କେହି ଏନେଇ ଅପିଲ କରି ନ ଥିଲେ ତେଣୁ ସେ ଆଉଟ ଦେଇ ନ ଥିଲେ।

ମେରିଲେବୋନ କ୍ରିକେଟ କ୍ଲବ (ଏମସିସି) ର ଆଇନ ୩୧.୧ ଅନୁଯାୟୀ ଅମ୍ପାୟାର ବିନା ଅପିଲରେ ଆଉଟ ଦେଇ ପାରିବେ ନାହିଁ। ଏହି ନିୟମ ଅନୁଯାୟୀ, ଯଦି ଫିଲ୍ଡର କିମ୍ବା ଅନ୍ୟ କାହାକୁ ଅପିଲ କଲେ ଅମ୍ପାୟାର ଆଉଟ ଦେବେ। ଏହି ପ୍ରକାର ନିୟମ ଷ୍ଟମ୍ପିଂ ଏବଂ ଏଲବିଡବ୍ଲ୍ୟ ପାଇଁ ମଧ୍ୟ ପ୍ରଯୁଜ୍ୟ ।

ତେବେ ଫିଲ୍ଡ ଅମ୍ପାୟାର ଜେରାର୍ଡ ଅବଦଙ୍କ ଏହି ନିଷ୍ପତ୍ତି ପରେ ଅଷ୍ଟ୍ରେଲୀୟ ଖେଳାଳିମାନେ କ୍ରୋଧିତ ଦେଖାଯାଉଥିଲେ। କିନ୍ତୁ ଯଦି ନିୟମ ଅନୁଯାୟୀ ଦେଖାଯାଏ, ତେବେ ଏହା ଅମ୍ପାୟାରଙ୍କ ସଠିକ ନିଷ୍ପତ୍ତି ଥିଲା। ଏହି ସମଗ୍ର ପ୍ରସଙ୍ଗରେ ଟିମ ଡେଭିଡ କହିଛନ୍ତି ଏହା ଅତ୍ୟନ୍ତ ନୈରାଶ୍ୟଜନକ ନିଷ୍ପତ୍ତି।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ଖେଳି ୨୪୧ ରନ ସ୍କୋର କରିଥିଲା। ଗ୍ଲେନ ମ୍ୟାକ୍ସୱେଲ ତାଙ୍କର ଟି -୨୦ ଅନ୍ତର୍ଜାତୀୟ କ୍ୟାରିୟରର ପଞ୍ଚମ ଶତକ ସ୍କୋର କରିଥିଲେ। ଏହା ପରେ ୱେଷ୍ଟଇଣ୍ଡିଜ ଦଳ ମାତ୍ର ୨୦୭ ରନ ସ୍କୋର କରି ମ୍ୟାଚକୁ ୩୪ ରନରେ ପରାଜିତ ହୋଇଥିଲା।

 

 


Enter your email to get our daily news in your inbox.

All Right Reserved By Dharitri.Com

ସୁପର-୮ ମ୍ୟାଚ୍‌ରେ ଇଂଲଣ୍ଡର ବଡ଼ ବିଜୟ

ପାଲିକେଲ,୨୨ା୨- ଓ୍ବିଲ ଜ୍ୟାକ୍ସଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ଚଳିତ ଟି୨୦ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟ ମ୍ୟାଚ୍‌ରେ ଇଂଲଣ୍ଡ ୫୧ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଇଂଲଣ୍ଡ ଦ୍ୱାରା…

ଭାରତ ଆଗରେ ୧୮୮ ରନ୍‌ର ଟାର୍ଗେଟ୍‌ ରଖିଲା ଦକ୍ଷିଣ ଆଫ୍ରିକା

ଅହମ୍ମଦାବାଦ,୨୨ା୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଟି-୨୦ ବିଶ୍ୱକପ୍‌ ୨୦୨୬ର ସୁପର-୮ ମ୍ୟାଚ୍‌ରେ  ଭାରତ ଆଗରେ ୧୮୮ ରନ୍‌ର ବିଜୟ…

ସ୍କୁଟିରେ ନେଉଥିଲେ ବ୍ରାଉନସୁଗାର, ପାଟ୍ରୋଲିଂବେଳେ ଯାଞ୍ଚ କରିବାରୁ…

ଭଞ୍ଜନଗର,୨୨ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଚୋରା ବ୍ରାଉନସୁଗାର କାରବାର ଅଭିଯୋଗରେ ୨ ଜଣକୁ ଗିରଫ କରିଛି। ସେମାନଙ୍କ ଠାରୁ ୫୧ ଗ୍ରାମ ବ୍ରାଉନସୁଗାର,…

କାର୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଯୁବକଙ୍କ ଜୀବନ

କେନ୍ଦୁଝର,୨୨ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଅନ୍ତର୍ଗତ ଗୋଳବନ୍ଧ ଗ୍ରାମ ଛକ ନିକଟରେ ରବିବାର ମଧ୍ୟାହ୍ନରେ ଏକ କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମୃତ: କୋର୍ଟ ଚାଲାଣ ହେଲେ ୩

ପଟାଙ୍ଗି,୨୨ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଦେଓପଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମାରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମୃତ ଘଟଣାରେ ପୋଲିସ ତଦନ୍ତ…

୪ ରନ୍‌ କରି ଏଡେନ ମାରକ୍ରମ ଆଉଟ୍‌

ଅହମ୍ମଦାବାଦ,୨୨ା୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପର ବିପକ୍ଷରେ ଖେଳୁଛନ୍ତି। ଏହା ସୁପର-୮ ରେ ସେମାନଙ୍କର ପ୍ରଥମ ମ୍ୟାଚ୍‌। ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

ବଡ଼ ସ୍କୋର ଆଶାରେ ଦକ୍ଷିଣ ଆଫ୍ରିକା

ଅହମ୍ମଦାବାଦ,୨୨ା୨:  ଟି-୨୦ ବିଶ୍ବକପ୍‌ର ଟସ୍‌ ଜିତି ବ୍ୟାଟିଂ କରିବାକୁ ଦକ୍ଷିଣ ଆଫ୍ରିକା ନିଷ୍ପତ୍ତି ନେଇଛି।ଅପରିବର୍ତ୍ତିତ ଏକାଦଶ ସହ ପଡ଼ିଆକୁ ଓହ୍ଲାଇବ ଭାରତ। ଟସ୍‌ ଜିତିଥିଲେ ବ୍ୟାଟିଂ ନେଇଥାନ୍ତୁ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ମୃତ ପୋଲିସ ପରିବାରଙ୍କୁ ମିଳିବ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା

ଭୁବନେଶ୍ୱର,୨୨।୨: ଝାରସୁଗୁଡ଼ା ଜିଲା ସଦର ଥାନାରୁ ପ୍ରାୟ ଶହେ ମିଟର ଦୂର ଏଚ୍‌ କଣ୍ଟାପାଲି ଏନ୍‌ଏଚ୍‌ ୪୯ରେ ରବିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ଜଣ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri