ଟ୍ରମ୍ପ୍‌ ପୁଣି ଫେଲ୍‌: ଓ୍ବିସକୋନସିନ୍‌ ଭୋଟ ଗଣନାରେ ବାଇଡେନ୍‌ ବିଜୟୀ,ପାଣିରେ ପଡ଼ିଲା ୩୦ ଲକ୍ଷ ଡଲାର

ଓ୍ବାଶିଂଟନ,୩୦।୧୧: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆମେରିକା ରାଷ୍ଟ୍ରପତି ନିର୍ବାଚନ ବିରୋଧରେ କରିଥିବା ଦାବିରେ ପୁଣି ଅସଫଳ ହୋଇଛନ୍ତି। ସେ ଓ୍ବିସକୋନସିନ୍‌ ରାଜ୍ୟର ୨ଟି ବଡ଼ କାଉଣ୍ଟିର ଭୋଟ ଗଣନା ପୁଣିଥରେ କରିବାକୁ କହିଥିଲେ। ତେବେ ଏଥିରେ ମଧ୍ୟ ଟ୍ରମ୍ପ୍‌ଙ୍କୁ ସଫଳତା ମିଳିନାହିଁ। ଡେମୋକ୍ରାଟିକ୍‌ ପାର୍ଟିର ଜୋ ବାଇଡେନ୍‌ ଏହି କାଉଣ୍ଟିର ଭୋଟ ଗଣନା ପୁଣି ବିଜୟୀ ହୋଇଛନ୍ତି। ଭୋଟ ଗଣନା ପାଇଁ ୩୦ ଲକ୍ଷ ଡଲାର ଖର୍ଚ୍ଚ ହୋଇଥିବା କୁହାଯାଉଛି। ଟ୍ରମ୍ପ୍‌ ନିଜ ଜିଦ୍‌ରେ ଅଟଳ ରହିବାରୁ ଆମେରିକା ରାଜକୋଷର ଅର୍ଥ ପାଣିରେ ପଡ଼ିଥିବା ଚର୍ଚ୍ଚା ହେଉଛି। ତେବେ ଫଳାଫଳା ନେଇ ଟ୍ରମ୍ପ୍‌ କହିଛନ୍ତି। ଯେ, ଭୋଟଗଣତିରେ ନୁହେଁ ଏଠାରେ ମତଦାନରେ ଅନିୟମିତତା ହୋଇଛି।

Share