୧୧ ବର୍ଷ ତଳେ ରତ୍ନଭଣ୍ଡାରରୁ ଚୋରି ଚର୍ଚ୍ଚା

ପୁରୀ ଅଫିସ,୧୭।୭: ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ମହାପ୍ରଭୁଙ୍କ ବହୁ ଦୁର୍ମୂଲ୍ୟ ରତ୍ନଅଳଙ୍କାର ଚୋରି ହୋଇଛି। ୧୧ ବର୍ଷ ତଳେ ବରିଷ୍ଠ ଅଧିକାରୀ, ପୋଲିସ ଏବଂ ସେବାୟତଙ୍କ ମଧୁଚନ୍ଦ୍ରିକାରେ ଏହାକୁ ଚୂଡ଼ାନ୍ତ ରୂପ ଦିଆଯାଇଛି। ଶ୍ରୀମନ୍ଦିର ପଶ୍ଚିମଦ୍ୱାର ସମ୍ମୁଖରେ ରାତିରେ ଲାଗିଥିବା ଏକ ମିନିଟ୍ରକ୍‌ରେ ରତ୍ନଅଳଙ୍କାର ନିଆଯାଇଛି। ଏମିତି ଏକ ଶୀତ ରାତିର କାହାଣୀ ଏବେ ସୋସିଆଲ ମିଡିିଆରେ ଭାଇରାଲ ହେଉଛି। ପୁରୀ ସହରର ବିଭିନ୍ନ କାନ୍ଥ, ପାଚେରୀରେ ମଧ୍ୟ ଏଭଳି ପତ୍ର ଲଗାଯାଇଛି। ଯୋଜନାବଦ୍ଧ ଭାବେ ଏହି ଲୁଟ୍‌ ହୋଇଥିଲେ ହେଁ ସେଦିନ ଜଣେ ଭକ୍ତ କିନ୍ତୁ ଏହାକୁ ଦେଖିଥିଲେ। ରାତି ଅଧରେ ଠାକୁରଙ୍କ ରତ୍ନଅଳଙ୍କାର ବାହାରକୁ କାହିଁକି ନିଆଯାଉଛି ବୋଲି କେତେଜଣ ସେବାୟତଙ୍କୁ ପ୍ରଶ୍ନ କରିଥିଲେ। ହେଲେ ସେମାନଙ୍କ ନାଲିଆଖି ଦେଖି ସମ୍ପୃକ୍ତ ଭକ୍ତ ଚୁପ୍‌ ହୋଇ ଫେରିଆସିଥିଲେ ବୋଲି ଉକ୍ତ ପତ୍ରରେ ଲେଖାଯାଇଛି। ତେବେ ଦୀର୍ଘ ୧୧ ବର୍ଷ ପରେ ଏଭଳି ଏକ ଅଭିଯୋଗର ସତ୍ୟତା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଭିଯୋଗର ସତ୍ୟତା ଜାଣିବାକୁ ହେଲେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ଗଣତି କରାଗଲେ ସତ୍ୟାସତ୍ୟ ସ୍ପଷ୍ଟ ହୋଇଯିବ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି।
ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଏହି ପତ୍ରରେ ଉଲ୍ଲେଖ ରହିଛି ଯେ, ୧୧ ବର୍ଷ ତଳେ ରତ୍ନଭଣ୍ଡାରରୁ ରତ୍ନଅଳଙ୍କାର ଚୋରି ହୋଇଥିଲା। ପୂର୍ବରୁ ଏଥିପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଶୀତଋତୁର ଦ୍ୱିତୀୟ ଶନିବାର ରାତି। ସେଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ସଅଳ ସାରି ରାତ୍ର ପହୁଡ଼ ହୋଇ ସମସ୍ତଙ୍କୁ ବାହାର କରିଦିଆଯାଇଥିଲା। ଏହାପରେ ରତ୍ନଅଳଙ୍କାର ଚୋରି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ପଶ୍ଚିମଦ୍ୱାରରେ ଏକ ୪୦୭ ଗାଡ଼ି (ମିନିଟ୍ରକ୍‌) ରଖାଯାଇଥିଲା। ଗାଣ୍ଡୁଆ ଚଉରା ଛକରୁ ପଶ୍ଚିମ ଦ୍ୱାର ଏବଂ ଲକ୍ଷ୍ମୀବଜାରରୁ ପଶ୍ଚିମଦ୍ୱାରକୁ ସଂଯୋଗ କରୁଥିବା ରାସ୍ତାକୁ ସିଲ୍‌ କରାଯାଇଥିଲା। ଅନେକ ପୋଲିସ କର୍ମଚାରୀ ଏଥିରେ ନିୟୋଜିତ ହୋଇଥିଲେ। ଶୀତ ରାତିରେ କେହି ଆଉ ଆସିବେନି ବୋଲି ଏଥିରେ ସମ୍ପୃକ୍ତ ଅଧିକାରୀ, ପୋଲିସ ଏବଂ ସେବାୟତ ଭାବିନେଇଥିଲେ। କିନ୍ତୁ ମହାପ୍ରଭୁ ଚମତ୍କାରିତା କଲେ। ସ୍ବପ୍ନରେ ଜଣେ ଭକ୍ତଙ୍କୁ ଡାକିଲେ। ସମ୍ପୃକ୍ତ ଭକ୍ତ ନିଦରୁ ଉଠି ସିଂହଦ୍ୱାରରେ ପହଞ୍ଚତ୍ଲେ। ସବୁ ଶୂନ୍‌ଶାନ୍‌ ଦେଖି ମନ୍ଦିର ଭିତରକୁ ପ୍ରବେଶ କଲେ। ସାକ୍ଷୀଗୋପାଳ ମନ୍ଦିର ଅତିକ୍ରମ କରିବା ପରେ ବିମଳା ମନ୍ଦିର ପାଖରୁ ଦେଖିବାକୁ ପାଇଥିଲେ ଯେ, କେତେଜଣ ସେବାୟତ ଜଳକ୍ରୀଡ଼ା ମଣ୍ଡପ ନିକଟରେ ଛିଡ଼ା ହୋଇଛନ୍ତି। ସେମାନଙ୍କ ପାଖକୁ ଯିବାରୁ ତାଙ୍କୁ ପ୍ରଶ୍ନ କରାଗଲା କିରେ ଟୋକା ଏତେ ରାତିରେ କୁଆଡ଼େ ଆସିଛୁ? ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଛି କହିବାରୁ ଉତ୍ତର ମିଳିଲା ଠାକୁର ଶୋଇପଡ଼ିିଲେଣି। ଏହି ସମୟରେ ବେହେରଣ ଦ୍ୱାର ଦେଇ ରତ୍ନଅଳଙ୍କାର ପଶ୍ଚିମ ଦ୍ୱାର ଆଡ଼କୁ ନିଆଯାଉଥିବା ଭକ୍ତଙ୍କ ନଜରରେ ପଡ଼ିଲା। ଏତେ ରାତିରେ ଅଳଙ୍କାର କୁଆଡ଼େ ଯାଉଛି ଭକ୍ତ ପଚାରିବାରୁ ମରାମତି ପାଇଁ ଯାଉଥିବା ସେହି ସେବାୟତମାନେ କହିଥିଲେ। ଯଦି ମରାମତି ହେବାର ଥିଲା ରାତି ଅଧରେ କ’ଣ ପାଇଁ ଯାଉଛି ବୋଲି ପଚାରିବାରେ ସେବାୟତ କହିଲେ ‘ତୁ ପୁରୀ ବାହାର ଟୋକା, ଯାହା ଦେଖିଲୁ କାହାକୁ କହିବୁ ନାହିଁ। ଏଠାରୁ ତୁରନ୍ତ ପଳେଇ ଯା।’ ଭୟରେ ଭକ୍ତ ଜଣଙ୍କ ପୁଣି ସିଂହଦ୍ୱାର ଦେଇ ବାହାରକୁ ପଳାଇ ଆସିଲେ। ଦକ୍ଷିଣଦ୍ୱାର ଦେଇ ଆଗକୁ ଗଲେ। ଗାଣ୍ଡୁଆ ଚଉରା ଛକରେ ପୋଲିସ ଅଟକାଇ ଏତେ ରାତିରେ କୁଆଡ଼େ ଯିବ ପଚାରିଲେ। ଜଣେ ବନ୍ଧୁଙ୍କ ଘରକୁ ଯିବି ବୋଲି ସେ କହିଥିଲେ। ମାତ୍ର ପୋଲିସ ଶୁଣି ନ ଥିଲା। ବହୁ ଯୁକ୍ତିତର୍କ ହେବା ପରେ ଛାଡ଼ିିଥିଲା। ପଶ୍ଚିମଦ୍ୱାରରେ ପହଞ୍ଚତ୍ ଦେଖିଲେ କେତେଜଣ ପ୍ରଶାସନିକ ଅଧିକାରୀ, ପୋଲିସ ଛିଡ଼ା ହୋଇଛନ୍ତି ଏବଂ ରତ୍ନଅଳଙ୍କାର ଅଣାଯାଇ ମିନିଟ୍ରକ୍‌ରେ ଲଦାଯାଉଛି। ସେଠାରେ ଯୁକ୍ତିତର୍କ ପରେ ଭକ୍ତ ଜଣଙ୍କ ଘରକୁ ଫେରିଯାଇଥିଲେ। ସେଦିନ ରାତିରେ ଯେଉଁ ସେବାୟତ ନାଲିଆଖି ଦେଖାଇ ମିଛ କହିଥିଲେ କିଛିବର୍ଷ ତଳେ ସେ କ୍ୟାନ୍‌ସର ରୋଗରେ ପୀଡ଼ିତ ହୋଇଥିଲେ। ଲକ୍ଷାଧିକ ଟଙ୍କା ଖର୍ଚ୍ଚ ପରେ ସାମାନ୍ୟ ସୁସ୍ଥ ହୋଇଛନ୍ତି। ତାଙ୍କଠାରୁ ତଦନ୍ତ ଆରମ୍ଭ ହେଲେ ରତ୍ନ ଅଳଙ୍କାର ଚୋରିର ଗୁମର ଖୋଲିବ ବୋଲି ପତ୍ରରେ ଉଲ୍ଲେଖ ରହିଛି। ଏ ନେଇ ଅତିରିକ୍ତ ଏସ୍‌ପି ଅରୁଣ ଜେନାଙ୍କୁ ପଚାରିବାରେ କହିଛନ୍ତି, ଏଭଳି ପୋଷ୍ଟର ଲାଗିବା ନେଇ ପୋଲିସ ନିକଟରେ କୌଣସି ସୂଚନା ନାହିଁ। ଯଦି ଅଭିଯୋଗ ଆସେ ତେବେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

Video: ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ମୋଦି, କହିଲେ…

ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ସକାଳର ଏକ ବିଶେଷ ମୁହୂର୍ତ୍ତ ସେୟାର କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri