ପାରାଦୀପ,୨୬।୪(ଶରତ ରାଉତ): ପାରାଦୀପ ଲକଥାନା ଅନ୍ତର୍ଗତ ଚଉମୁହାଣି ନିକଟ ମହାନଦୀରେ ରବିବାର ଭୋରୁ ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହକୁ କୁଜଙ୍ଗ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। ମୃତକ ହେଲେ ମହେନ୍ଦ୍ର ସେଠି (୬୧)। ମହେନ୍ଦ୍ର ଓ ତାଙ୍କ ସାଥିରେ ଥିବା ରାଜେଶ ତରାଇ ସାଙ୍ଗ ହୋଇ ମହାନଦୀରେ ଭୋର ୩.୩୦ରେ ଭସା ଜାଲ ମାଧ୍ୟମରେ ମାଛ ଧରୁଥିଲେ। ଏହି ସମୟରେ ମହେନ୍ଦ୍ର ଅଥଳ ଜଳ ଭିତରକୁ ଚାଲି ଯିବାରୁ ବୁଡି ନିଖୋଜ ହୋଇ ଯାଇଥିଲେ। ସକାଳୁ ପ୍ରଚାରିତ ହୋଇଥିଲା ଯେ, କୁମ୍ଭୀର ନେଇ ଯାଇଛି। କିନ୍ତୁ ଅଗ୍ନିଶମ ବିଭାଗ ପକ୍ଷରୁ ମହାନଦୀରେ ଯାଞ୍ଚ କରି ସକାଳ ୮.୩୦ରେ ମୃତଦେହ ଉଦ୍ଧାର କରିଥିଲେ। ସେତେବେଳେ ଜଣାପଡିଥିଲା ମହେନ୍ଦ୍ର ବୁଡି ଯିବା ଦ୍ବାରା ମୃତ୍ୟୁ ଘଟିଛି। ପରେ ମୃତଦେହ ପରିବାର ଲୋକେ ନେଇ ଗାଁକୁ ଯାଇଥିଲେ।