ବଲିଉଡ୍‌ ରାମ୍ବୋଙ୍କ ବିବାହ ନେଇ ଚର୍ଚ୍ଚା…

ମୁମ୍ବାଇ: ବଲିଉଡ୍‌ ରାମ୍ବୋ ଭାବେ ପରିଚିତ ହାସଲ କରିଥିବା ଅଭିନେତା ଟାଇଗର ଶ୍ରଫଙ୍କୁ ମଙ୍ଗଳବାର ୩୧ ବର୍ଷ ପୂରଣ ହୋଇଛି। ୧୯୯୦ ମାର୍ଚ୍ଚ ୨ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଜୟ ହେମନ୍ତ ଶ୍ରଫ। ୨୦୧୪ରେ ହିରୋପନ୍ତି ମାଧ୍ୟମରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହାପରେ ବାଗି, ଏ ଫ୍ଲାଇଙ୍ଗ୍‌ ଜାଟ୍‌, ମୁନ୍ନା ମିଚେଲ୍‌, ସ୍ପାଇଡର ମ୍ୟାନ୍‌: ହୋମ୍‌ କମିଂ, ଓ୍ବେଲକମ୍‌ ଟୁ ନ୍ୟୁୟର୍କ, ବାଗି-୨, ଷ୍ଟୁଡେଷ୍ଟ୍‌ ଅଫ୍‌ ଦି ଇୟର, ଓ୍ବାର ଏବଂ ୨୦୨୦ରେ ରିଲିଜ୍‌ ହୋଇଥିବା ବାଗି-୩କୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ଗର୍ଲଫ୍ରେଣ୍ଡ ଦିଶା ପାଟାନିଙ୍କ ସହିତ ଟାଇଗରଙ୍କ ସମ୍ପର୍କକୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା ଜାରି ରହିଛି। ଦିଶାଙ୍କୁ ଟାଇଗର ବିବାହ କରିବେ କି ନାହିଁ ସେ ନେଇ ନାନା କଳ୍ପନା ଜଳ୍ପନା ଜାରି ରହିଛି। ଟାଇଗରଙ୍କ ନାମ କିଭଳି ଏବଂ କିପରି ଦିଆଯାଇଥିଲା ସେ ନେଇ ପିତା ଜ୍ୟାକି ଶ୍ରଫ୍‌ ଏକ ସାକ୍ଷାତ୍‌କାରରେ ପ୍ରକାଶ କରିଥିଲେ। ପିଲାଦିନେ ଟାଇଗର ଜ୍ୟାକିଙ୍କ ମୁହଁକୁ ନଖରେ ରାମ୍ପୁଡ଼ି ଦେଉଥିଲେ। ତେଣୁ ତାଙ୍କ ନାମ ଟାଇଗର ରଖିବା ପାଇଁ ନିଷ୍ପତି କରାଯାଇଥିଲା। ଟାଇଗର ପିଲାଦିନେ ଅତି ଶାନ୍ତ ସ୍ବଭାବରେ ଥିଲେ। ଦିନ ସାରା ଖେଳକୁଦରେ ମଜ୍ଜି ରହିବା ସହିତ ମନକୁ ମନ କିଛି ଚିନ୍ତା ମଧ୍ୟ କରୁଥିଲେ। ଏବେ ମଧ୍ୟ ବହୁ ସମୟରେ ଚୁପ୍‌ଚାପ୍‌ ବସି କିଛି ଚିନ୍ତା କରୁଥିବାର ସ୍ବଭାବ ଟାଇଗରଙ୍କର ରହିଥିବା ଜ୍ୟାକି କହିଛନ୍ତି।

Share