କଙ୍କଡ଼ାରେ ନୃସିଂହ ଅବତାର ଚର୍ଚ୍ଚା

ପୁରୀ ଅଫିସ, ୨୨।୯: ପୁରୀ ସମୁଦ୍ରରୁ ମିଳିଛି ଏକ ଭିନ୍ନ ପ୍ରଜାତିର କଙ୍କଡ଼ା। ପୂର୍ବରୁ ଏମିତି କଙ୍କଡ଼ା ଦେଖି ନ ଥିବା ମତ୍ସ୍ୟଜୀବୀମାନେ କହିଛନ୍ତି। କଙ୍କଡ଼ାରେ ମହାପ୍ରଭୁଙ୍କ ନୃସିଂହ ଅବତାର ରହିଥିବା ଚର୍ଚ୍ଚା ହେଉଛି। ଏହାକୁ ଦେଖିବା ଲାଗି ଲୋକଙ୍କ ଭିଡ଼ ଜମିଥିଲା। ସୂଚନା ଅନୁଯାୟୀ, ପୁରୀ ପେଣ୍ଠକଟାର ଅରକ୍ଷିତ ବେହେରା ଓ ଜନାର୍ଦ୍ଦନ ବେହେରା ରବିବାର ମାଛ କିଣିବା ପାଇଁ ବେଳାଭୂମିକୁ ଯାଇଥିଲେ। ସେଠାରେ ଏକ ଡଙ୍ଗାରେ ଜାଲରେ ବହୁ ମାଛ ଓ କଙ୍କଡ଼ା ଥିଲେ। ସେଥିରେ ଏକ କଙ୍କଡ଼ା ଉପରି ଭାଗରେ ମହାପ୍ରଭୁଙ୍କ ନୃସିଂହ ଅବତାର ଥିବା ଦେଖିବାକୁ ମିଳିଥିଲା।