Categories: ଜାତୀୟ

ପ୍ରଣବ ମୁଖାର୍ଜୀଙ୍କୁ ନେଇ ଗୁଜବ

ନୂଆଦିଲ୍ଲୀ, ୧୩।୮: ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସର ବରିଷ୍ଠ ନେତା ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଗୁରୁବାର ସୋସିଆଲ୍‌ ମିଡ଼ିଆରେ ଗୁଜବ ପ୍ରଚାର ହେବାରେ ଲାଗିଛି। ଏହାକୁ ବିଶ୍ୱାସ ନ କରିବାକୁ ପ୍ରଣବଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ଏବଂ ପୁଅ ଅଭିିଜିତ୍‌ ମୁଖାର୍ଜୀ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ପ୍ରଣବଙ୍କ ମୃତ୍ୟୁ ସମ୍ପର୍କରେ ପ୍ରଚାର କରାଯାଉଥିବା ଖବର ମିଥ୍ୟା ବୋଲି ସେମାନେ କହିଛନ୍ତି। ସେ ଏବେ ବି ସେନା ହସ୍ପିଟାଲରେ ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି। ଅଗଷ୍ଟ ୧୦ରେ ସେ ଦିଲ୍ଲୀ କ୍ୟାଣ୍ଟନ୍‌ମେଣ୍ଟସ୍ଥିତ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ମସ୍ତିଷ୍କ ସର୍ଜରୀ କରାଯିବା ପୂର୍ବରୁ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ତାଙ୍କର ଚିକିତ୍ସା ଜାରି ରହିଥିବା ସେମାନେ କହିଛନ୍ତି।

Share