ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ କରନ୍‌ ଜୋହରଙ୍କ ରହିଥିଲା ପ୍ରେମ ସମ୍ପର୍କ ! ଦୁଇ ବର୍ଷ ଧରି…

ବମ୍ବେ: ସେଲିବ୍ରିଟିମାନଙ୍କ ଉପରେ ରହିଥାଏ ପ୍ରଶଂସକଙ୍କ ନଜର। ଖାସ ସେଥିପାଇଁ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କଥା ଲୋକଲୋଚନକୁ ଆସିଯାଇଥାଏ। ସେଥିରୁ କିଛି ଗୁଜବ ମଧ୍ୟ ହୋଇଥାଏ। ବଲିଉଡର ଅନେକ ସେଭଳି ଘଟଣା ଭିତରୁ ଗୋଟିଏ ହେଲା ସିଦ୍ଧାର୍ଥ ମଲହୋତ୍ରା ଏବଂ କରନ୍‌ ଜୋହରଙ୍କ ବିଷୟରେ।

ସିଦ୍ଧାର୍ଥଙ୍କୁ କରନ୍‌ ତାଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇଅର’ରେ ଡେବ୍ୟୁ କରିବାର ସୁଯୋଗ ଦେଇଥିଲେ। ହେଲେ ଉଭୟଙ୍କ ମଧ୍ୟରେ ରୋମାଣ୍ଟିକ୍‌ ସମ୍ପର୍କ ଥିବା କୁହାଯାଏ। ଏପରିକି ଉଭୟ ଦୁଇ ବର୍ଷ ଧରି ଏକାଠି ରହିଥିବା ଶୁଣିବାକୁ ମିଳେ। ମାତ୍ର କଥା କେତେ ସତ କେତେ ମିଛ ତାହା ସ୍ପଷ୍ଟ ହୋଇ ନ ପାରିବା ଯୋଗୁ ଗୁଜବ ଭାବେ ରହିଆସିଛି।

ତେବେ ଦିଲ୍ଲୀରେ ରହୁଥିବା ସିଦ୍ଧାର୍ଥ ଜଣେ ମଡେଲ ଭାବେ ବମ୍ବେ ଆସିଥିଲେ। ସେଠାରେ ସେ ଧର୍ମା ପ୍ରଯୋଜନା ସଂସ୍ଥା ଅଧିନରେ ସହ ନିର୍ଦ୍ଦେଶକ ଭାବେ ଚାକିରି ପାଇଁ ଆବେଦନ କରିଥିଲେ। ସେହିଠାରୁ ହିଁ ସେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ।

Share