ଏକଦା ମହେଶ ଭଟ୍ଟ-ପୂଜା ଭଟ୍ଟଙ୍କ ଝିଅ ଆଲିଆ ବୋଲି ଉଠିଥିଲା କଥା; କିଛି ଏଭଳି…

ବମ୍ବେ: ବଲିଉଡର ଖ୍ୟାତନାମା ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ସୁକନ୍ୟା ହେଉଛନ୍ତି ଆଲିଆ। ତାଙ୍କର ଅନ୍ୟଜଣେ ଝିଅ ପୂଜା ମଧ୍ୟ ଅଛନ୍ତି। ହେଲେ ଏକାଧିକ ବାର ମହେଶ ଏବଂ ପୂଜାଙ୍କ ଝିଅ ଆଲିଆ ବୋଲି ଗୁଜବ ଉଠିଛି। ଉଭୟ ସାବତ ଭଉଣୀ ହୋଇଥିବା ବେଳେ କ’ଣ ପାଇଁ ଏଭଳି ଆଲୋଚନା ହୋଇଥାଏ ସେ ବିଷୟରେ ଜଣାପଡ଼ିନାହିଁ। ହେଲେ ପୂର୍ବରୁ ମହେଶଙ୍କ ବିବାଦୀୟ ବୟାନ ଯୋଗୁ ଏଭଳି ଗୁଜବର ସୁତ୍ରପାତ ହୋଇଥିବା ଚର୍ଚ୍ଚା ହୁଏ। ଆଲିଆ ମଧ୍ୟ ନିଜେ ଏନେଇ ମୁହଁ ଖୋଲି ରୋକଠୋକ୍‌ ଏଭଳି ଗୁଜବକୁ ବନ୍ଦ କରିବାକୁ କହିଛନ୍ତି।

ଏକଦା ମହେଶ ଝିଅ ପୂଜାଙ୍କୁ ବିବାହ କରିବା କଥା କହିଥିଲେ। ଯଦି ସେ ତାଙ୍କ ଝିଅ ହୋଇ ନ ଥାନ୍ତେ ତେବେ ବିବାହ କରିବାରେ ଅସୁବିଧା ନ ଥିବା ମଧ୍ୟ କହିଥିଲେ। ଏପରିକି ଉଭୟ ଅନେକ ବୋଲ୍ଡ ଫଟୋରେ ନଜର ଆସିଥିଲେ। ସେତେବେଳ ସମୟରେ ମହେଶଙ୍କ ଏଭଳି କଥା ପାଣିରେ ନିଆଁ ଲଗାଇବା ଭଳି ଚର୍ଚ୍ଚାର ପରିସରକୁ ଆସିଥିଲା। ହେଲେ ପରବର୍ତ୍ତୀ ସମୟରେ ସେ ପୂଜାଙ୍କୁ ଝିଅ ବୋଲି କହି ତାଙ୍କ କଥାର ଭିନ୍ନ ଅର୍ଥ କଢ଼ାଯାଇଥିବା ସଫେଇ ଦେଇଥିଲେ।

Share