ଘରେ ଗଙ୍ଗାଜଳ ରଖୁଥିଲେ ଜାଣିରଖନ୍ତୁ ଏସବୁ ନିୟମ…ଜୀବନରୁ ଦୂର ହେବ ଦୁଃଖକଷ୍ଟ, ଖୁସିରେ ବିତିବ ଦିନ 

ହିନ୍ଦୁ ଧର୍ମରେ ଗଙ୍ଗାଜଳର ବିଶେଷ ମହତ୍ୱ ରହିଛି। ପ୍ରାଚୀନ କାଳଳୁ ଗଙ୍ଗା ନଦୀକୁ ମା’ଙ୍କ ଭଳି ବିବେଚନା କରାଯାଏ। ଏପରିକି ଏହାର ଜଳକୁ ଅମୃତ ବୋଲି କୁହାଯାଏ। ମା’ ଗଙ୍ଗାଙ୍କୁ ‘ମୋକ୍ଷ ଦାୟିନୀ’ ବୋଲି କୁହାଯାଉଥିବାରୁ ମୃତ୍ୟୁ ପରେ ମୃତକଙ୍କ ପାଟିରେ ଗଙ୍ଗାଜଳ ଦେବାର ପରମ୍ପରା ରହିଛି। ଏହାର ପାଣି ଏତେ ପବିତ୍ର ଯେ, ଏହା କେବେ ବି ଖରାପ ହୋଇ ନ ଥାଏ କିମ୍ବା ଏଥିରେ କ୍ଷତିକାରକ ଜୀବାଣୁ  ବଞ୍ଚିପାରି ନ ଥାନ୍ତି।
ମାନ୍ୟତା ଅନୁଯାୟୀ ଗଙ୍ଗାଜଳରେ ସ୍ନାନ କରିବା ଦ୍ୱାରା ମନୁଷ୍ୟର ସମସ୍ତ ପାପ ଧୋଇ ହୋଇଯାଏ। ଅନେକ ପର୍ବରେ ଲକ୍ଷ ଲକ୍ଷ ଭକ୍ତ ଗଙ୍ଗା ନଦୀରେ ଗାଧୋଇବାକୁ ଆସନ୍ତି। ପୂଜାପାଠରେ ଏହାର ବ୍ୟବହାର ମଧ୍ୟ କରାଯାଏ। ପ୍ରାୟ ସମସ୍ତ ହିନ୍ଦୁ ଲୋକ ନିଜ ଘରେ କିମ୍ବା ମନ୍ଦିରରେ ଗଙ୍ଗାଜଳକୁ ରଖିଥାନ୍ତି। ହେଲେ ଏହାକୁ ରଖିବା ଲାଗି କିଛି ନିୟମ ରହିଛି। ସେତେବେଳେ ହିଁ ଏହାକୁ ରଖିବା ଲାଭଦାୟକ ହୋଇଥାଏ।
ଗଙ୍ଗା ଜଳ ରଖୁଥିବା ପାତ୍ର:
ଅଧିକାଂଶ ଲୋକ ପ୍ଲାଷ୍ଟିକ ବୋତଲରେ ଗଙ୍ଗା ପାଣି ନେଇ ଘରକୁ ଆସିଥାନ୍ତି କିମ୍ବା ଏହାକୁ ଏହିପରି ଘରେ ରଖିଥାନ୍ତି, ଯାହାକି ଭୁଲ ବୋଲି ଧରାଯାଏ। ଗଙ୍ଗା ଜଳ ଅତ୍ୟନ୍ତ ପବିତ୍ର, ତେଣୁ ଏହାକୁ ରଖିବା ପାଇଁ ପାତ୍ର ମଧ୍ୟ ପବିତ୍ର ହେବା ଉଚିତ।  ଗଙ୍ଗା ଜଳକୁ ଏକ ରୂପା, ତମ୍ବା, ପିତ୍ତଳ କିମ୍ବା ମାଟି ପାତ୍ରରେ ରଖିବା ଉପଯୁକ୍ତ ।
ଗଙ୍ଗା ଜଳ ରଖିବା ସ୍ଥାନ:
ବିଶ୍ୱାସ ଅନୁଯାୟୀ ଗଙ୍ଗା ଜଳକୁ ଏକ ପରିଷ୍କାର ଏବଂ ଅନ୍ଧକାର ସ୍ଥାନରେ ରଖିବା ଉଚିତ। ଗଙ୍ଗା ଜଳ ରଖିବା ପାଇଁ କେବଳ ଏକ ଅନ୍ଧକାର ଏବଂ ପରିଷ୍କାର ସ୍ଥାନ ଶୁଭ ବୋଲି ବିବେଚନା କରାଯାଏ। ଗଙ୍ଗା ଜଳକୁ ଖରା ପଡ଼ୁଥିବା କିମ୍ବା ଖୋଲା ସ୍ଥାନରେ ରଖିବା ଉଚିତ ନୁହେଁ । ଗଙ୍ଗା ଜଳକୁ ରୋଷେଇ ଘର କିମ୍ବା ବାଥରୁମ୍‌ ପାଖରେ ରଖିବା ଉଚିତ ନୁହେଁ ।
ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦିଅନ୍ତୁ:
ପୂଜା ସ୍ଥାନ ନିକଟରେ ଗଙ୍ଗା ଜଳ ରଖିବା ଶୁଭ ବୋଲି ବିବେଚନା କରାଯାଏ। ଯେଉଁଠାରେ ଆପଣ ଗଙ୍ଗା ଜଳ ରଖନ୍ତି, ସେହି ସ୍ଥାନର ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ବଚ୍ଛତା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।
ଯେଉଁଠାରେ ଗଙ୍ଗା ଜଳ ରଖାଯାଏ ସେହି ସ୍ଥାନରେ ଏହି କାମ କର ନାହିଁ :
ଯେଉଁଠାରେ ଗଙ୍ଗା ଜଳ ରଖାଯାଏ, ତାହା ସମ୍ପୂର୍ଣ୍ଣ ଶୁଦ୍ଧ ହେବା ଉଚିତ। ଯଦି ଗଙ୍ଗା ଜଳକୁ କୌଣସି କୋଠରୀରେ ରଖାଯାଇଛି, ତେବେ ଭୁଲରେ ମଧ୍ୟ ସେଠାରେ ମାଂସାହାରୀ ଖାଦ୍ୟ କିମ୍ବା ମଦ୍ୟପାନ କରିବା ଉଚିତ ନୁହେଁ।

Enter your email to get our daily news in your inbox.

All Right Reserved By Dharitri.Com

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri