୧ରୁ କଡ଼ାକଡ଼ି ହେବ ଧରପଗଡ଼

ନୟାଗଡ଼,୩୧।୧୨(ଲୋକନାଥ ମିଶ୍ର)ନୟାଗଡ଼ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଶନିବାର ସଡ଼କ ସୁରକ୍ଷା ସପ୍ତାହ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜାନୁୟାରୀ ୧ରୁ ୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସଡ଼କ ସୁରକ୍ଷା ସପ୍ତାହ ଓ ପରବର୍ତ୍ତୀ ସମୟରେ ଦୁର୍ଘଟଣା, ମୃତକ ଓ ଆହତଙ୍କ ସଂଖ୍ୟା ହ୍ରାସ ପାଇଁ ଗୁରୁତ୍ୱ ଦିଆଯାଇଛି । ସଡ଼କ ସୁରକ୍ଷା ସପ୍ତାହକୁ କଡାକଡି ପାଳନ କରାଯାଇ ଧରପଗଡ଼କୁ ତ୍ୱରାନ୍ବିତ କରାଯିବ ବୋଲି କୁହାଯାଇଛି। ଦୁର୍ଘଟଣାକୁ ଏଡାଇବା ପାଇଁ ପୂର୍ତ୍ତ ଓ ଜାତୀୟ ରାଜପଥ ବିଭାଗକୁ ସଡ଼କର ଖାଲଖମା ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୁଣି ବିଭିନ୍ନ ସ୍ଥାନରେ ବୁଦୁବୁଦିଆ ଜଙ୍ଗଲ ଓ ଗଛ ଦୁର୍ଘଟଣାର କାରଣ ହେଉଥିବାରୁ ସେଗୁଡିକୁ ମଧ୍ୟ ସଫେଇ କରାଯିବାକୁ ନିଷ୍ପତ୍ତି ହୋଇଛି। ରାସ୍ତାରେ ଥିବା ବେଆଇନ ହମ୍ପ୍‌ସକୁ ମଧ୍ୟ ଉଚ୍ଛେଦ କରାଯିବ । ୧୨ ହଜାର ଯାନବାହନର ଡ୍ରାଇଭରଙ୍କୁ ମାଗଣା ତାଲିମ ପ୍ରଦାନ କରାଯିବ ।
ଡିସେମ୍ବର, ଜାନୁୟାରୀରେ ବେଶି ଦୁୁର୍ଘଟଣା ହେଉଥିବାରୁ ସଚେତନତାକୁ କଡାକଡି କରାଯାଇଛି । ମଦ୍ୟପାନ କରି ଗାଡ଼ି ଚାଳନା ନ କରିବାକୁ ସଚେତନତା କରାଯାଉଛି । ଏପରି କି ସଡ଼କ ସୁରକ୍ଷା ନିୟମ ମାନନ୍ତୁ ଓ ପରିବାର ସହ ସୁଖଦ ବଣଭୋଜିର ଆନନ୍ଦ ଉଠାନ୍ତୁ ଲେଖାଥିବା ଇଂଲିଶ ଓ ଓଡିଆ ବ୍ୟାନର ପିକନିକ ସ୍ଥଳରେ ଝୁଲିବ । ପୁଣି ସଚେତନତା ପାଇଁ ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲ ଓ ଦଶପଲ୍ଲା ଥାନା ସମ୍ମୁଖରେ ସଡ଼କ ସୁରକ୍ଷା ଉପରେ ଦୁଇଟି ବଡ ଗେଟ୍‌ କରାଯାଇ ସଚେନତା କରାଯିବ । ଦ୍ରୁତ ଗତିରେ ଗାଡି ଚାଳନାକୁ ରୋକିବାକୁ ଇଣ୍ଟର ସେପ୍ଟର ଗାଡି ପରିକ୍ରମା କରିବ। ମଦ୍ୟପ ଧରପଗଡ଼ ପାଇଁ ପ୍ରତି ମଙ୍ଗଳବାର ଚେକିଂ ହେଉଛି। ଏହାକୁ ତ୍ୱରାନ୍ବିତ କରାଯିବ । ବ୍ଲାକ୍‌ ସ୍ପଟ୍‌ରେ ରମ୍ବଲର୍ସ କରାଯିବ । ସାଇନେଜ ବୋର୍ଡ କିଛି ସ୍ଥାନରେ ରହିଛି । ନୂଆ ସ୍ଥାନରେ ରହିବ ।
ଜିଲାର୧୯୪ ପଞ୍ଚାୟତରେ ସଡ଼କ ସୁରକ୍ଷା ଜୀବନ ରକ୍ଷା ଉପରେ ସଭା କରାଯିବ । ଆଞ୍ଚଳକି ପରିବହନ ଅଫିସ ପକ୍ଷରୁ ନବଘନପୁର, ଲେଙ୍କୁଠିପଡା, ଚମ୍ପତିପୁର, ଲକ୍ଷ୍ମୀପ୍ରସାଦ ୪ ପଞ୍ଚାୟତରେ ଶେଷ ହୋଇଥିବା କୁହାଯାଇଛି । ବାଇକ୍‌ ଚାଳନା ବେଳେ ହେଲମେଟ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ପୁଣି ନାବାଳକମାନଙ୍କୁ ଗାଡି ଚାଳନା ନ କରିବାକୁ କୁହାଯାଇଛି । ଗାଡ଼ି ଚାଳନା କଲେ ଜରିମାନା ସହ ଅଭିଭାବକ ଓ ସ୍କୁଲ, କଲେଜ କତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ପୁଣି ସଡ଼କ ସୁରକ୍ଷାର ବାର୍ତ୍ତା ଏଲଇଡି ଦ୍ୱାରା ସଚେତନତା କରାଯିବ । ଶର୍ଟ ଫିଲମ୍‌ ସ୍କୁଲ ,କଲେଜ ଓ ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରାଯିବ । ସ୍କୁଲ କଲେଜରେ ସଡ଼କ ସୁରକ୍ଷା ସଚେତନତାର ବାର୍ତ୍ତା ବଣ୍ଟନ ପାଇଁ ପ୍ରତିଯୋଗିତା କରାଯିବ। ବୈଠକରେ ଜିଲାପାଳ ଯୋଗ ଦେବାର ଥିଲା । ତେବେ ଜିଲାପାଳ ଭିଡିଓ କନଫେରେନ୍ସରେ ରହିବାରୁ ଅତିଥିଙ୍କ ସିଟ୍‌ ଖାଲି ରହିଥିଲା । ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଶାନ୍ତ ପରିଡା, ଡିଏସ୍‌ପି ହେମନ୍ତ ରାଓ, ଏମଭିଆଇ ପଞ୍ଚାନନ ବେହେରା, ଡ୍ରାଇଭର, ବସ୍‌ ଓ ମାଲିକ ସଂଘ କର୍ମକର୍ତ୍ତା, ଟ୍ରକ ଓ ଅଟୋ ଡ୍ରାଇଭର ସଂଘର କର୍ମକର୍ତ୍ତା, ଜିଲାସ୍ତରୀୟ ଗଣମାଧ୍ୟମର ପ୍ରତିନିଧି ଏହି ପ୍ରସ୍ତୁତି ବୈଠକରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri