୧ରୁ କଡ଼ାକଡ଼ି ହେବ ଧରପଗଡ଼

ନୟାଗଡ଼,୩୧।୧୨(ଲୋକନାଥ ମିଶ୍ର)ନୟାଗଡ଼ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଶନିବାର ସଡ଼କ ସୁରକ୍ଷା ସପ୍ତାହ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜାନୁୟାରୀ ୧ରୁ ୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସଡ଼କ ସୁରକ୍ଷା ସପ୍ତାହ ଓ ପରବର୍ତ୍ତୀ ସମୟରେ ଦୁର୍ଘଟଣା, ମୃତକ ଓ ଆହତଙ୍କ ସଂଖ୍ୟା ହ୍ରାସ ପାଇଁ ଗୁରୁତ୍ୱ ଦିଆଯାଇଛି । ସଡ଼କ ସୁରକ୍ଷା ସପ୍ତାହକୁ କଡାକଡି ପାଳନ କରାଯାଇ ଧରପଗଡ଼କୁ ତ୍ୱରାନ୍ବିତ କରାଯିବ ବୋଲି କୁହାଯାଇଛି। ଦୁର୍ଘଟଣାକୁ ଏଡାଇବା ପାଇଁ ପୂର୍ତ୍ତ ଓ ଜାତୀୟ ରାଜପଥ ବିଭାଗକୁ ସଡ଼କର ଖାଲଖମା ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୁଣି ବିଭିନ୍ନ ସ୍ଥାନରେ ବୁଦୁବୁଦିଆ ଜଙ୍ଗଲ ଓ ଗଛ ଦୁର୍ଘଟଣାର କାରଣ ହେଉଥିବାରୁ ସେଗୁଡିକୁ ମଧ୍ୟ ସଫେଇ କରାଯିବାକୁ ନିଷ୍ପତ୍ତି ହୋଇଛି। ରାସ୍ତାରେ ଥିବା ବେଆଇନ ହମ୍ପ୍‌ସକୁ ମଧ୍ୟ ଉଚ୍ଛେଦ କରାଯିବ । ୧୨ ହଜାର ଯାନବାହନର ଡ୍ରାଇଭରଙ୍କୁ ମାଗଣା ତାଲିମ ପ୍ରଦାନ କରାଯିବ ।
ଡିସେମ୍ବର, ଜାନୁୟାରୀରେ ବେଶି ଦୁୁର୍ଘଟଣା ହେଉଥିବାରୁ ସଚେତନତାକୁ କଡାକଡି କରାଯାଇଛି । ମଦ୍ୟପାନ କରି ଗାଡ଼ି ଚାଳନା ନ କରିବାକୁ ସଚେତନତା କରାଯାଉଛି । ଏପରି କି ସଡ଼କ ସୁରକ୍ଷା ନିୟମ ମାନନ୍ତୁ ଓ ପରିବାର ସହ ସୁଖଦ ବଣଭୋଜିର ଆନନ୍ଦ ଉଠାନ୍ତୁ ଲେଖାଥିବା ଇଂଲିଶ ଓ ଓଡିଆ ବ୍ୟାନର ପିକନିକ ସ୍ଥଳରେ ଝୁଲିବ । ପୁଣି ସଚେତନତା ପାଇଁ ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲ ଓ ଦଶପଲ୍ଲା ଥାନା ସମ୍ମୁଖରେ ସଡ଼କ ସୁରକ୍ଷା ଉପରେ ଦୁଇଟି ବଡ ଗେଟ୍‌ କରାଯାଇ ସଚେନତା କରାଯିବ । ଦ୍ରୁତ ଗତିରେ ଗାଡି ଚାଳନାକୁ ରୋକିବାକୁ ଇଣ୍ଟର ସେପ୍ଟର ଗାଡି ପରିକ୍ରମା କରିବ। ମଦ୍ୟପ ଧରପଗଡ଼ ପାଇଁ ପ୍ରତି ମଙ୍ଗଳବାର ଚେକିଂ ହେଉଛି। ଏହାକୁ ତ୍ୱରାନ୍ବିତ କରାଯିବ । ବ୍ଲାକ୍‌ ସ୍ପଟ୍‌ରେ ରମ୍ବଲର୍ସ କରାଯିବ । ସାଇନେଜ ବୋର୍ଡ କିଛି ସ୍ଥାନରେ ରହିଛି । ନୂଆ ସ୍ଥାନରେ ରହିବ ।
ଜିଲାର୧୯୪ ପଞ୍ଚାୟତରେ ସଡ଼କ ସୁରକ୍ଷା ଜୀବନ ରକ୍ଷା ଉପରେ ସଭା କରାଯିବ । ଆଞ୍ଚଳକି ପରିବହନ ଅଫିସ ପକ୍ଷରୁ ନବଘନପୁର, ଲେଙ୍କୁଠିପଡା, ଚମ୍ପତିପୁର, ଲକ୍ଷ୍ମୀପ୍ରସାଦ ୪ ପଞ୍ଚାୟତରେ ଶେଷ ହୋଇଥିବା କୁହାଯାଇଛି । ବାଇକ୍‌ ଚାଳନା ବେଳେ ହେଲମେଟ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ପୁଣି ନାବାଳକମାନଙ୍କୁ ଗାଡି ଚାଳନା ନ କରିବାକୁ କୁହାଯାଇଛି । ଗାଡ଼ି ଚାଳନା କଲେ ଜରିମାନା ସହ ଅଭିଭାବକ ଓ ସ୍କୁଲ, କଲେଜ କତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ପୁଣି ସଡ଼କ ସୁରକ୍ଷାର ବାର୍ତ୍ତା ଏଲଇଡି ଦ୍ୱାରା ସଚେତନତା କରାଯିବ । ଶର୍ଟ ଫିଲମ୍‌ ସ୍କୁଲ ,କଲେଜ ଓ ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରାଯିବ । ସ୍କୁଲ କଲେଜରେ ସଡ଼କ ସୁରକ୍ଷା ସଚେତନତାର ବାର୍ତ୍ତା ବଣ୍ଟନ ପାଇଁ ପ୍ରତିଯୋଗିତା କରାଯିବ। ବୈଠକରେ ଜିଲାପାଳ ଯୋଗ ଦେବାର ଥିଲା । ତେବେ ଜିଲାପାଳ ଭିଡିଓ କନଫେରେନ୍ସରେ ରହିବାରୁ ଅତିଥିଙ୍କ ସିଟ୍‌ ଖାଲି ରହିଥିଲା । ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଶାନ୍ତ ପରିଡା, ଡିଏସ୍‌ପି ହେମନ୍ତ ରାଓ, ଏମଭିଆଇ ପଞ୍ଚାନନ ବେହେରା, ଡ୍ରାଇଭର, ବସ୍‌ ଓ ମାଲିକ ସଂଘ କର୍ମକର୍ତ୍ତା, ଟ୍ରକ ଓ ଅଟୋ ଡ୍ରାଇଭର ସଂଘର କର୍ମକର୍ତ୍ତା, ଜିଲାସ୍ତରୀୟ ଗଣମାଧ୍ୟମର ପ୍ରତିନିଧି ଏହି ପ୍ରସ୍ତୁତି ବୈଠକରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

ଥୁଆମୂଳ ରାମପୁରରେ ବାଘ ଆତଙ୍କ: ଜନଗହଳିପୂର୍ଣ୍ଣ ସାପ୍ତାହିକ ବଜାର ନିକଟରେ ବୁଲୁଛି ମହାବଳ, ଭୟଭୀତ ଅଞ୍ଚଳବାସୀ…

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜଲା ଥୁଆମୂଳ ରାମପୁର ବ୍ଲକ ତଳଆମ୍ବ ପଦର ପଞ୍ଚାୟତ ଅଞ୍ଚଳରେ ଏବେ ବାଘ ଆତଙ୍କ ଖେଳିଯାଇଛି। ମୁଖ୍ୟ ରାସ୍ତା…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

ଥୁଆମୂଳ ରାମପୁରରେ ମା’ ଗଙ୍ଗାଦୀଙ୍କ ଚୈତ୍ର ଯାତ୍ରା ଆରମ୍ଭ: ଅନ୍ଧାରରେ ମା’ଙ୍କ ପରିକ୍ରମା, ପୂଜା କମିଟିର ଅବ୍ୟବସ୍ଥାକୁ ନେଇ …

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପାରମ୍ପରିକ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମା’ ଗଙ୍ଗାଦୀ ଠାକୁରାଣୀଙ୍କ ପ୍ରସିଦ୍ଧ ୮…

ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଉତ୍ସବମୁଖର ତିଳେଶ୍ୱର ଗାଁ: ପୋଷ୍ୟ ଗ୍ରାମ ଘୋଷଣା କଲା ବ୍ଲକ ପ୍ରଶାସନ

ଦିଗପହଣ୍ଡି, ୨୪।୩ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତର ଐତିହାସିକ ଗ୍ରାମ ତିଳେଶ୍ୱର ଏବେ ଉତ୍ସବମୁଖର। ମଙ୍ଗଳବାରଠାରୁ ଗ୍ରାମଦେବତୀ ମା’ ବୁଢ଼ୀ…

ରେଳମନ୍ତ୍ରୀଙ୍କୁ ଭେଟିଲେ ଏମପି ପ୍ରଦୀପ ପୁରୋହିତ: ପଶ୍ଚିମ ଓଡ଼ିଶାର ରେଳ ସମସ୍ୟାର ସମାଧାନ ପାଇଁ…

ବରଗଡ,୨୪।୩(ପ୍ରେମାନନ୍ଦ ଖମାରୀ) – ପଶ୍ଚିମ ଓଡ଼ିଶାରେ ରେଳ ବିକାଶ ନେଇ ବରଗଡ଼ ଲୋକସଭା ସାଂସଦ(ଏମପି) ପ୍ରଦୀପ ପୁରୋହିତ ମଙ୍ଗଳବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କଠାରେ ଦାବି କରିଛନ୍ତି।…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri