ଜନ୍ମ ପ୍ରମାଣପତ୍ରରୁ କ୍ଷୁଦ୍ର ସଞ୍ଚୟ ଯୋଜନା ଯାଏ… ଅକ୍ଟୋବରରୁ ବଦଳିବ ଏହି ୫ ନିୟମ; ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୩୦।୯: ରବିବାରଠାରୁ ଅକ୍ଟୋବର ୨୦୨୩ ଆରମ୍ଭ ହେବ। ସବୁ ମାସ ପରି ଏହି ନୂଆ ମାସରେ ଅନେକ କିଛି ବଦଳିବାକୁ ଯାଉଛି। ଏହାର ପ୍ରଭାବ ଆପଣଙ୍କ ପର୍ସ ଉପରେ ପଡ଼ିପାରେ। ବିଶେଷକରି ଏଲ୍‌ପିଜିଠାରୁ ଆରମ୍ଭ କରି ସ୍ମଲ ସେଭିଂ ସ୍କିମ୍‌ ଆଦିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଆସନ୍ତୁ ଏଭଳି ୫ ସ୍ବତନ୍ତ୍ର ପରିବର୍ତ୍ତନ ବିଷୟରେ ଜାଣିବା…

-ଏଲ୍‌ପିଜି ଦାମ୍‌ରେ ପରିବର୍ତ୍ତନ:
ଅକ୍ଟୋବର ମାସ ଆରମ୍ଭରୁ ଏଲ୍‌ପିଜିର ଦର ବଦଳିପାରେ। କାରଣ ପ୍ରତି ମାସ ପହିଲାରେ ତୈଳ କମ୍ପାନୀଗୁଡ଼ିକ ଏଲ୍‌ପିଜି ଦର ସଂଶୋଧିତ କରିଥାଏ। କିଛି ଦିନ ପୂର୍ବେ କେନ୍ଦ୍ର ସରକାର ରନ୍ଧନ ଗ୍ୟାସ ସିଲିଣ୍ଡର ଦାମ୍‌ରେ ୨୦୦ ଟଙ୍କା ଛାଡ୍‌ କରିଥିଲେ। ହେଲେ ପହିଲାରେ ପୁଣି ଏହାର ଦାମ୍‌ରେ ପରିବର୍ତ୍ତନ ଉପରେ ସମସ୍ତଙ୍କ ନଜର ରହିବ।

-୨୦୦୦ ଟଙ୍କିଆ ନୋଟ ବଦଳାଇବାର ଡେଡ୍‌ଲାଇନ୍‌:
ଆର୍‌ବିଆଇର ଘୋଷଣା ଅନୁଯାୟୀ ସେପ୍ଟେମ୍ବର ୩୦ ସୁଦ୍ଧା ୨୦୦୦ ଟଙ୍କିଆ ନୋଟ ବଦଳାଇବାକୁ କୁହାଯାଇଥିଲା। ଏଣୁ ଅକ୍ଟୋବର ପହିଲାରୁ ଏହି ନୋଟ୍‌ ଚଳିବ ନାହିଁ।

-ଟିସିଏସ୍‌ ନିୟମ ଲାଗୁ: ଅକ୍ଟୋବର ପହିଲାରୁ ଟିସିଏସ୍‌ ନିୟମ ଲାଗୁ ହେବ। ଏହା ବିଦେଶ ଯାତ୍ରାରେ ହେବାକୁ ଥିବା ଖର୍ଚ୍ଚ ଅର୍ଥାତ ନେଣଦେଣରେ ପ୍ରଭାବ ପକାଇବ। ବିଦେଶରେ ଷ୍ଟକ, ମ୍ୟୁଚୁଆଲ ଫଣ୍ଡ, ବିଦେଶରେ କ୍ରିପ୍ଟୋକରେନ୍ସିଂରେ ନିବେଶ ଅଥବା ବିଦେଶରେ ପଢ଼ା ଲାଗି ଯିବା ଆଦିରେ ନିୟମ ବଦଳିବ। ଆର୍‌ବିଆଇର ଲିବରାଇଜ୍ଡ ରେମିଟେନ୍ସ ସ୍କିମ୍‌(ଏଲ୍‌ଆର୍‌ଏସ୍‌) ଅନୁଯାୟୀ କୌଣସି ବ୍ୟକ୍ତି ବର୍ଷରେ ୨୫୦,୦୦୦ ଡଲାର ପର୍ଯ୍ୟନ୍ତ ପଠାଇପାରିବ। ଗୋଟିଏ ଆର୍ଥିକ ବର୍ଷରେ ୭ ଲକ୍ଷରୁ କମ୍‌ ଟ୍ରାନ୍ଜାକ୍ସନ ହେଲେ ଏହି ନିୟମ ଲାଗୁ ହେବ ନାହିଁ।

-ଜନ୍ମ ପ୍ରମାଣପତ୍ରରୁ କରିହେବ ଏହି କାମ:-
ଅକ୍ଟୋବର ପହିଲାରୁ ଜନ୍ମ ପ୍ରମାଣପତ୍ରକୁ ବ୍ୟବହାର କରି ଅନେକ କାମ କରିହେବ। କୌଣସି ବିଶ୍ୱବିଦ୍ୟାଳୟରେ ପାଠପଢ଼ା, ନୂଆ ଡ୍ରାଇଭିଂ ଲାଇସେନ୍ସ, ଭୋଟର ତାଳିକା, ଆଧାର ନମ୍ବର, ମ୍ୟାରେଜ ରେଜିଷ୍ଟ୍ରେଶନ ଅଥବା ସରକାରୀ ଚାକିରିରେ ନିଯୁକ୍ତି ଆଦି ଲାଗି ଗୋଟିଏ ମାତ୍ର କାଗଜପତ୍ର ଭାବେ ଏହାକୁ ବ୍ୟବହାର କରିହେବ।

-କ୍ଷୁୁଦ୍ର ସଞ୍ଚୟକୁ ନେଇ ନିୟମ:
ଯଦି କେହି ସରକାରୀ ସଞ୍ଚୟ ଯୋଜନା ଯେଉଁଭଳି ଭବିଷ୍ୟ ନିଧି ପିପିଏଫ୍‌, ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା(ଏନ୍‌ସିଏସ୍‌ଏସ୍‌), ରାଷ୍ଟ୍ରୀୟ ସଞ୍ଚୟ ପ୍ରମାଣପତ୍ର ଭଳି କ୍ଷୁଦ୍ର ସଞ୍ଚୟ ଯୋଜନାରେ ଇନ୍‌ଭେଷ୍ଟ କରନ୍ତି ତେବେ ତାଙ୍କ ପାଇଁ ଅକ୍ଟେବାର ପହିଲା ଗୁରୁତ୍ୱ ରଖିଛି। ଏହି ଯୋଜନାରେ ଜଡ଼ିତ ହୋଇଥିବା ବ୍ୟକ୍ତି ନିଜର ଆଧାର କାର୍ଡ ଏବଂ ପ୍ୟାନ୍‌ କାର୍ଡକୁ ଅପ୍‌ଡେଟ୍‌ ନ କଲେ ଆକାଉଣ୍ଟ ସସ୍‌ପେଣ୍ଡ ହୋଇପାରେ। ସରକାର ଏଥିଲାଗି ଅପିଲ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?