ବିନା ଭକ୍ତରେ ଗଡ଼ିବ ରୁକୁଣା ରଥଯାତ୍ରା!

ଭୁବନେଶ୍ୱର,୮।୪(ବ୍ୟୁରୋ): ଚଳିତ ବର୍ଷ ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରାକୁ ନେଇ ଲାଗିରହିଛି ଅନିଶ୍ଚିତତା। ଗୁରୁବାର ବିଡିଏ କାର୍ଯ୍ୟାଳୟରେ ୪ ନିଯୋଗ ଓ ବିଏମ୍‌ସି କମିଶନରଙ୍କୁ ନେଇ ଏକ ଗୁରୁତ୍ୱପୂବର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ଲିଙ୍ଗରାଜ ରୁକୁଣା ରଥଯାତ୍ରା ଆୟୋଜନ ନେଇ ଆଲୋଚନା ହୋଇଥିଲା। ତେବେ ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଚଳିତ ଥର ବିନା ଭକ୍ତରେ ଏହି ରଥଯାତ୍ରା ଆୟୋଜନ କରାଯାଉ ବୋଲି ସେବାୟତ ଦାବି କରିଛନ୍ତି। ବୈଠକ ପରେ ଏନେଇ ବିଏମ୍‌ସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି। ଅନ୍ୟପଟେ ରୁକୁଣା ରଥଯାତ୍ରା ନେଇ ବ୍ଲୁ-ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରାଯିବା ସହ ବିନା ଭକ୍ତରେ ଏହି ଆୟୋଜନ ପାଇଁ ଲକ୍ଷ୍ୟ ରଖାଯାଇଛି। କେବଳ ସରକାରଙ୍କ ଅନୁମତିକୁ ଅପେକ୍ଷା କରାଯାଇଛି। ଏଥିସହ ଯେଉଁ ପାଳିଆ ସେବାୟତ ରଥ ଟାଣିବେ ସେମାନଙ୍କର କୋଭିଡ ଟେଷ୍ଟ କରାଯିବ ବୋଲି ବିଏମ୍‌ସି କମିଶନର କହିଛନ୍ତି।