ମହାଦେବଙ୍କର ଅଶ୍ରୁରୁ ସୃଷ୍ଟି ରୁଦ୍ରାକ୍ଷ

ହିନ୍ଦୁ ଧର୍ମରେ ରୁଦ୍ରାକ୍ଷକୁ ଖୁବ୍‌ ପବିତ୍ର ବୋଲି ବିବେଚନା କରାଯାଇଥାଏ। ଏହାର ଉଭୟ ଆଧ୍ୟାତ୍ମିକ ତଥା ଜ୍ୟୋତିଷ ମହତ୍ତ୍ୱ ରହିଛି। ଅନେକେ ରୁଦ୍ରାକ୍ଷକୁ ଦେବ ଦେବ ମହାଦେବଙ୍କର ସ୍ବରୂପ ବୋଲି ମଧ୍ୟ କହିଥାନ୍ତି। ଏଥିରେ ମହାଦେବଙ୍କର କରୁଣା ବା ଆର୍ଶୀବାଦ ରହିଥାଏ ବୋଲି ବିଶ୍ୱାସ କରାଯାଏ। ପୌରାଣିକ ତଥ୍ୟ ଅନୁସାରେ, ରୁଦ୍ରାକ୍ଷର ଉତ୍ପତ୍ତି ଭଗବାନ ଶିବଙ୍କର ଅଶ୍ରୁରୁ ହୋଇଛି ବୋଲି କୁହାଯାଇଥାଏ। ତେବେ ରୁଦ୍ରାକ୍ଷ ଉପରେ ପଡ଼ିଥିବା ଗାର ହିଁ ଏହାକୁ ବିଭିନ୍ନ ଭାଗରେ ବିଭାଜିତ କରିଥାଏ; ଅର୍ଥାତ୍‌ ଉକ୍ତ ଗାରକୁ ଲକ୍ଷ୍ୟ କଲେ ଜଣାପଡ଼ିଯାଏ ଯେ, ରୁଦ୍ରାକ୍ଷଟି କେତେ ମୁଖୀ। ସୂଚନାନୁଯାୟୀ, ଏକମୁଖୀରୁ ଆରମ୍ଭକରି ଏକୋଇଶ ମୁଖୀ ପର୍ଯ୍ୟନ୍ତ ରୁଦ୍ରାକ୍ଷ ମୁଖ୍ୟତଃ ଦେଖିବାକୁ ମିଳିଥାଏ। କିନ୍ତୁ ଏସବୁକୁ ଧାରଣା କରିବା ପୂର୍ବରୁ ବିଶେଷଜ୍ଞ ହୁଅନ୍ତୁ ଅବା କୌଣସି ଜ୍ଞାନୀ, ଗୁଣୀଙ୍କଠାରୁ ପରାମର୍ଶ ନେଇ ପିନ୍ଧିଲେ, ତା’ର ଠିକ୍‌ ଲାଭ ପ୍ରାପ୍ତ ହୋଇଥାଏ।

ରୁଦ୍ରାକ୍ଷ ଧାରଣ କରିବାର ନିୟମ: ରୁଦ୍ରାକ୍ଷକୁ ସର୍ବଦା ନିଜ ପାରିଶ୍ରମିକରେ କିଣି ପିନ୍ଧିବା ଉଚିତ। କାରଣ ଅନ୍ୟ କାହାର ରୋଜଗାର ଟଙ୍କାରେ ଏହାକୁ କିଣି ପିନ୍ଧିଲେ କୌଣସି ସୁଫଳ ମିଳେନି। ସେହିପରି ଏହାକୁ ଶରୀରରେ ଧାରଣ କରିବା ପାଇଁ ଶ୍ରାବଣ ମାସ ଅଥବା ଶିବରାତ୍ରିକୁ ସବୁଠାରୁ ଶୁଭ ଦିନ ବୋଲି କୁହାଯାଇଥାଏ। ସୋମବାର ଦିନ ଭଗବାନ ଶିବଙ୍କୁ ସମର୍ପିତ ହୋଇଥିବାରୁ, ଏହିଦିନ ବି ରୁଦ୍ରାକ୍ଷକୁ ପିନ୍ଧିହେବ। ତା’ ଛଡ଼ା ଏହାକୁ ଦେହରେ ଧାରଣ କରିବା ପୂର୍ବରୁ ନିଜର କୁଣ୍ଡଳୀ ଅବା ଜାତକକୁ କୌଣସି ଜ୍ୟୋତିଷଙ୍କୁ ଦେଖାଇ ଦେବା ଦରକାର; ଯଦ୍ଦ୍ବାରା ଜଣେ ଜାଣିପାରିବେ ଯେ ଏହା ତାଙ୍କ ଉପରେ କିପରି ପ୍ରଭାବ ପକାଇବ ଅବା ଏହାକୁ ଧାରଣ କରିବା ତାଙ୍କ ପକ୍ଷେ କେତେ ଦୂର ଠିକ୍‌ ହେବ। ସେହିପରି ରୁଦ୍ରାକ୍ଷକୁ ବିଧିବଦ୍ଧ ପୂଜା କରି ତଥା ମନ୍ତ୍ର ଦ୍ୱାରା ଅଭିମନ୍ତ୍ରିତ କରିବା ପରେ ଯାଇ ପିନ୍ଧିବା ଉଚିତ। ଏହା ଯେହେତୁ ଖୁବ୍‌ ପବିତ୍ର, ତେଣୁ ଏହାକୁ ଅପରିଷ୍କାର ହାତରେ ଧରିବେ ନାହିଁ। ତା’ଛଡ଼ା ଏହାକୁ ଧାରଣ କରୁଥିବା ବ୍ୟକ୍ତି ସର୍ବଦା ଶୁଦ୍ଧପୁତ ରହିବା ସହ ନିରାମିଷ ଭୋଜନ କରିବା ଆବଶ୍ୟକ ଏବଂ ନିୟମିତ ନିଷ୍ଠାର ସହ ଭଗବାନ ଶିବଙ୍କୁ ଆରାଧନା କରିବା ମଧ୍ୟ ଦରକାର। ଏପରି କଲେ ଭଗବାନଙ୍କର ଆର୍ଶୀବାଦ ମିଳେ ବୋଲି ବିଶ୍ୱାସ କରାଯାଇଥାଏ।

ରୁଦ୍ରାକ୍ଷ ଧାରଣ କରିବାର ସୁଫଳ: କେବଳ ଜ୍ୟୋତିଷ ଶାସ୍ତ୍ର କି ଧାର୍ମିକ ତତ୍ତ୍ୱ ନୁହେଁ, ଆଜିକାଲି ବିଜ୍ଞାନ ମଧ୍ୟ ମାନିଲାଣି ଯେ, ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ମାନସିକ ସହ ଶାରୀରିକ ଶାନ୍ତି ବି ମିଳିଥାଏ। କୁହାଯାଏ, ରୁଦ୍ରାକ୍ଷକୁ ହୃଦୟ ବା ଛାତିରେ ଧାରଣ କଲେ ଏହା ହୃଦୟକୁ ବିଭିନ୍ନ ରୋଗରୁ ସୁସ୍ଥ ରଖିଥାଏ। ସେହିପରି ଏହା ଉଚ୍ଚ ରକ୍ତଚାପ ତଥା ମନରେ ଉପୁଜୁଥିବା ଅବସାଦକୁ ମଧ୍ୟ ନିୟନ୍ତ୍ରଣରେ ରଖିବାରେ ବିଶେଷ ସହାୟକ ହୋଇଥାଏ। ତା’ଛଡ଼ା ଏହାକୁ ଧାରଣ କଲେ ଶରୀରରେ ସକାରାତ୍ମକ ଉର୍ଜ୍ଜା ଉତ୍ପନ ହୋଇ ଆମକୁ ଶକ୍ତି ପ୍ରଦାନ କରିଥାଏ ବୋଲି ବିଶ୍ୱାସ ରହିଛି। ସେହିପରି ଏହା ଗ୍ରହଦୋଷରୁ ମଧ୍ୟ କେତେକାଂଶରେ ମୁକ୍ତି ଦେଇଥାଏ।

ରୁଦ୍ରାକ୍ଷକୁ କିଏ ପିନ୍ଧିବେ ଓ କିଏ ପିନ୍ଧିବେନି: ପୂର୍ବେ କେବଳ ସାଧୁସନ୍ଥ ତଥା ସନ୍ନ୍ୟାସୀମାନେ ହିଁ ରୁଦ୍ରାକ୍ଷକୁ ଶରୀରରେ ଧାରଣ କରୁଥିବାର ଦେଖିବାକୁ ମିଳୁଥିଲା। କିନ୍ତୁ ଏବେ ଫ୍ୟାଶନ ପାଇଁ ଅନେକେ ଏହାକୁ ବେକରେ, ହାତରେ ପିନ୍ଧିବାକୁ ଲାଗିଲେଣି। ଏପରିକି ଏବେ ଆର୍ଟିଫିସିଆଲ୍‌ ବା ନକଲି ରୁଦ୍ରାକ୍ଷର ବିଭିନ୍ନ ଜୁଏଲେରି ବି ମିଳିଲାଣି। ଯେମିତିକି ରୁଦ୍ରାକ୍ଷର ମାଳା, ଲକେଟ୍‌, ହାତ ମୁଦି, କାନଫୁଲ, ବ୍ରେସ୍‌ଲେଟ୍‌ ଇତ୍ୟାଦି। ଏସବୁକୁ ଧାରଣ କରିବା ଠିକ୍‌ ନୁହେଁ, କିନ୍ତୁ କେହି ଯଦି ଧାରଣ କରନ୍ତି ତା’ହେଲେ ସେଥିରେ ସେମିତି କିଛି ବିଶେଷ ଅସୁବିଧା ନାହିଁ। ହେଲେ ଯେଉଁମାନେ ବାସ୍ତବ ରୁଦ୍ରାକ୍ଷରେ ତିଆରି ଜୁଏଲେରି ପରିଧାନ କରିବାକୁ ଚାହୁଁଥାନ୍ତି, ତା’ହେଲେ ସେମାନଙ୍କୁ କିଛିଟା ନିୟମ ମାନିବାକୁ ହୋଇଥାଏ; ଯେମିତିକି ତାଙ୍କୁ ସର୍ବଦା ପରିଷ୍କାର, ପରିଚ୍ଛନ୍ନ ରହିବାକୁ ପଡ଼ିବ। ନିଶାଦ୍ରବ୍ୟ ତଥା ଆମିଷ ଭୋଜନରୁ ତାଙ୍କୁ ଦୂରେଇ ରହିବାକୁ ହେବ। କୌଣସି ପାପ କର୍ମ ମନରେ ନ ଆଣି ସର୍ବଦା ଅନ୍ୟମାନଙ୍କର ହିତ ଚିନ୍ତା କରିବାକୁ ପଡ଼ିବ। କିଛି ବି ଅଶୁଦ୍ଧି କାର୍ଯ୍ୟର ସୂଚନା ମିଳିଲେ କିମ୍ବା କରିବାକୁ ଥିଲେ ପ୍ରଥମେ ରୁଦ୍ରାକ୍ଷକୁ ଦେହରୁ କାଢି ସାରିବା ପରେ ଯାଇ ସେହି କାର୍ଯ୍ୟ କରିବେ ଏବଂ ପୁର୍ନବାର ଶୁଦ୍ଧପୂତ ହୋଇ ରୁଦ୍ରାକ୍ଷକୁ ମନ୍ତ୍ରଶୁଦ୍ଧି କରିବା ପରେ ଯାଇ ପୁଣି ଏହାକୁ ପିନ୍ଧିପାରିବେ ବୋଲି ପଣ୍ଡିତମାନେ ମତ ଦେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାର୍ଟ ପାଇଁ ବିପଦ ଏସବୁ ଖାଦ୍ୟ

ବର୍ତ୍ତମାନ ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରୁ ହୃଦ୍‌ଜନିତ ସମସ୍ୟା ଅନ୍ୟତମ। ତେବେ କେତେକ ଖାଦ୍ୟ ପ୍ରତି ସତର୍କ ରହିଲେ ଏଭଳି ସମସ୍ୟାଠାରୁ ଆପଣ…

ଆବେଲ ପୁରସ୍କାର-୨୦୨୬

ଆବେଲ ପୁରସ୍କାର ହେଉଛି ଗଣିତ ପାଇଁ ଏକ ଉଲ୍ଲେଖନୀୟ ସମ୍ମାନ। ଏହାକୁ ନୋବେଲ ପୁରସ୍କାର ସହ ସମାନ ମନେ କରାଯାଇଥାଏ। ନରଓ୍ବେର ବିଶିଷ୍ଟ ଗଣିତଜ୍ଞ ନିଲ୍‌ସ ହେନରିକ…

ହାଇଡ୍ରୋଜେନ ବଣ୍ଡିଂ: ଦୈନନ୍ଦିନ ଜୀବନର ଅଦୃଶ୍ୟ ସ୍ଥାପତ୍ୟ

କଥା ୧୯୧୯ ମସିହାର। ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ବର୍କଲେରେ ଗ୍ରାଜୁଏଶନ ସମୟ ପାଖେଇ ଆସୁଥିଲା ଏବଂ ମୋରିସ ହଗିନ୍ସ ନାମକ ଜଣେ ଛାତ୍ର ବହୁତ ଚିନ୍ତାରେ ଥିଲେ।…

ଏପ୍ରିଲରେ ୩ରାଶିର ଖୋଲିବ ଭାଗ୍ୟ, ମିଳିବ ମୂଲ୍ୟବାନ….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହର ସେନାପତି ମଙ୍ଗଳଙ୍କ ଗୋଚରଙ୍କୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ ।ମଙ୍ଗଳ ଗ୍ରହକୁ ସାହାସ, ପରାକ୍ରମ ଏବଂ ବିଶ୍ବାସର ପ୍ରତିକ ରୂପେ ବିବେଚନା କରାଯାଇଥାଏ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri