ବିଧାନସଭାରେ ଭାଜପା ସଭ୍ୟଙ୍କ ହଙ୍ଗାମା

ଭୁବନେଶ୍ୱର,୧।୧୦(ଅନିଲ ଦାସ)ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗିବା ଘଟଣାରେ ଭାଜପାର ୨ ବିଧାୟକ ମୋହନ ଚରଣ ମାଝି ଏବଂ ମୁକେଶ ମହାଲିଙ୍ଗ ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି। ଏଥିସହିତ ଶାସକ ଦଳ ସଦସ୍ୟ ଅରୁଣ ସାହୁଙ୍କ ବିରୋଧୀ ଦଳ ନେତାଙ୍କ ମାନସିକ ସ୍ଥିତି ଭଲ ନ ଥିବା ମନ୍ତବ୍ୟକୁ ନେଇ ଶନିବାର ବିଧାନସଭାରେ ଭାଜପା ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। ଭାଜପା ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ବିଧାନସଭାରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ପ୍ରଶ୍ନୋତ୍ତର, ଶୂନ୍ୟକାଳ, ମୁଲତବୀ, ଅତିରିକ୍ତ ବଜେଟ ଆଲୋଚନା ସବୁକିଛି ବାଏଁ ବାଏଁ ଉଡ଼ିଯାଇଛି। ମେଣ୍ଟାଲ ଡିଜ୍‌ଅର୍ଡର ଶଦ୍ଦକୁ ବାଚସ୍ପତି ଗୃହର ବିବରଣୀରୁ ବାଦ୍‌ ଦେବା ପରେ ମଧ୍ୟ ଭାଜପା ସଦସ୍ୟମାନେ ଶାନ୍ତ ହୋଇନାହାନ୍ତି। ୨ ସଦସ୍ୟଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ଜିଦ୍‌ରେ ଅଟଳ ରହିବା ସହ ବିଧାନସଭାକୁ ଅଚଳ କରିଛନ୍ତି।
ଶନିବାର ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବାଚସ୍ପତି ପ୍ରମିଳା ମଲ୍ଲିକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରିବା ସହ ବିଜେଡି ସଭ୍ୟ ସୁଧୀର ସାମଲ ପଚାରିଥିବା ପ୍ରଶ୍ନ ନଂ. ୧୫୧ର ଉତ୍ତର ଦେବାକୁ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ରଙ୍କୁ କହିଥିଲେ। ଏହି ସମୟରେ ଭାଜପା ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ପ୍ରବଳ ହଟ୍ଟଗୋଳ କରିଥିଲେ। ନିଲମ୍ବିତ ୨ ବିଧାୟକଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାକୁ ଦାବି କରି ସ୍ଲୋଗାନ ଦେଇଥିଲେ। ହଟ୍ଟଗୋଳ ଯୋଗୁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

ଅପରାହ୍ନ ୪ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ଅନୁରୂପ ଅବସ୍ଥା ସୃଷ୍ଟି ହୋଇଥିଲା। ବାଚସ୍ପତି ଗତ ୨୮ତାରିଖରେ ଶାସକ ଦଳ ବିଧାୟକ ଅରୁଣ ସାହୁ ବିରୋଧୀ ଦଳର ଦୁଇ ବରିଷ୍ଠ ନେତାଙ୍କୁ ଆକ୍ଷେପ କରି କହିଥିବା ‘ମେଣ୍ଟାଲ ଡିଜ୍‌ଅର୍ଡର’ ଶବ୍ଦକୁ ଗୃହ ବିବରଣୀରୁ ବାଦ୍‌ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ବି ଗୃହ ସ୍ବାଭାବିକ ହୋଇପାରି ନ ଥିଲା। ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରିଥିଲେ। ଗୃହକୁ ସ୍ବାଭାବିକ କରିବାକୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ତାହା ସଫଳ ହୋଇ ନ ଥିଲା।

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବାଚସ୍ପତିଙ୍କୁ କହିଥିଲେ, ନିଲମ୍ବିତ ୨ ଭାଜପା ସଦସ୍ୟଙ୍କ ଉପରୁ ନିଃସର୍ତ୍ତ ଭାବେ ନିଲମ୍ବନ ପ୍ରତ୍ୟାହାର କରାଯାଉ। ସେମାନେ ଗୃହରେ କ’ଣ କହିବେ, ତାଙ୍କ ବିବେକ ଉପରେ ଛାଡ଼ି ଦିଆଯାଉ। ଗୃହକୁ ସୁରୁଖୁରୁରେ ବାଚସ୍ପତି ଚଳାନ୍ତୁ, ସହଯୋଗ କରିବାକୁ ବିରୋଧୀ ଦଳ ପ୍ରସ୍ତୁତ ଅଛି ବୋଲି ସେ କହିଥିଲେ। ଏହି ପ୍ରସ୍ତାବକୁ ବିଚାର କରିବେ ବୋଲି ବାଚସ୍ପତି କହିଥିଲେ। ତେବେ ଗୃହ ଠିକ୍‌ରେ ଚାଲୁ ନ ଥିବା ଅଭିଯୋଗ କରି କଂଗ୍ରେସ ବିଧାୟକମାନେ କକ୍ଷତ୍ୟାଗ କରିଥିଲେ।

ଉଲ୍ଲେଖଯୋଗ୍ୟ, ବିରୋଧୀ ଦଳ ନେତାଙ୍କ ପ୍ରତି ଶାସକ ବିଧାୟକ ଅରୁଣ ସାହୁ ‘ମାନସିକ ସ୍ବାସ୍ଥ୍ୟ’ ଠିକ୍‌ ନାହିଁ ବୋଲି କହିବାକୁ ନେଇ ଉଭୟ କଂଗ୍ରେସ ଓ ଭାଜପା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏପରି କି ଭାଜପା ଏହି ଶବ୍ଦକୁ ଗୃହ ବିବରଣୀରୁ ବାଦ୍‌ ଦେବାକୁ ଜିଦ୍‌ କରିଥିଲେ ମଧ୍ୟ ବାଚସ୍ପତି ସେଥିପ୍ରତି କର୍ଣ୍ଣପାତ ନ କରିବାରୁ ଭାଜପା ସଦସ୍ୟମାନେ ଭିନ୍ନ ଢଙ୍ଗରେ ପ୍ରତିବାଦ କରି ବାଚସ୍ପତିଙ୍କ ପୋଡ଼ିୟମକୁ ଡାଲି ଫିଙ୍ଗିଥିଲେ। ସେଥିପାଇଁ ୨୮ତାରିଖରେ ଭାଜପାର ୨ ସଦସ୍ୟଙ୍କୁ ବାଚସ୍ପତି ଚଳିତ ଅଧିବେଶନର ଅବଶିଷ୍ଟ କାର୍ଯ୍ୟଦିବସ ନିମନ୍ତେ ନିଲମ୍ବନ ଘୋଷଣା କରିଥିଲେ। ଉକ୍ତ ୨ ବିଧାୟକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ଦାବି କରି ଭାଜପା ସଦସ୍ୟମାନେ ଗୃହରେ ହଟ୍ଟଗୋଳ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri