ଆଜି ପୁଣି ଧାରଣାରେ ରୁଚିକାଙ୍କ ମା’

ଭୁବନେଶ୍ୱର,୧୨।୭(ବ୍ୟୁରୋ): ବହୁ ଚର୍ଚ୍ଚିତ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଆଜି ପୁଣି ରୁଚିକାଙ୍କ ମା’ ଧାରଣାରେ ବସିଛନ୍ତି। ରୁଚିକାଙ୍କ ମୃତ୍ୟୁକୁ ୧୧ଦିନ ପୁରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପୋଲିସ ହାତରେ ଠୋସ ପ୍ରମାଣ ଲାଗିିନାହିଁ। ଯାହାକୁ ବିରୋଧ କରି ରୁଚିକାଙ୍କ ମାଆ ଅନଶନ ଜାରି ରଖିଛନ୍ତି। ।

ଆଜି ଏକାଦଶ କର୍ମ ଥିବାରୁ ସେ ଗାଁକୁ ଯାଇ କର୍ମ ସାରିବେ ଏବଂ ସେଠାରୁ ଫେରି ପୁଣି ଆନ୍ଦୋଳନରେ ବସିବେ ବୋଲି ସୂଚନା ମିଳିଛି । ପୂର୍ବରୁ ରୁଚିକାଙ୍କ ମା’ ବିଜେବି କଲେଜ ସମ୍ମୁଖରେ ଦଶାହ ଏବଂ ଏକାଦଶ କର୍ମ କରିବା ପାଇଁ ସ୍ଥିର କରିଥିଲେ । କିନ୍ତୁ ଗତକାଲି ରୁଚିକାଙ୍କ ମାଆ ଧାରଣା ଦେଇଥିବା ବେଳେ ଜୋରଜବରଦସ୍ତ ପୋଲିସ ତାଙ୍କୁ ଉଠାଇ ନେଇଥିଲା।