ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ବମ୍ବେ: ମା’ ହେବାକୁ ଯାଉଛନ୍ତି ଲୋକପ୍ରିୟ ଧାରାବାହିକ ‘କୁଣ୍ଡଲୀ ଭାଗ’ର ଅଭିନେତ୍ରୀ ରୁଚି ସବର୍ନ। ଗଣେଷ ଚତୁର୍ଥୀର ଶୁଭ ଅବସରରେ ସେ ପ୍ରଶଂସକଙ୍କ ସହ ଖୁସି ଖବର ବାଣ୍ଟିଛନ୍ତି। ସ୍ବାମୀ ତଥା ଅଭିନେତା ଅଙ୍କିତ ମୋହନଙ୍କ ସହ ସେ ଅନେକ ଫଟୋ ଶେୟାର କରିଥିଲେ। ଫଟୋରେ ତାଙ୍କର ବେବି ବମ୍ପ ନଜର ଆସୁଛି।

ଅଙ୍କିତ ନିଜ ଇନ୍‌ଷ୍ଟାଗ୍ରାମରେ ସବର୍ନଙ୍କ ସହ ଫଟୋ ପୋଷ୍ଟ କରି ‘ଶୁଭ ଅବସରରେ ଶୁଭ ସମାଚାର..ଖୁବ୍‌ ଶୀଘ୍ର ନୂଆ ଅତିଥି ଆସୁଛନ୍ତି’। ଏହା ପରେ ପ୍ରଶଂସକମାନେ ଉଭୟଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।

ନିକଟରେ ଟେଲି ପରଦାର ଲୋକପ୍ରିୟ ଅଭିନେତା ବାପା ହୋଇଛନ୍ତି। ତାଙ୍କ ସ୍ତ୍ରୀ ରୁଚିକା ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି।

Share