ଆତ୍ମହତ୍ୟା କରିବାକୁ ଚାହୁଁଥିଲି

ବମ୍ବେ: ବିଗ୍‌ବସ୍‌ର ଚଳିତ ସିଜନ୍‌ର ସବୁଠୁ ଚର୍ଚ୍ଚିତ ପ୍ରତିଯୋଗୀ ପାଲଟିଛନ୍ତି ରୁବିନା ଦିଲୈକ। ସ୍ବାମୀ ଅଭିନବ ଶୁକ୍ଳାଙ୍କ ସହ ତାଙ୍କର ଖଟାମିଠା ମୂହୁର୍ତ୍ତକୁ ଦର୍ଶକେ ବେଶ୍‌ ପସନ୍ଦ କରୁଛନ୍ତି। ଏବେ ରୁବିନା ଶୋ’ରେ ଭାବବିହ୍ବଳ ହୋଇଥିବା ଦେଖାଯାଇଛି। ସେ ବେଶି ରାଗୁଥିବାରୁ ଓ୍ବିକେଣ୍ଡ ଏପିସୋଡରେ ସଲମାନ ତାଙ୍କୁ ଗାଳି କରିଥିଲେ। ଏହାକୁ ନେଇ ସେ ପୁରୁଣା ସ୍ମୃତିକୁ ମନେ ପକାଇଥିଲେ।

ଆଠ ବର୍ଷ ପୂର୍ବେ ରୁବିନା କଥା କଥାକେ ରାଗି ଯାଉଥିଲେ। ଏଥିପାଇଁ ତାଙ୍କ ବାପାମା’ଙ୍କ ସହ ତାଙ୍କର ଝଗଡ଼ା ହେଉଥିଲା। ସେତେବେଳେ ତାଙ୍କୁ ଆତ୍ମହତ୍ୟା କରିନେବାକୁ ଇଚ୍ଛା ହେଉଥିଲା। ଏହି ସମୟରେ ତାଙ୍କର ବ୍ରେକ୍‌ଅପ୍‌ ହୋଇଯାଇଥିଲା ବୋଲି ରୁବିନା କହିଛନ୍ତି।

ଶୋ’ରେ ରୁବିନା ରାକ୍ଷୀ ସାଓ୍ବନ୍ତଙ୍କ ସହ ଝଗଡ଼ା କରୁଛନ୍ତି। ଅଭିନବଙ୍କୁ ନେଇ ରାକ୍ଷୀ ଖରାପ ଇଙ୍ଗିତ କରୁଥିବାରୁ ସେ ରାଗି ଯାଉଛନ୍ତି। ଏହାକୁ ନେଇ ସଲମାନ ରୁବିନାଙ୍କୁ ତାଗିଦ କରିଥିଲେ।

Share