ସବୁକିଛି ଯୋଜନା ଅନୁସାରେ ହୁଏନା

ବମ୍ବେ: ଆହତ ହୋଇଛନ୍ତି ଅଭିନେତ୍ରୀ ରୁବିନା ଦିଲେକ। ତାଙ୍କର ବାମ କାନ୍ଧରେ ଆଘାତ ଲାଗିଛି। ନିଜର ସୋସିଆଲ ଆକାଉଣ୍ଟରେ ଫଟୋ ଶେୟାର କରି ରୁବିନା ଏନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି। ତାଙ୍କ ପଛ ପଟ ବାମ କାନ୍ଧରେ ହିଲିଂ ଟେପ୍‌ ଲଗାଯାଇଛି। ନିଜର ସ୍ବାସ୍ଥ୍ୟାବସ୍ଥା ବିଷୟରେ ପ୍ରଶଂସକଙ୍କୁ ଜଣାଇବା ସହ ‘ସବୁ କିଛି ଯୋଜନା ଅନୁସାରେ ହୁଏନା’ ବୋଲି ରୁବିନା ଲେଖିଛନ୍ତି। ଏହାପରେ ପ୍ରଶଂସକମାନେ ତାଙ୍କର ଆରୋଗ୍ୟ କାମନା କରୁଛନ୍ତି। ହେଲେ କେଉଁ କାରଣରୁ ତାଙ୍କୁ ଆଘାତ ଲାଗିଛି ତାହା ଜଣାପଡ଼ିନାହିଁ।

କାମ ବିଷୟରେ କଥା ହେଲେ ରୁବିନା ବିଗ୍‌ବସ୍‌ରୁ ବାହାରିବା ପରେ ଧାରାବାହିକରେ ନଜର ଆସିଥିଲେ। ଏବେ ସେ ଫିଲ୍ମ ‘ଅର୍ଦ୍ଧ’ର ଶୁଟିଂରେ ବ୍ୟସ୍ତ। ଫିଲ୍ମରେ ସେ ରାଜପାଲ ଯାଦବଙ୍କ ସହ ସ୍କ୍ରିନ୍‌ ଶେୟାର କରିବେ। ଏଥିଯୋଗେ ସେ ବଲିଉଡ୍‌ରେ ନିଜର ଡେବ୍ୟୁ କରିବାକୁ ଯାଉଥିବାରୁ ବେଶ ଉତ୍ସାହିତ ଅଛନ୍ତି।

Share