ପୋଲିସ ହାତରେ ଆର୍‌ଟିଓ ରିପୋର୍ଟ

ଖୋର୍ଦ୍ଧା ଅଫିସ,୨୬ା୩: ବାଣପୁର ବ୍ଲକ ସମ୍ମୁଖରେ ପୋଲିସ କର୍ମଚାରୀ ଓ ଲୋକଙ୍କ ଉପରକୁ ଗାଡ଼ି ମଡ଼ାଇଦେବା ଘଟଣାରେ ଗିରଫ ହୋଇ ଜେଲରେ ଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ଘଟଣା ଦିନ ବିଧାୟକ ଯେଉଁ କାର୍‌ ଡ୍ରାଇଭିଂ କରି ଲୋକଙ୍କୁ ମଡ଼ାଇଦେଇଥିଲେ ସେଥିରେ ୨ଟି ଭିନ୍ନ ନମ୍ବର ପ୍ଲେଟ ଲାଗିଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ବାଣପୁର ପୋଲିସ ଆର୍‌ଟିଓଙ୍କୁ ରିପୋର୍ଟ ମାଗିଥିଲା। ଭୁବନେଶ୍ୱର ଆରଟିଓ-୧ ପକ୍ଷରୁ ଏମ୍‌ଭିଆଇ ବାଣପୁର ଥାନା ଆସି ଯାଞ୍ଚ କରି ଫେରିଥିଲେ। ଶୁକ୍ରବାର ଆର୍‌ଟିଓଙ୍କ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି। ଶନିବାର ପୌର ନିର୍ବାଚନ ଭୋଟଗଣତି ରହିଥିବାରୁ ରବିବାର ଏହି ଘଟଣାର ସବିଶେଷ ତଥ୍ୟ ପ୍ରମାଣ ସାର୍ବଜନୀନ କରାଯିବ ବୋଲି ବାଲୁଗଁା ଏସ୍‌ଡିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି। ତେବେ ରିପୋର୍ଟକୁ ନେଇ ସବୁଠି ଉତ୍କଣ୍ଠା ଲାଗି ରହିଛି।
୧୨ତାରିଖରେ ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ବିଧାୟକ ଜଗଦ୍ଦେବ ଲ୍ୟାଣ୍ଡ ରୋଭର ଡିସ୍‌କଭରି କାରରେ ଦୁଇ ନମ୍ବର ପ୍ଲେଟ ଲଗାଇ ଆସିଥିଲେ। ଉପରଟି ଅସଲି ନମ୍ବର (ଓଡି୨୫-କେ-୫୭୭୫) ରହିଥିବାବେଳେ ତଳେ ଥିଲା ନକଲି ନମ୍ବର(ଓଡି୦୨-ଏୱାଇ-୫୭୭୫)। ଲୋକ ଓ ପୋଲିସଙ୍କ ଉପରକୁ ଗାଡ଼ି ମଡ଼ାଇବା ପରେ ଜଗଦ୍ଦେବ ରୋଷର ଶିକାର ହୋଇଥିଲେ। ଉତ୍ତ୍ୟକ୍ତ ଲୋକେ ତାଙ୍କ କାରକୁ ଭଙ୍ଗାରୁଜା ସମୟରେ ଅସଲି ନମ୍ବର ପ୍ଲେଟ ଖସିଯାଇଥିବା ବେଳେ କାର ଆଗରେ ଲାଗିଥିବା ନମ୍ବର ଓଡି୦୨-ଏୱାଇ-୫୭୭୫ ଦେଖାଯାଉଥିବା ସେହି ସମୟରେ ହସ୍ତଗତ ହୋଇଥିବା ସିସିଟିଭି ଫୁଟେଜରେ କଏଦ ହୋଇଛି। ଜଗଦ୍ଦେବ ବ୍ୟବହାର କରୁଥିବା ଲ୍ୟାଣ୍ଡ ରୋଭର ଡିସ୍‌କଭରି ଗାଡ଼ି(ଓଡି୨୫-କେ-୫୭୭୫) ନୟାଗଡ଼ ଅଞ୍ଚଳର ଠିକାଦାର କୁମାର ଦେବଦତ୍ତଙ୍କ ନାମରେ ରହିଛି। ହେଲେ ବାଣପୁର ଏସ୍‌ଆଇ ଦେବସ୍ମିତା ବେହେରା ଦେଇଥିବା ଏତଲାରେ ବିଧାୟକ ଘଟଣା ସମୟରେ ଓଡି୦୨-ଏଓ୍ବାଇ-୫୭୭୫ ନମ୍ବର ବିଶିଷ୍ଟ କାର୍‌ ଚଳାଉଥିଲେ ବୋଲି ଦର୍ଶାଇଛନ୍ତି, ଯାହାକି ଏକ ହ୍ୟୁଣ୍ଡାଇ କ୍ରେଟା କାରର ନମ୍ବର। ଉକ୍ତ କ୍ରେଟା କାରଟି ନୟାଗଡ ଜିଲା ସୁନାଖଳାର ଶିବାନୀ ଫୁଡ୍ସ ପ୍ରଡକ୍ଟ କମ୍ପାନୀ ମାଲିକଙ୍କ ନାମରେ ରହିଥିବା ଜଣାପଡ଼ିଛି। ଘଟଣା ଦିନ ଏତଲାରେ ଦିଆଯାଇଥିବା ନମ୍ବର ଏକ କ୍ରେଟା କାରର ବୋଲି ଜଣାପଡିବା ପରେ ବିଧାୟକଙ୍କ ବିରୋଧରେ ଜାଳିଆତି ମାମଲା ରୁଜୁ କରାଯାଇଛି ବୋଲି ଏସ୍‌ପି ଅଲେଖ ଚନ୍ଦ୍ର ପହି କହିଛନ୍ତି। ତେବେ ବିଧାୟକ କାହିଁକି ଦୁଇଟି ନମ୍ବର ପ୍ଲେଟ ବ୍ୟବହାର କରୁଥିଲେ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ ଘଟଣା ପରଦିନ ଅର୍ଥାତ ୧୩ ତାରିଖରୁ ପୋଲିସ ନିକଟରେ ଏନେଇ ଖବର ରହିଥିବା ସତ୍ତ୍ୱେ ମାମଲାକୁ ଦୁର୍ବଳ କରିବା ପାଇଁ ପୋଲିସର ଏହା କୌଣସି ଚାଲ ନୁହେଁ ତ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୋଲିସ ତଦନ୍ତ ପ୍ରକ୍ରିୟାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ତେବେ ଏସ୍‌ପି ପହି ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଆରଟିଓଙ୍କୁ ଏନେଇ ରିପୋର୍ଟ ମଗାଯାଇଥିଲା। ରିପୋର୍ଟ ଆସିବାରେ ବିଳମ୍ବ ଘଟିଥିଲା। ତେଣୁ ଅସଲି ଓ ନକଲି ନମ୍ବରକୁ ନେଇ ନ୍ଦ୍ୱନ୍ଦ୍ୱ ରହିଥିଲା। ଯାହାକି ରିପୋର୍ଟ ପରେ ସ୍ପଷ୍ଟ ହୋଇଛି। ଆବଶ୍ୟକ ପଡିଲେ ଉଭୟ କାର୍‌ ମାଲିକଙ୍କୁ ଜେରା କରାଯିବ ବୋଲି ତଦନ୍ତ ଅଧିକାରୀ ଏସ୍‌ଡିପିଓ ବାରିକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri