ପୋଲିସ ହାତରେ ଆର୍‌ଟିଓ ରିପୋର୍ଟ

ଖୋର୍ଦ୍ଧା ଅଫିସ,୨୬ା୩: ବାଣପୁର ବ୍ଲକ ସମ୍ମୁଖରେ ପୋଲିସ କର୍ମଚାରୀ ଓ ଲୋକଙ୍କ ଉପରକୁ ଗାଡ଼ି ମଡ଼ାଇଦେବା ଘଟଣାରେ ଗିରଫ ହୋଇ ଜେଲରେ ଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ଘଟଣା ଦିନ ବିଧାୟକ ଯେଉଁ କାର୍‌ ଡ୍ରାଇଭିଂ କରି ଲୋକଙ୍କୁ ମଡ଼ାଇଦେଇଥିଲେ ସେଥିରେ ୨ଟି ଭିନ୍ନ ନମ୍ବର ପ୍ଲେଟ ଲାଗିଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ବାଣପୁର ପୋଲିସ ଆର୍‌ଟିଓଙ୍କୁ ରିପୋର୍ଟ ମାଗିଥିଲା। ଭୁବନେଶ୍ୱର ଆରଟିଓ-୧ ପକ୍ଷରୁ ଏମ୍‌ଭିଆଇ ବାଣପୁର ଥାନା ଆସି ଯାଞ୍ଚ କରି ଫେରିଥିଲେ। ଶୁକ୍ରବାର ଆର୍‌ଟିଓଙ୍କ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି। ଶନିବାର ପୌର ନିର୍ବାଚନ ଭୋଟଗଣତି ରହିଥିବାରୁ ରବିବାର ଏହି ଘଟଣାର ସବିଶେଷ ତଥ୍ୟ ପ୍ରମାଣ ସାର୍ବଜନୀନ କରାଯିବ ବୋଲି ବାଲୁଗଁା ଏସ୍‌ଡିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି। ତେବେ ରିପୋର୍ଟକୁ ନେଇ ସବୁଠି ଉତ୍କଣ୍ଠା ଲାଗି ରହିଛି।
୧୨ତାରିଖରେ ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ବିଧାୟକ ଜଗଦ୍ଦେବ ଲ୍ୟାଣ୍ଡ ରୋଭର ଡିସ୍‌କଭରି କାରରେ ଦୁଇ ନମ୍ବର ପ୍ଲେଟ ଲଗାଇ ଆସିଥିଲେ। ଉପରଟି ଅସଲି ନମ୍ବର (ଓଡି୨୫-କେ-୫୭୭୫) ରହିଥିବାବେଳେ ତଳେ ଥିଲା ନକଲି ନମ୍ବର(ଓଡି୦୨-ଏୱାଇ-୫୭୭୫)। ଲୋକ ଓ ପୋଲିସଙ୍କ ଉପରକୁ ଗାଡ଼ି ମଡ଼ାଇବା ପରେ ଜଗଦ୍ଦେବ ରୋଷର ଶିକାର ହୋଇଥିଲେ। ଉତ୍ତ୍ୟକ୍ତ ଲୋକେ ତାଙ୍କ କାରକୁ ଭଙ୍ଗାରୁଜା ସମୟରେ ଅସଲି ନମ୍ବର ପ୍ଲେଟ ଖସିଯାଇଥିବା ବେଳେ କାର ଆଗରେ ଲାଗିଥିବା ନମ୍ବର ଓଡି୦୨-ଏୱାଇ-୫୭୭୫ ଦେଖାଯାଉଥିବା ସେହି ସମୟରେ ହସ୍ତଗତ ହୋଇଥିବା ସିସିଟିଭି ଫୁଟେଜରେ କଏଦ ହୋଇଛି। ଜଗଦ୍ଦେବ ବ୍ୟବହାର କରୁଥିବା ଲ୍ୟାଣ୍ଡ ରୋଭର ଡିସ୍‌କଭରି ଗାଡ଼ି(ଓଡି୨୫-କେ-୫୭୭୫) ନୟାଗଡ଼ ଅଞ୍ଚଳର ଠିକାଦାର କୁମାର ଦେବଦତ୍ତଙ୍କ ନାମରେ ରହିଛି। ହେଲେ ବାଣପୁର ଏସ୍‌ଆଇ ଦେବସ୍ମିତା ବେହେରା ଦେଇଥିବା ଏତଲାରେ ବିଧାୟକ ଘଟଣା ସମୟରେ ଓଡି୦୨-ଏଓ୍ବାଇ-୫୭୭୫ ନମ୍ବର ବିଶିଷ୍ଟ କାର୍‌ ଚଳାଉଥିଲେ ବୋଲି ଦର୍ଶାଇଛନ୍ତି, ଯାହାକି ଏକ ହ୍ୟୁଣ୍ଡାଇ କ୍ରେଟା କାରର ନମ୍ବର। ଉକ୍ତ କ୍ରେଟା କାରଟି ନୟାଗଡ ଜିଲା ସୁନାଖଳାର ଶିବାନୀ ଫୁଡ୍ସ ପ୍ରଡକ୍ଟ କମ୍ପାନୀ ମାଲିକଙ୍କ ନାମରେ ରହିଥିବା ଜଣାପଡ଼ିଛି। ଘଟଣା ଦିନ ଏତଲାରେ ଦିଆଯାଇଥିବା ନମ୍ବର ଏକ କ୍ରେଟା କାରର ବୋଲି ଜଣାପଡିବା ପରେ ବିଧାୟକଙ୍କ ବିରୋଧରେ ଜାଳିଆତି ମାମଲା ରୁଜୁ କରାଯାଇଛି ବୋଲି ଏସ୍‌ପି ଅଲେଖ ଚନ୍ଦ୍ର ପହି କହିଛନ୍ତି। ତେବେ ବିଧାୟକ କାହିଁକି ଦୁଇଟି ନମ୍ବର ପ୍ଲେଟ ବ୍ୟବହାର କରୁଥିଲେ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ ଘଟଣା ପରଦିନ ଅର୍ଥାତ ୧୩ ତାରିଖରୁ ପୋଲିସ ନିକଟରେ ଏନେଇ ଖବର ରହିଥିବା ସତ୍ତ୍ୱେ ମାମଲାକୁ ଦୁର୍ବଳ କରିବା ପାଇଁ ପୋଲିସର ଏହା କୌଣସି ଚାଲ ନୁହେଁ ତ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୋଲିସ ତଦନ୍ତ ପ୍ରକ୍ରିୟାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ତେବେ ଏସ୍‌ପି ପହି ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଆରଟିଓଙ୍କୁ ଏନେଇ ରିପୋର୍ଟ ମଗାଯାଇଥିଲା। ରିପୋର୍ଟ ଆସିବାରେ ବିଳମ୍ବ ଘଟିଥିଲା। ତେଣୁ ଅସଲି ଓ ନକଲି ନମ୍ବରକୁ ନେଇ ନ୍ଦ୍ୱନ୍ଦ୍ୱ ରହିଥିଲା। ଯାହାକି ରିପୋର୍ଟ ପରେ ସ୍ପଷ୍ଟ ହୋଇଛି। ଆବଶ୍ୟକ ପଡିଲେ ଉଭୟ କାର୍‌ ମାଲିକଙ୍କୁ ଜେରା କରାଯିବ ବୋଲି ତଦନ୍ତ ଅଧିକାରୀ ଏସ୍‌ଡିପିଓ ବାରିକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri