ଗୋପାଳପୁର ପୋର୍ଟକୁ ଆର୍‌ଟିଓଙ୍କ ନୋଟିସ

ଛତ୍ରପୁର,୧୬।୫(ଡି.ଏନ.ଏ.): ମୋଟର ଯାନ ଆଇନ ଉଲ୍ଲଂଘନ ନେଇ ଗୋପାଳପୁର ପୋର୍ଟ ଲିମିଟେଡ୍‌କୁ ନୋଟିସ ଜାରି ହୋଇଛି। ଗଞ୍ଜାମ ଆର୍‌ଟିଓ ମାନସ ରଞ୍ଜନ ସାହୁ ମୋଟର ଯାନ ଆକ୍ଟ -୧୯୮୮ର ସେକ୍ସନ ୨୧୩(୫) ଆଧାରରେ ଏହି ନୋଟିସ ଜାରି କରିଛନ୍ତି। ନୋଟିସ ବଳରେ ଆରଟିଓଙ୍କ ପକ୍ଷରୁ ପୋର୍ଟକୁ କେତେକ ତଥ୍ୟ ମଗାଯାଇଛି। ତଥ୍ୟ ଦେବାରେ ବିଳମ୍ବ କଲେ ଆଇପିସିର ସେକ୍ସନ ୧୮୮ ଆଧାରରେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆର୍‌ଟିଓ ଉକ୍ତ ନୋଟିସରେ ସତର୍କ କରାଇ ଦେଇଛନ୍ତି। ଚଳିତବର୍ଷ ଜାନୁୟାରୀ ପହିଲାରୁ ଏପ୍ରିଲ ୩୦ତାରିଖ ପର୍ଯ୍ୟନ୍ତ ପୋର୍ଟକୁ କେତେ ଟ୍ରକ ଆସିଥିଲା, ସେଗୁଡିକର ପଞ୍ଜୀକୃତ ନମ୍ବର, ଟ୍ରକ୍‌ରେ କେଉଁ ପ୍ରକାର ଓ କେତେ ମେଟ୍ରକ୍‌ ଟନ୍‌ ମାଲ ଆସିଥିଲା, ପରିବହନକାରୀ ସଂସ୍ଥାର ନାମ ଏବଂ ତାରିଖ ସହ ଇନଭଏସ ଓ ଚାଲାଣ ନମ୍ବର ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବାକୁ ଆର୍‌ଟିଓଙ୍କ ପକ୍ଷରୁ ନୋଟିସ ଜାରି ହୋଇଛି।
ମୋଟର ଯାନ ଆଇନ ଉଲ୍ଲଂଘନ ସହ ଓଭରଲୋଡିଂ ମାଲ ପରିବହନ କରି ଗୋପାଳପୁର ପୋର୍ଟରୁ ଆସୁଥିବା କେତୋଟି ଗାଡିର ଚାଲାନ କଟାଯାଇଥିବାରୁ ଆରଟିଓଙ୍କ ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇଛି। ଓଭରଲୋଡିଂ ମାଲ ପରିବହନ କରୁଥିବା ଟ୍ରକ ଯୋଗୁ ରାସ୍ତା ଖରାପ ହେଉଥିବା ବେଳେ ଦୁର୍ଘଟଣା ମଧ୍ୟ ଘଟୁଛି। ଏଥିଯୋଗୁ ଟ୍ରକ ଚାଳକ ଓ ଜନସାଧାରଣଙ୍କ ପ୍ରତି ବିପଦ ରହୁଛି ବୋଲ ପୂର୍ବରୁ ଆରଟିଓଙ୍କ ପକ୍ଷରୁ ପୋର୍ଟ କର୍ତ୍ତୃପକ୍ଷଙ୍କୁ ଏକ ଚିଠି ଲେଖାଯାଇଥିଲା। ପୋର୍ଟ କର୍ତ୍ତୃପକ୍ଷ ଓଭରଲୋଡ଼ିଂ ମାଲ ବୋଝେଇ ଗାଡିକୁ ଗେଟପାସ୍‌ ଓ ରାସ୍ତାରେ ଯିବାକୁ ଅନୁମତି ଦେଇଥିଲେ ବୋଲି ଆର୍‌ଟିଓ ଉକ୍ତ ଚିଠିରେ ଦର୍ଶାଇଥିଲେ। ଆଗକୁ ଓଭରଲୋଡ଼ିଂ ଗାଡିକୁ ଆଉ ପୋର୍ଟ ପରିସରରୁ ବାହାରକୁ ନ ଛାଡିବାକୁ କୁହାଯାଇଥିଲା। ଏଥିରେ ଖିଲାପ କଲେ ମୋଟର ଯାନ ଆକ୍ଟ ଅନୁସାରେ ମାମଲା ଦାଏର କରାଯିବ ବୋଲି ସତର୍କ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

୧ ଏପ୍ରିଲରୁ ୧୫ ଦିନ ଧରି ଚାଲିବ ସ୍ବ-ଗଣନା, ଏହି ୱେବସାଇଟ ମାଧ୍ୟମରେ ଦେବେ ସବୁ ତଥ୍ୟ, ଜିଲାପାଳ କହିଲେ…

ଛତ୍ରପୁର,୩୧।୩ (ଦିଲ୍ଲୀପ ସାମଲ ): ପ୍ରଥମ ପର୍ଯ୍ୟାୟର ଗୃହ ତାଲିକା ଓ ଗୃହ ଗଣନା (ସ୍ବ-ଗଣନା) ଆସନ୍ତାକାଲି ଅର୍ଥାତ୍‌ ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri