Posted inଜାତୀୟ

ଆରଟିଆଇ ସୂଚନା: ୟୁପିଏ ସରକାରଙ୍କ ସମୟରେ ୪ ହଜାରରୁ ଅଧିକ ଆତଙ୍କବାଦୀଙ୍କୁ ଏନକାଉଣ୍ଟର, ମୋଦିଙ୍କ ଶାସନରେ ଭାଙ୍ଗିଛି ଆତଙ୍କବାଦ ମେରୁଦଣ୍ଡ…

ପୁଣେ,୧୮।୧୦ : ଜମ୍ମୁ-କଶ୍ମୀରରେ ଆତଙ୍କବାଦକୁ ନେଇ ଶୂନ୍ୟ ସହନଶୀଳତା ନୀତି ଆପଣାଇ ବର୍ତ୍ତମାନର କେନ୍ଦ୍ର ସରକାର ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିଛନ୍ତି। ୨୦୧୪ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଆତଙ୍କବାଦ ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇଛନ୍ତି ଏବଂ ସରକାର ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ କ୍ରମାଗତ ଆଗୁଆ ରହିଛନ୍ତି। ଆରଟିଆଇ ଅଧୀନରେ ମଙ୍ଗଳବାର ଆତଙ୍କବାଦ ସହ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି।

ପୂର୍ବ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଏବଂ ବର୍ତ୍ତମାନର ଭାଜପା ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ସମୟରେ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିବାର ପରିସଂଖ୍ୟାନ ସାମ୍ନାକୁ ଆସିଛି। ଯେଉଁଥିରେ ୟୁପିଏ ସରକାରଙ୍କ ସମୟରେ ସର୍ବାଧିକ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଯଦିଓ ୟୁପିଏ ସରକାରଙ୍କ ସମୟରେ ଆତଙ୍କବାଦୀ ଆକ୍ରମଣ ଅଧିକ ଘଟିଛି।

ପୁଣେର ବ୍ୟବସାୟୀ ପ୍ରଫୁଲ୍ଲ ସାରଦା ୨୦୦୪ ରୁ ୨୦୨୨ ପର୍ଯ୍ୟନ୍ତ ଦେଶରେ ହୋଇଥିବା ଆତଙ୍କବାଦୀ ଘଟଣାର ବିବରଣୀ ପାଇଁ ଆରଟିଆଇ ଦାଖଲ କରିଥିଲେ। ଏହା ପରେ, ଏହି ଆରଟିଆଇର ଉତ୍ତର ଜମ୍ମୁ-କଶ୍ମୀର ଗୃହ ମନ୍ତ୍ରଣାଳୟର ସିପିଆଇଓ କବୀରରାଜ ସାବରଙ୍କ ଦ୍ୱାରା ପ୍ରଦାନ କରାଯାଇଛି। ତଥ୍ୟ ଅନୁଯାୟୀ, ୨୦୦୪ରୁ ୨୦୧୩ ମଧ୍ୟରେ ୟୁପିଏ ଶାସନର ୧୦ ବର୍ଷ ମଧ୍ୟରେ ୯,୩୨୧ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଯେଉଁଥିରେ ୪,୦୦୫ ଆତଙ୍କବାଦୀ ନିହତ ହୋଇଥିଲେ ଏବଂ ୮୭୮ ଜଣଙ୍କୁ ଗିରଫ କରାଯାଇଥିଲା।

ଯେତେବେଳେ କି ୨୦୧୪ ରୁ ଅଗଷ୍ଟ ୨୦୨୨ ମଧ୍ୟରେ ଏନଡିଏର ଶାସନର ଆଠ ବର୍ଷ ଭିତରେ ୨,୧୩୨ ଆତଙ୍କବାଦୀ ଘଟଣା ଘଟିଥିଲା ଯେଉଁଥିରେ ୧,୫୩୮ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଥିଲା ଏବଂ ୧,୪୩୨ ଜଣଙ୍କୁ ଗିରଫ କରାଯାଇଥିଲା। ଆରଟିଆଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଗତ ସାଢ଼େ ୧୮ ବର୍ଷ ମଧ୍ୟରେ ୧୧,୪୫୩ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଭାରତୀୟ ସେନା ଏବଂ ଅନ୍ୟାନ୍ୟ ସୁରକ୍ଷା ବାହିନୀ ୫,୫୪୩ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିବା ସହିତ ୨,୩୧୦ ଆତଙ୍କବାଦୀଙ୍କୁ ଗିରଫ କରିଥିଲେ। ୟୁପିଏ ସରକାର ସମୟରେ ୨୦୦୪ ମସିହାରେ ୨,୫୬୫ ଆତଙ୍କବାଦୀ ଘଟଣା ଘଟିଥିବାବେଳେ ୯୭୬ ଆତଙ୍କବାଦୀ ନିହତ ହୋଇଥିଲେ। ୨୦୦୫ ମସିହାରେ ୧,୯୯୦ ଆତଙ୍କବାଦୀ ଆକ୍ରମଣ ହୋଇଥିବାବେଳେ ୮୧୭ ଆତଙ୍କବାଦୀ ନିହତ ହୋଇଥିଲେ। ୨୦୦୬ରେ, ୧,୬୬୭ ଆତଙ୍କବାଦୀ ଘଟଣା ଘଟିଥିବାବେଳେ ୫୯୧ ଆତଙ୍କବାଦୀ ନିହତ ହୋଇଥିଲେ।

ଆରଟିଆଇର ରିପୋର୍ଟ ଅନୁଯାୟୀ, ୟୁପିଏ ସରକାରଙ୍କ ଅମଳରେ ସର୍ବାଧିକ ଆତଙ୍କବାଦୀ ଆକ୍ରମଣର ହୋଇଥିବାବେଳେ ଭାରତୀୟ ସେନା ଏବଂ ସୁରକ୍ଷା ବାହିନୀ ଦ୍ୱାରା ସର୍ବାଧିକ ଆତଙ୍କବାଦୀ ନିହତ ହୋଇଥିଲେ। ସର୍ଜିକାଲ ଷ୍ଟ୍ରାଇକ ପରେ ଭାଜପା ଶାସନରେ ଆତଙ୍କବାଦର ମେରୁଦଣ୍ଡ ଭାଙ୍ଗିବାରେ ସଫଳତା ହାସଲ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ନିଲାମ ୨୦୨୬: ୨୦ ବର୍ଷୀୟ ପ୍ରଶାନ୍ତ ବୀରଙ୍କ ହାଇ ଡିମାଣ୍ଡ, ୧୪.୨୦ କୋଟିରେ କିଣିଲା ଚେନ୍ନାଇ

ନୂଆଦିଲ୍ଲୀ,୧୬।୧୨: IPL ନିଲାମ ଇତିହାସରେ ସବୁଠାରୁ ମହଙ୍ଗା ଅନ୍‌କ୍ୟାପ୍ଡ୍ ଖେଳାଳି ଭାବେ ଉତ୍ତର ପ୍ରଦେଶର ଯୁବ ତାରକା ପ୍ରଶାନ୍ତ ବୀର ରେକର୍ଡ କରିଛନ୍ତି। ଚେନ୍ନାଇ ସୁପର...

”ପ୍ରଦୂଷଣ ହ୍ରାସ ଅସମ୍ଭବ”, ସାଧାରଣ ଲୋକଙ୍କୁ କ୍ଷମା ମାଗିଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୧୬।୧୨: ଜାତୀୟ ରାଜଧାନୀ ଦିଲ୍ଲୀର ବିଗିଡ଼ି ଯାଉଥିବା ବାୟୁ ଗୁଣବତ୍ତାକୁ ନେଇ ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂ ସିରସା ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ କ୍ଷମା...

ମେସି ଇଭେଣ୍ଟ୍ ବିବାଦ: ପଶ୍ଚିମବଙ୍ଗ କ୍ରୀଡ଼ା ମନ୍ତ୍ରୀଙ୍କ ଇସ୍ତଫା, ଡିସିପି ନିଲମ୍ବିତ

କୋଲକାତା,୧୬।୧୨: ଆର୍ଜେଣ୍ଟିନାର ଫୁଟବଲ୍ ତାରକା ଲିଓନେଲ୍ ମେସିଙ୍କ କାର୍ଯ୍ୟକ୍ରମ ସମୟରେ କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମ୍‌ରେ ସୃଷ୍ଟି ହୋଇଥିବା ଅରାଜକତା ଓ ଭଙ୍ଗାରୁଜା ଘଟଣାକୁ ନେଇ...

ଆଇପିଏଲ୍ ନିଲାମ: ଧୋନୀ ତିଆରି କରିଥିଲେ ଏହି ବୋଲରଙ୍କୁ, ୧୮ କୋଟି ଟଙ୍କାରେ କିଣିଲା କୋଲକାତା

ଆବୁଧାବି,୧୬।୧୨: କୋଲକାତା ନାଇଟ୍ ରାଇଡର୍ସ (KKR) ଚଳିତ IPL ମିନି ନିଲାମରେ ବଡ଼ ଧରଣର ଖର୍ଚ୍ଚ କରିଛି। ଅଷ୍ଟ୍ରେଲିଆର ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନ୍‌ଙ୍କୁ ୨୫.୨୦ କୋଟି...

IPL ଇତିହାସର ସବୁଠୁ ମହଙ୍ଗା ବିଦେଶୀ ଖେଳାଳି ହେଲେ କ୍ୟାମେରନ ଗ୍ରୀନ: ଏତିକି କୋଟି ଟଙ୍କାରେ କିଣିଲା KKR

ଆବୁଧାବି,୧୬।୧୨: IPL 2026 ନିଲାମ ଆରମ୍ଭ ହୋଇଯାଇଛି। ଅଷ୍ଟ୍ରେଲିୟ ଅଲରାଉଣ୍ଡର କ୍ୟାମେରନ ଗ୍ରୀନଙ୍କୁ KKR ୨୫ କୋଟି ୨୦ ଲକ୍ଷରେ କିଣିଛି। ଫଳରେ ମିନି ଅକ୍ସନରେ...

ଗୋଆ ଅଗ୍ନିକାଣ୍ଡ ଘଟଣା: ଭାରତ ଆସିଲେ ଲୁଥ୍ରା ବ୍ରଦର୍ସ

ନୂଆଦିଲ୍ଲୀ,୧୬।୧୨: ଗୋଆ ଅଗ୍ନିକାଣ୍ଡ ଘଟଣା ପରେ ପଲାତକ ଲୁଥ୍ରା ବ୍ରଦର୍ସ ସୌରଭ ଏବଂ ଗୌରବଙ୍କୁ ମଙ୍ଗଳବାର ଭାରତ ଫେରାଇ ଅଣାଯାଇଛି। ଦିଲ୍ଲୀରେ ଲୁଥ୍ରା ବ୍ରଦର୍ସଙ୍କ ବିମାନ...

ବିଶ୍ୱର ସବୁଠୁ ମହଙ୍ଗା ଫଳ: ମୂଲ୍ୟ ଜାଣିଲେ ଉଡିଯିବ ହୋଶ୍‌

ସାଧାରଣତଃ ମହଙ୍ଗା ଜିନିଷ କିଣିବାକୁ ହେଲେ ଲୋକେ ବିଳାସପୂର୍ଣ୍ଣ କାର, ସୁନା ଏବଂ ହୀରା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଜାପାନରେ ଏକ ତରଭୁଜ ଅଛି,...

ପୁଣି ପ୍ରେମାନନ୍ଦ ମହାରାଜଙ୍କ ଶରଣରେ ବିରାଟ-ଅନୁଷ୍କା, କଣ କହିଲେ ଦେଖନ୍ତୁ Video

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ପୁଣି ଥରେ ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଭେଟିଛନ୍ତି । ବୃନ୍ଦାବନର ପ୍ରସିଦ୍ଧ ପ୍ରେମାନନ୍ଦ ଜୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri