ଅକ୍ଷୟଙ୍କ ହାତରୁ ‘ତାରେ ଜମିନ୍‌ ପର୍‌’ ଫିଲ୍ମକୁ ଛଡ଼ାଇ ନେଇଥିଲେ ଆମିର୍‌

ବମ୍ବେ: ବଲିଉଡ୍‌ର ମିଷ୍ଟର ପର୍‌ଫେକ୍ସନିଷ୍ଟ ଆମିର ଖାଁ ନିର୍ଦ୍ଦେଶକ ଭାବେ ‘ତାରେ ଜମିନ୍‌ ପର୍‌’ ଫିଲ୍ମରୁ ଡେବ୍ୟୁ କରିଥିଲେ। ୨୦୦୭ରେ ରିଲିଜ ହୋଇଥିବା ଏହି ଫିଲ୍ମ ଓସ୍କାର ଯାଇଥିବା ପ୍ରଥମ ଅଫିସିଆଲ୍‌ ଚଳଚ୍ଚିତ୍ର ପାଲଟିଥିଲା। ଏଥିରେ ଫିଲ୍ମନିର୍ମାତା ଅମୋଲ ଗୁପ୍ତେଙ୍କ କାମକୁ ବେଶ ପସନ୍ଦ କରାଯାଇଥିଲା। ଏହାଛଡ଼ା ଅଭିନେତା ଭାବେ ଆମିର ମଧ୍ୟ ପ୍ରଶଂସିତ ହୋଇଥିଲେ। ମାତ୍ର କ’ଣ ଆପଣ ଜାଣନ୍ତି, ଚଳଚ୍ଚିତ୍ର ଲାଗି ଅମୋଲଙ୍କ ପସନ୍ଦ ଆମିର ନୁହଁନ୍ତି ବରଂ ଅଭିନେତା ଅକ୍ଷୟ ଖାନ୍ନା ଥିଲେ। ଅକ୍ଷୟ ଆର୍ଟ ଶିକ୍ଷକ ରାମ ଶଙ୍କର ନିକୁମ୍ଭଙ୍କ ଭୂମିକା ତୁଲାନ୍ତୁ ବୋଲି ଅମୋଲ ଚାହୁଁଥିଲେ। ହେଲେ ଅକ୍ଷୟଙ୍କ ହାତରୁ ସୁଯୋଗ ଛଡ଼ାଇ ନେଇଥିଲେ ଆମିର।

ନିକଟରେ ଅକ୍ଷୟ ଏକ ସାକ୍ଷାତକାରରେ ଆମିର କିଭଳି ତାଙ୍କ ହାତରୁ ଫିଲ୍ମ ନେଇଯାଇଥିଲେ ତାହା କହିଛନ୍ତି। ଅମୋଲ ଅକ୍ଷୟଙ୍କୁ ଜାଣି ନ ଥିଲେ। ଏଣୁ ନିର୍ଦ୍ଦେଶକ ଭାବେ ଆମିର ଅକ୍ଷୟଙ୍କୁ ଭେଟି ତାଙ୍କୁ ଫିଲ୍ମ ବିଷୟରେ ବୁଝାନ୍ତୁ ବୋଲି କହିଥିଲେ। ଆମିର କିନ୍ତୁ ପ୍ରଥମେ ନିଜେ କାହାଣୀ ଶୁଣିବାକୁ ଇଚ୍ଛା ପ୍ରକାଶ କରିଥିଲେ। ସ୍କ୍ରିପ୍ଟ ଶୁଣିବା ପରେ ତାଙ୍କୁ ଚରିତ୍ର ପସନ୍ଦ ଆସିଥିଲା। ସେ ନିଜେ ଏହାକୁ କରିବାକୁ ଚାହୁଁଥିବା ଅମୋଲଙ୍କୁ କହିଥିଲେ। ଏଭଳି ଭାବେ ଶେଷରେ ସେ ହିଁ ପମୁଖ ଚରିତ୍ର ପାଲଟିଥିଲେ।

ଏବେ ଯେବେ ବି ଉଭୟ ଦେଖାହୁଅନ୍ତି ସେତେବେଳେ ଏ ବିଷୟରେ ଚର୍ଚ୍ଚା ହୋଇଥାଏ। ଅକ୍ଷୟ ‘ଠିକ୍‌ ଅଛି’ ବୋଲି ଜବାବ ଦେଇଥାନ୍ତି। ତେବେ ଆମର ଯେଉଁଭଳି ଫିଲ୍ମରେ ଅଭିନୟ କରିଛନ୍ତି ତାକୁ ବହୁତ ପସନ୍ଦ କରୁଥିବା ଅକ୍ଷୟ କହିଛନ୍ତି। ସେ ସେଭଳି ଅଭିନୟ କରିପାରିଥାନ୍ତେ କି ନା ଜାଣି ନ ଥିବା ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବିବାହ ବନ୍ଧନରେ ବାନ୍ଧି ହେବେ ଗାୟିକା

ପୁଣି ବିବାହ ବନ୍ଧନରେ ବାନ୍ଧି ହେବେ ଗାୟିକା କନିକା କପୁର। ଆସନ୍ତା ମେ ମାସରେ କନିକା ଏନଆରଆଇ ବିଜନେସ ମ୍ୟାନ ଗୌତମଙ୍କୁ ବିବାହ କରିବାକୁ ଯାଉଛନ୍ତି।...

ଅଲ୍ଲୁ ଅର୍ଜୁନଙ୍କ ଲଭ ଷ୍ଟୋରୀ ….

ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ସାଉଥ ଇଣ୍ଡଷ୍ଟ୍ରିରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ଲକ୍ଷାଧିକ ପ୍ରଶଂସକ। ନିକଟରେ ରିଲିଜ ହୋଇଥିବା ଫିଲ୍ମ ପୁଷ୍ପାକୁ ନେଇ ସେ...

ଚର୍ଚ୍ଚାରେ ହିନାଙ୍କ ବ୍ରେକ୍‌ଅପ୍‌ ପୋଷ୍ଟ, ଦ୍ୱନ୍ଦ୍ୱରେ ପ୍ରଶଂସକ

ମୁମ୍ବାଇ: ଲୋକପ୍ରିୟ ଟେଲି ଅଭିନେତ୍ରୀ ହିନା ଖାନ ତାଙ୍କ ବୃତ୍ତିଗତ ଜୀବନରେ ବହୁତ ସଫଳତା ହାସଲ କରିଛନ୍ତି। ହିନା ନିଜର ବ୍ୟକ୍ତିଗତ ଜୀବନ ଏବଂ ବୃତ୍ତିଗତ...

ସିଦ୍ଧାର୍ଥଙ୍କ ରିସେପ୍ସନରେ ଏକ୍ସ ଗର୍ଲଫ୍ରେଣ୍ଡଙ୍କ ଏଣ୍ଟ୍ରି

ବଲିଉଡର ଲଭ ବାର୍ଡ ସିଦ୍ଧାର୍ଥ-କିଆରା। ରାଜସ୍ଥାନ ଜୈସଲମେରର ସୂର୍ଯ୍ୟଗଡ ପ୍ୟାଲେସରେ ରାଜକୀୟ ଅନ୍ଦାଜରେ ସରିଛି ଏହି ହାଇ ପ୍ରୋଫାଇଲ ସେଲିବ୍ରିଟି ବାହାଘର। ଉଭୟ ମୁମ୍ବାଇରେ ଏକ...

ରାଖୀ ପୂର୍ବରୁ ସାରାଙ୍କୁ ଉପହାର ଦେଲେ ଅର୍ଜୁନ

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ପୁଣି ନିଜ ଫ୍ୟାଶନର ଜଲଓ୍ବା ଦେଖାଇଛନ୍ତି। ସବୁବେଳେ ନିଜର ନିଆରା ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରହୁଥିବା ସାରାଙ୍କ...

ଆଶ୍ୱାସନା ଦେଲେ ଅନୁଷ୍କା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା କ୍ରିକେଟ୍‌ର ଜଣେ ବଡ଼ ପ୍ରଶଂସକ। ଭାରତୀୟ ପୁରୁଷ ହେଉ କିମ୍ବା ମହିଳା କ୍ରିକେଟ ଦଳର ପ୍ରତ୍ୟେକ ମ୍ୟାଚ୍‌ ସେ ଦେଖନ୍ତି।...

ଅପେକ୍ଷାର ଅନ୍ତ ଘଟିଲା: ସାମ୍ନାକୁ ଆସିଲା ମିର୍ଜାପୁର-୨ର ରିଲିଜ୍‌ ଡେଟ୍‌

ମୁମ୍ବାଇ: ଆମାଜନ୍‌ ପ୍ରାଇମ୍‌ ଭିଡ଼ିଓର ବହୁ ପ୍ରତିକ୍ଷୀତ ଆକ୍ସନ ଥ୍ରୀଲର ଓ୍ବେବ ସିରିଜ ମିର୍ଜାପୁରର ଦ୍ୱିତୀୟ ସଂସ୍କରଣର ରିଲିଜ୍‌ ତାରିଖ ଘୋଷଣା ହୋଇଛି। ସୋମବାର ଏକ...

ୟଙ୍ଗଷ୍ଟରଙ୍କୁ ଦିୱାନା କଲେ ଅନନ୍ୟା

ମୁମ୍ବାଇ: ବଲିଉଡର ଆଗଧାଡିର ନାୟିକା ତଥା ଷ୍ଟାର କିଡ୍ ଅନନ୍ୟା ପଣ୍ଡେ ତାଙ୍କ ଅପକମିଂ ମୁଭି ‘ଗହରାଇୟା’କୁ ନେଇ ଅଛନ୍ତି ଖୁବ୍ ଚର୍ଚ୍ଚରେ । ଏହି...

Advertisement
Archives

Model This Week