କରୋନା ସଂକ୍ରମଣ: କେରଳରୁ ପୁଣେ ଯାଉଥିବା ଲୋକଙ୍କ ଆର୍‌ଟି-ପିସିଆର୍ ଟେଷ୍ଟ ଜରୁରୀ

ମୁମ୍ବାଇ,୧୯ ।୨: ଗୋଟିଏ ପଟେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା କମ୍ ହେଉଥିବା ବେଳେ ଅନ୍ୟପଟେ ମହାରାଷ୍ଟ୍ରରେ ଏହାର ବିପରିତ ଦେଖିବାକୁ ମିଳିଛି । ଲଗାତାର ଭାବେ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାପରେ ଉଦ୍ଧବ ସରକାର ନୂଆ ଗାଇଡ୍‌ଲାଇନ୍ ଯୋଜନା କରିଛନ୍ତି । ଦେଶରେ ଏବେ କରୋନା ସଂକ୍ରମିତ ରାଜ୍ୟ ତାଲିକାରେ ମହାରାଷ୍ଟ୍ର ସବୁଠାରୁ ଆଗରେ ଥିବା ବେଳେ ଏହା ପଛକୁ ରହିଛି କେରଳ । ତେଣୁ ସଂକ୍ରମଣ ରୋକିବାକୁ ମହାରାଷ୍ଟ୍ର ସରକାର କହିଛନ୍ତି କେରଳରୁ ପୁଣେ ଯାଉଥିବା ଲୋକେ ଆର୍‌ଟି-ପିସିଆର୍ ଟେଷ୍ଟ କରିବା ଜରୁରୀ । ପୁଣେ ନଗର ନିଗମ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି । ଆଗକୁ ଯଦି ସଂକ୍ରମଣ ସଂଖ୍ୟାରେ ବୃଦ୍ଧି ହୁଏ ତେବେ ଆହୁରି କଡାକଡି ଗାଇଡ୍‌ଲାଇନ୍ ସରକାର ଆଣିବେ ବୋଲି କୁହାଯାଇଛି । ସୂଚନାଯୋଗ୍ୟ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଗୁରୁବାର କେବଳ କେରଳ ଓ ମହାରାଷ୍ଟ୍ରରେ ୭୫ ପ୍ରତିଶତ ନୂଆ ସଂକ୍ରମିତ ଚିହ୍ନଟ କରାଯାଇଥିବା ବେଳେ ୫୫ ପ୍ରତିଶତ ମୃତ୍ୟୁ ମଧ୍ୟ ହୋଇଛି ।

Share