ଭାଇଚାରାର ବାର୍ତ୍ତା ବାଣ୍ଟିଲା ଆର୍‌ଏସ୍‌ଏସ୍‌, ନିଆରା ଢଙ୍ଗରେ ରାଖୀ ବାନ୍ଧି…

ଦାରିଙ୍ଗବାଡ଼ି,୯ା୮(ଅରୁଣ ସାହୁ): ଭଉଣୀ-ଭାଇଙ୍କ ପବିତ୍ର ବନ୍ଧନର ସାକ୍ଷୀ ହେଉଛି ରାଖୀ। ଶନିବାର ରକ୍ଷାବନ୍ଧନ ପାଇଁ ଚାରିଆଡ଼େ ଉତ୍ସବମୁଖର ହୋଇଥିବା ବେଳେ ଏଥିରୁ ବାଦ୍‌ ପଡ଼ିନାହିଁ ଦାରିଙ୍ଗବାଡ଼ି। ଏହି ଅଞ୍ଚଳରେ ଏହି ପବିତ୍ର ବନ୍ଧନ କାର୍ଯ୍ୟକ୍ରମକୁ ଧୂମ୍‌ଧାମରେ ପାଳନ କରାଯାଇଛି। ଦାରିଙ୍ଗବାଡ଼ି ଶିଶୁ ବିଦ୍ୟାମନ୍ଦିର ପରିସରରେ ଏହି ଦିବସ କୁନିକୁନି ଶିଶୁଙ୍କୁ ନେଇ ପାଳନ କରାଯାଇଛି। ଏଥିରେ ବିଦ୍ୟାମନ୍ଦିରର ଗୁରୁମା ଗୁରୁଜୀ କମିଟିର ସଦସ୍ୟମାନେ ଯୋଗଦାନ କରି ପାରମ୍ପରିକ ଭାବେ ଏହି ଦିବସ ପାଳନ କରାଯାଇଛି।

ସେହିପରି ସ୍ବୟଂ ସେବକ ସଂଘ ପକ୍ଷରୁ ଏହି ପବିତ୍ର ରକ୍ଷାବନ୍ଧନରେ ଭାଇଚାରାର ବାର୍ତ୍ତା ବଣ୍ଟନ କରାଯାଇଛି। ଏହି ଅବସରରେ ଭାଇ ଭାଇ ହାତରେ ରଖି ବାନ୍ଧି ଭାଇଚାରାର ସନ୍ଦେଶ ଦେବା ସହ ନିଜ ଦେଶକୁ ଏକ ଶାନ୍ତିପ୍ରିୟ ଦେଶ ଗଠନରେ ସମସ୍ତେ କାର୍ଯ୍ୟକାରିବାକୁ ଶପଥ ନେଇଥିଲେ। ଶାନ୍ତି ସଦ୍‌ଭାବନା ଓ ଭାଇଚାରାର ବାର୍ତ୍ତା ଗାଁ ଗାଁରେ ପହଞ୍ଚାଇବାକୁ ସମସ୍ତେ ସଂକଳ୍ପ ନେଇଥିଲେ। କାର୍ଯ୍ୟକ୍ରମରେ ଭାଜପାର ମଣ୍ଡଳ ସଭାପତି ମିଟୁ ସାହୁଙ୍କ ସମେତ ରମେଶ ଚନ୍ଦ୍ର ସାହୁ, ପତିତପାବନ ରାଉତ, ଗୌରୀ ଶଙ୍କର ସାହୁ, ଦିଲ୍ଲୀପ ସାହୁଙ୍କ ସମେତ ବହୁ ସଂଘ ସଦସ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜନଗଣନାରୁ ଫେରୁଥିଲେ, ଜନତା ଲେନ୍‌ରେ ସ୍କୁଟିକୁ ଧକ୍କା ଦେଲା କାର୍‌; ଛିଟିକି ପଡ଼ି ଶିକ୍ଷୟତ୍ରୀ…

ଦିଗପହଣ୍ଡି,୧।୫(ଅଶେଷ ନାଥ ମିଶ୍ର): ଜନଗଣନାରୁ ଫେରୁଥିଲେ। ଶିକ୍ଷୟତ୍ରୀଙ୍କ ସ୍କୁଟିକୁ କାର୍‌ ଧକ୍କା ଦେବାରୁ ସେ ଗୁରୁତର ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲା ଦିଗପହଣ୍ଡିରେ।…

ଶ୍ରମିକ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢ଼ିଲା…

ଭୁବନେଶ୍ୱର,୧।୫: ଶ୍ରମିକ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରମିକଙ୍କ ହିତକୁ ଦୃଷ୍ଟିରେ ରଖି ଦୈନିକ ମଜୁରୀ ବୃଦ୍ଧି କରିଛନ୍ତି। ଅଣକୁଶଳୀ…

ପଶ୍ଚିମବଙ୍ଗ ରାଜନୀତିରେ ହଟଚମଟ: ୧୫ ବୁଥ୍‌ରେ ପୁନଃ ମତଦାନ ନିର୍ଦ୍ଦେଶ, ଗଣତି ପୂର୍ବରୁ କୋଲକାତାରେ…

କୋଲକାତା,୧।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ଆସିବା ପୂର୍ବରୁ ରାଜ୍ୟରେ ଭାଜପା ଏବଂ ଟିଏମ୍‌ସି ମଧ୍ୟରେ ରାଜନୈତିକ ଲଢ଼େଇ ତୀବ୍ର ହେବାରେ ଲାଗିଛି। ମେ ୪ ତାରିଖରେ…

କାଳ ସାଜିଲା କାଳବୈଶାଖୀ, ଗଛ ଉପୁଡ଼ି ପଡ଼ିଲା ଦୋକାନ ଉପରେ, ଚାଲିଗଲା…

ଗଜପତି,୧।୫(ଗିରିଧାରୀ ପରିଛା): ଗଜପତି ଜିଲାରେ ଶୁକ୍ରବାର କାଳବୈଶାଖୀ ପ୍ରକୋପ ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ ଝଡ଼ ତୋଫାନ ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି। ଫଳରେ ଗୋସାଣି ବ୍ଲକ…

ଶ୍ରମିକ ଦିବସ ପାଳନ କଲେ ଟାଟା ପାୱାର ସେକ୍ସନ କର୍ମଚାରୀ, ସମାନ କାମକୁ ସମାନ ଦରମା ଦାବି କରି…

ଭଞ୍ଜନଗର,୧।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭେଜିପୁଟ ଟାଟା ପାୱାର ସେକ୍ସନ କର୍ମଚାରୀ ଶୁକ୍ରବାର ଶ୍ରମିକ ଦିବସ ପାଳନ କରିଛନ୍ତି। ଲାଇନମ୍ୟାନ ବିନୋଦ କୁମାର ସାହୁ, ରାଜା…

୭ ତାରିଖ ଯାଏ କାଳବୈଶାଖୀ, ଅଶାନ୍ତ ରହିବ ସମୁଦ୍ର

ଭୁବନେଶ୍ୱର,୧ା୫: ରାଜ୍ୟରେ ୭ ତାରିଖ ଯାଏ କାଳବୈଶାଖୀ ପ୍ରଭାବ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ପୂର୍ବାନୁମାନ କରାଯାଇଛି। ଶନିବାର ୨୩ ଜିଲା ବିଜୁଳି,…

କାଳବୈଶାଖୀ ତାଣ୍ଡବରେ ଏକାଧିକ ଘର ଭାଙ୍ଗିଲା, ୩୬ ଘଣ୍ଟା ପରେ ବି ଅନ୍ଧାରରେ ସିମନବାଡ଼ି ଫିଡର

ଦାରିଙ୍ଗବାଡ଼ି,୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଫିଡରର ୮ ପଞ୍ଚାୟତ ଦୀର୍ଘ ୩୬ ଘଣ୍ଟା ବିତିଲା ଅନ୍ଧାରରେ ରହିଛନ୍ତି। ଗୁରୁବାର ସକାଳୁ ବିଦ୍ୟୁତ ଅଚଳ…

‘ପଣ୍ଡିତ ରଘୁନାଥ ମୁର୍ମୁଙ୍କ ବ୍ୟାକରଣ, ଧର୍ମଶାସ୍ତ୍ର ଶିକ୍ଷାଦାନ ଅତୁଳନୀୟ’

ମହାକାଳପଡ଼ା,୧ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଆଦିବାସୀ ଅଧ୍ୟୁଷିତ ଗାଁ ଲୁଣିମାଠିଆ ଆଦିବାସୀ ଖେଳପଡ଼ିଆଠାରେ ପଣ୍ତିତ ରଘୁନାଥ ମୁର୍ମୁଙ୍କ ୧୨୧ ବାର୍ଷିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri