ଆର୍‌ଏସ୍‌ଏସ୍‌ ଲେଖୁଛି ଐତିହାସିକ ଫିଲ୍ମ କାହାଣୀ

ମୁମ୍ବାଇ, ୨୩ା୭: ବଲିଉଡ୍‌ରେ ବର୍ତ୍ତମାନ ସମୟରେ ବହୁ ଐତିହାସିକ ଘଟଣାବଳିକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ବଲିଉଡ୍‌ ତିଆରି କରୁଥିବା ଏହି ସବୁ ଫିଲ୍ମର ସ୍କ୍ରିପ୍ଟ ନାଗପୁର (ଆର୍‌ଏସ୍‌ଏସ୍‌ ମୁଖ୍ୟାଳୟ ଉଦ୍ଦେଶ୍ୟରେ କୁହାଯାଇଛି)ରୁ ଏଡିଟ୍‌ ହୋଇ ଆସୁଥିବା କହିଛନ୍ତି ବଲିଉଡ୍‌ ଅଭିନେତ୍ରୀ ସ୍ବରା ଭାସ୍କର। ନିର୍ମାଣ ହେଉଥିବା ଫିଲ୍ମରେ ମଧ୍ୟଯୁଗୀୟ ରାଜାମାନଙ୍କୁ ଭୟଙ୍କର ଖଳନାୟକର ରୂପ ଦିଆଯାଉଥିବା ଦେଖିବାକୁ ମିଳୁଛି। ଆର୍‌ଏସ୍‌ଏସ୍‌ ନିଜର ଚିନ୍ତାଧାରା ଓ ଯୁକ୍ତିକୁ ପ୍ରତ୍ୟେକ ଦେଶବାସୀଙ୍କ ମାନସପଟ୍ଟରେ ଭର୍ତ୍ତି କରିବାକୁ ଚାହୁଁଛି। ଏ ପରି କରିବା ପାଇଁ କେନ୍ଦ୍ର ସରକାର ଫିଲ୍ମ ଇଣ୍ଡଷ୍ଟ୍ରିର କେତେଜଣ ଚଳଚ୍ଚିତ୍ର ନିର୍ମାତାଙ୍କୁ ସୁରକ୍ଷା ମଧ୍ୟ ଦେଉଛନ୍ତି। ଡା. ଟି.କେ. ରାମଚନ୍ଦ୍ରନ ମେମୋରିଆଲ୍‌ର ଷଷ୍ଠ ସଂସ୍କରଣରେ ‘ଦ ଆର୍ଟିଷ୍ଟ ଆଜ୍‌ ସିଟିଜେନ୍‌’କୁ ନେଇ ଆୟୋଜିତ ହୋଇଥିବା ଆଲୋଚନା ବୈଠକରେ ଉଦ୍‌ବୋଧନ ଦେବା ସମୟରେ ସ୍ବରା ଏହା କହିଛନ୍ତି।

Share