Posted inଜାତୀୟ

ଏଜୁକେଶନ ସିଷ୍ଟମର କଥା ଉଠାଇ ଇଂରେଜଙ୍କୁ ଟାର୍ଗେଟ କଲେ ଆରଏସଏସ ମୁଖ୍ୟ ଭାଗବତ

ଚଣ୍ଡିଗଡ଼,୬ ।୩: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ବା ଆରଏସଏସର ମୁଖ୍ୟ ମୋହନ ଭାଗବତ ରବିବାର ହରିୟାଣାର କରନାଲ ଗସ୍ତ କରିଥିଲେ । ସେ ସେଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଭାରତରେ ଇଂରେଜଙ୍କ ଶାସନ ହେବା ପୂର୍ବରୁ ଆମ ଦେଶର ଶିକ୍ଷା ବ୍ୟବସ୍ଥାରେ ୭୦ ପ୍ରତିଶତ ଜନତା ଶିକ୍ଷିତ ଥିଲେ ଓ ଏଠାରେ କେହି ବେକାରୀ ନ ଥିଲେ ।
ସେ କହିଛନ୍ତି, ସେହି ସମୟରେ ଇଂଲଣ୍ଡରେ କେବଳ ୧୭ ପ୍ରତିଶତ ଲୋକେ ଶିକ୍ଷିତ ଥିଲେ । ଇଂରେଜମାନେ ଭାରତ ଆସିବା ପରେ ଆମର ଶିକ୍ଷା ବ୍ୟବସ୍ଥା ଅର୍ଥାତ୍ ୭୦ ପ୍ରତିଶତ ଲୋକଙ୍କୁ ଶିକ୍ଷିତ ରଖିବାର ପଦ୍ଧତିକୁ କବାଡିଖାନାରେ ପକାଇଦେଲେ । ଆମର ଶିକ୍ଷା ବ୍ୟବସ୍ଥାକୁ ସେମାନେ ଏଠାରେ ଲାଗୁ କରାଇଲେ ଓ ତାଙ୍କ ଶିକ୍ଷା ବ୍ୟବସ୍ଥାକୁ ଭାରତକୁ ନେଇ ଆସିଲେ ।
ମୋହନ ଭାଗବତ କହିଛନ୍ତି, ଇଂରେଜଙ୍କ ଶିକ୍ଷା ବ୍ୟବସ୍ଥାରେ ଆମେ ୧୭ ପ୍ରତିଶତ ସାକ୍ଷର ରହିଗଲେ ଓ ସେମାନେ ୭୦ ପ୍ରତିଶତ ଶିକ୍ଷିତ ହୋଇଗଲେ । ଏହା ଇତିହାସର ସତ୍ୟ । ସେ କହିଛନ୍ତି ଆମର ଯେଉଁ ଶିକ୍ଷା ବ୍ୟବସ୍ଥା ଥିଲା, ସେଥିରେ ଶିକ୍ଷକ ଶିଖାଉଥିଲେ, ସମସ୍ତଙ୍କୁ ଶିକ୍ଷା ଦେଉଥିଲେ, ସେମାନଙ୍କ ମଧ୍ୟରେ ବର୍ଣ୍ଣ ଓ ଜାତିର ଭେଦଭାବ ନ ଥିଲା, ମଣିଷ ନିଜ ଜୀବନ ନିଜେ ବଞ୍ଚୁଥିଲା, ଏମିତିକି ଶିକ୍ଷା ସମସ୍ତଙ୍କୁ ମିଳୁଥିଲା । ସେ ଆହୁରି ମଧ୍ୟ କହିଛନ୍ତି, ଶିକ୍ଷକ ଗାଁକୁ ଯାଇ ଶିକ୍ଷାଦାନ କରୁଥିଲେ, ନିଜ ପେଟ ପୂରଣ କରିବାକୁ ଶିକ୍ଷା ଦେଉ ନ ଥିଲେ, କାରଣ ଶିକ୍ଷା ଦେବା ସେମାନଙ୍କର କାମ ଥିଲା, ଶିଖିବା ସେମାନଙ୍କ କର୍ତ୍ତବ୍ୟ ଓ ଧର୍ମ ଥିଲା ।
ଭାଗବତ ଆହୁରି ମଧ୍ୟ କହିଛନ୍ତି, ଏବେ ଆମ ଦେଶରେ ଏମିତି ପରିସ୍ଥିତି ହୋଇଯାଇଛି, ପ୍ରତ୍ୟେକ ବ୍ୟକ୍ତି ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ କିଛି ବି କରିବାକୁ ପ୍ରସ୍ତୁତ । କାରଣ ଏହି ଦୁଇଟି ଏବେ ବହୁତ ମହଙ୍ଗା ଓ ଦୁର୍ଲଭ ହୋଇଯାଇଛି । ଏବେ ଏହି ଦୁଇଟି ଏକ ବ୍ୟବସାୟ ଭଳି ଚାଲୁଛି ଏହା ଜରୁରୀ ଯେ ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରତିଟି ନାଗରିକଙ୍କ ପାଖରେ ପହଞ୍ଚିବା ଦରକାର । ପୂର୍ବରୁ ଏହାକୁ ବ୍ୟବସାୟ ଭାବେ ଦେଖାଯାଉ ନ ଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ବୋହୂ ନିଖୋଜ, ଶାଶୁ ଥାନାରେ

ହାଟଡ଼ିହୀ/ଛେନାପଦୀ,୬l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଇଂଚୋଳ ଗ୍ରାମର ଜଣେ ବୋହୂ ନିଖୋଜ ହୋଇଯାଇଛନ୍ତି। ଏନେଇ ଶାଶୁ ଥାନାରେ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି।…

୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ, ଥାନାରେ ମାମଲା

ହାଟଡ଼ିହୀ,୬l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଛେନାପଦୀ ବିଷ୍ଣୁପ୍ରିୟା ବାଳାଶ୍ରମରୁ ଜଣେ ୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ ହୋଇଯାଇଛନ୍ତି। ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ଛାତ୍ରଙ୍କ…

Video: ନୂଆ ରିଲ ଶେୟାର କଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ…

ନୂଆଦିଲ୍ଲୀ,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଇନଷ୍ଟାଗ୍ରାମ ରିଲ ଶେୟାର କରିଛନ୍ତି। ଏହି ରିଲ ଜାତୀୟ ହସ୍ତତନ୍ତ ଦିବସ (୭ ଅଗଷ୍ଟରେ ପାଳିତ) ଅବସରରେ ପୋଷ୍ଟ କରାଯାଇଥିଲା।…

୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ: ବନ୍ଧା ହେଲେ ଅଭିଯୁକ୍ତ

ଦେବଗଡ,୬ା୮(ଶଶାଙ୍କ ଶେଖର ଝାଙ୍କର): ୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ ଅଭିଯୋଗରେ ଦେବଗଡ଼ ଥାନା ପୋଲିସ ଗୁରୁବାର ବାସୁଦେବପୁର ଗ୍ରାମର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସଟ୍ଟା ଆଡ୍ଡା ଉପରେ ଜିଲାପାଳଙ୍କ ଚଢ଼ାଉ, ଜଣଙ୍କୁ କୋର୍ଟ ଚାଲାଣ

ଡୁଙ୍ଗୁରିପାଲି,୬।୮(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୁରୁବାର ଜିଲାପାଳ ଡ଼ ନୃପରାଜ ସାହୁ ପରିଦର୍ଶନ କରିଥିଲେ। ଏହି ସମୟରେ ଗୋଷ୍ଠୀ…

ବାଘ ଛାଲ ବିକ୍ରି ବେଳେ ମାଡ଼ି ବସିଲା ବନ ବିଭାଗ

କୋକସରା,୬।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ବେହେରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଡହଗାଁରେ ବାଘ ଛାଲ ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ

ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇପଡିଛି। ଏଠାରେ ଦିନ ଦ୍ବିପହରରେ ଲୁଟପାଟ, ଆକ୍ରମଣ ବଢ଼ି ଚାଲିଛି। ଗୁରୁବାର ଅପରାହ୍ନରେ ସ୍ଥାନୀୟ କୋର୍ଟ ସମ୍ମୁଖରେ…

୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ କେତେ ଖର୍ଚ୍ଚ ହୋଇଛି? ସଂସଦରେ ତଥ୍ୟ ପ୍ରକାଶ କଲେ ସରକାର

ନୂଆଦିଲ୍ଲୀ,୬।୮: ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ରା ମାର୍ଗେରିଟା ଗୁରୁବାର (ଅଗଷ୍ଟ ୬) ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୨୬ରେ ସରକାରୀ ବିଦେଶ ଗସ୍ତରେ ହୋଇଥିବା ଖର୍ଚ୍ଚ ସମ୍ପର୍କରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri