୬୫୦ କୋଟିର ସି-ଶୋର ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ

କଟକ ଅଫିସ/ଭୁବନେଶ୍ୱର, ୨୭।୨(ବ୍ୟୁରୋ): ବହୁଚର୍ଚ୍ଚିତ ସି-ଶୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ କଟକସ୍ଥିତ ସ୍ବତନ୍ତ୍ର ଚିଟ୍‌ଫଣ୍ଡ ଅଦାଲତ ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଚିଟ୍‌ଫଣ୍ଡ ସଂସ୍ଥା ସି-ଶୋର କମ୍ପାନୀର ପ୍ରାୟ ୬୫୦ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ଲାଗି ଅଦାଲତ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। କମ୍ପାନୀର ୧୯୭ ଏକର ଜମି, ୧ କିଲୋ ୩୮୫ ଗ୍ରାମ୍‌ ସୁନା, ୨୦୦ କିଲୋ ରୁପା, ଗୋଟିଏ ବିଏମ୍‌ଡବ୍ଲ୍ୟୁ, ଗୋଟିଏ ମର୍ସିଡିଜ୍‌ ବେଞ୍ଜ୍‌ ଓ ୨ଟି ଟୟୋଟା କାର୍‌ ସମେତ ୨୨ ବ୍ୟାଙ୍କରେ ୨୬୬ ଆକାଉଣ୍ଟରେ ଜମା ଥିବା ୧ କୋଟି ୮୮ ଲକ୍ଷ ୭୫ ହଜାର ୧୦୪ ଟଙ୍କା ବାଜ୍ୟାପ୍ତି କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ବାଜ୍ୟାପ୍ତ ସମ୍ପତ୍ତିକୁ ସର୍ବସାଧାରଣରେ ନିଲାମ କରି ଲବ୍ଧ ଅର୍ଥକୁ ଜମାକାରୀଙ୍କ ମଧ୍ୟରେ ବାଣ୍ଟିବାକୁ ଅଦାଲତ ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି। ସି-ଶୋର ସମ୍ପତ୍ତି ବାଜ୍ୟାପ୍ତି ଲାଗି କଟକ ଏଡିଏମ୍‌ ତଥା ସ୍ବତନ୍ତ୍ର କ୍ଷମତାପ୍ରାପ୍ତ ଅଧିକାରୀଙ୍କ ପକ୍ଷରୁ ସ୍ବତନ୍ତ୍ର ଚିଟ୍‌ଫଣ୍ଡ ଅଦାଲତରେ ଆବେଦନ କରାଯାଇଥିଲା।
ସୂଚନାଯୋଗ୍ୟ, ୨୦୧୨ରେ ରାଜ୍ୟରେ ଚିଟ୍‌ଫଣ୍ଡ ଠକେଇ ସାମ୍ନାକୁ ଆସିଥିଲା। ଅଧିକ ସୁଧ ଦେବାର ଲୋଭ ଦେଖାଇ ସି-ଶୋର ବହୁ ଲୋକଙ୍କଠାରୁ ଟଙ୍କା ଆଦାୟ କରିଥିଲା। ହେଲେ ଜମାକାରୀଙ୍କୁ ଅର୍ଥ ଫେରାଇ ନ ଥିଲା। ସି-ଶୋର ଗ୍ରୁପ୍‌ ପ୍ରାୟ ୫୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଥିବା ସେ ସମୟରେ ଅଭିଯୋଗ ହୋଇଥିଲା, ଯାହାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ଏହି ଠକେଇରେ ଅନେକ ପ୍ରଭାବଶାଳୀ ନେତା, ଅଭିନେତା, ଶିଳ୍ପପତି, ବ୍ୟବସାୟୀ ଓ ସରକାରୀ ଅଧିକାରୀଙ୍କ ସମ୍ପୃକ୍ତି ଅଭିଯୋଗ ଉଠିଥିଲା। ସିବିଆଇ ପକ୍ଷରୁ ପର୍ଯ୍ୟାୟ କ୍ରମେ ନୋଟିସ୍‌ କରାଯାଇ ସେମାନଙ୍କୁ ଜେରା କରାଯାଇଥିଲା।
୨୦୨୦ ସେପ୍ଟେମ୍ବରରେ ସିବିଆଇ ଅଧିକାରୀମାନେ ସି-ଶୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ଚଢ଼ାଉ କରିଥିଲେ। ଦେବୀ ପର୍ଯ୍ୟଟନ ମନ୍ତ୍ରୀ ଥିବାବେଳେ ଖୋର୍ଦ୍ଧାରେ ଥିବା ସରକାରୀ ଗେଷ୍ଟ ହାଉସ୍‌କୁ ପରିଚାଳନା କରିବା ପାଇଁ ସି-ଶୋରକୁ ଅନୁମତି ଦେବା ସହ କଟକରେ ୱାଟର ସ୍ପୋଟର୍‌ସ କମ୍ପ୍ଲେକ୍ସ ଏବଂ ରେଷ୍ଟୁରାଣ୍ଟ ନିର୍ମାଣ ପାଇଁ ଚୁକ୍ତିନାମା ସ୍ବାକ୍ଷର କରିଥିଲେ। ସିବିଆଇ ଏହାକୁ ତଦନ୍ତ ପରିସରଭୁକ୍ତ କରିଥିଲା। ଏହାପୂର୍ବରୁ ରାଜ୍ୟ ସରକାରଙ୍କ ୨ଜଣ ଅଧିକାରୀ ପରାଗ ଗୁପ୍ତା ଓ ସଂଗ୍ରାମ କେଶରୀ ରାୟଙ୍କୁ ସିବିଆଇ ନୋଟିସ୍‌ କରିଥିଲା। ସି-ଶୋର ସହ ସରକାରଙ୍କ ଏମ୍‌ଓୟୁ ସ୍ବାକ୍ଷର ବେଳେ ପରାଗ ପର୍ଯ୍ୟଟନ ବିଭାଗର ସଚିବ ଥିବାବେଳେ ସଂଗ୍ରାମ ଓଟିଡିସିର ଜେନେରାଲ ମ୍ୟାନେଜର ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri