Categories: ଜାତୀୟ

ବୁଷ୍ଟର ଡୋଜ ପାଇଁ ଦେବାକୁ ହେବ ୬୦୦ ଟଙ୍କା

ନୂଆଦିଲ୍ଲୀ,୮।୪: କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ମୁତାବକ ଏଣିକି ୧୮ ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କୁ କରୋନାର ବୁଷ୍ଟର ଡୋଜ ଦିଆଯିବ। ତେବେ ଏହା ମାଗଣାରେ ମିଳିବ ନାହିଁ। କୋଭିସିଲ୍ଡର ବୁଷ୍ଟର ଡୋଜ୍‌ ଲାଗି ଜଣଙ୍କ ପିଛା ୬୦୦ ଟଙ୍କା ଦେବାକୁ ହେବ। ଏହାଛଡ଼ା ଡାକ୍ତରଖାନାରେ ସବ୍‌ସିଡି ମୂଲ୍ୟରେ ଏହାକୁ ପାଇପାରିବେ ବୋଲି ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ଶୁକ୍ରବାର କୁହାଯାଇଛି।

ପୂର୍ବରୁ କରୋନାର ଆଗଧାଡ଼ିର କର୍ମଚାରୀ, ଓ ୬୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ବୁଷ୍ଟର ଡୋଜ୍‌ ଦେବାକୁ ଅନୁମତି ମିଳିଥିଲା। ଏପ୍ରିଲ ୮ ଅର୍ଥାତ ଶୁକ୍ରବାର ସରକାର ୧୮ ବର୍ଷରୁ ଅଧିକ ଲୋକଙ୍କ ପାଇଁ ବୁଷ୍ଟର ଡୋଜ୍‌ ଅନୁମତି ଦେଇଥିଲେ।

Share