ବିମାନରେ କାର୍‌ ପାଇଁ ଭଡ଼ା ୫୦ ଲକ୍ଷ…

ମୁମ୍ବାଇ,୧୦।୪: ଅଭିନେତା କାର୍ତ୍ତିକ ଆରୟାନ ଏବେ ସାଢ଼େ ୪ କୋଟି କାର୍‌ର ମାଲିକ ହୋଇଛନ୍ତି। ସେ ଇଟାଲୀରୁ ଏକ ଲ୍ୟାମ୍ବୋରଘିନି ୟୁରର୍ସ କାର୍‌ ଭାରତକୁ ଆଣିଛନ୍ତି। ଏଥିପାଇଁ ବିମାନ ଭଡ଼ା ୫୦ ଲକ୍ଷ ଟଙ୍କା ପଡ଼ିଛି। ତେବେ କାର୍‌କୁ ନେଇ କାର୍ତ୍ତିକ ବେଶ୍‌ ଖୁସ୍‌। କାର ଭାରତରେ ପହଞ୍ଚିବା ପରେ କାର୍ତ୍ତିକ ଏହା ନିକଟରେ ଠିଆ ହୋଇ ଫଟୋ ଉଠାଇଛନ୍ତି। ଏବେ ଫଟୋଟି ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏବେ କାର୍ତ୍ତିକଙ୍କ ପଛରେ ଫିଲ୍ମ ନିର୍ମାତାଙ୍କ ଲାଇନ୍‌ ଲାଗିଛି ।ଶୁଟିଂରେ ବ୍ୟସ୍ତ ରହିଥିବା କାର୍ତ୍ତିକ ନିଜ ପସନ୍ଦର କାର୍‌ ପାଇଥିବାରୁ ଅବସର ମିଳିଲେ ଏହାକୁ ଡ୍ରାଇଭ୍‌ କରିବା ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି। ପୂର୍ବରୁ ତାଙ୍କ ପାଖରେ ଏକ ବିଏମ୍‌ଡବ୍ଲ୍ୟୁ କାର୍‌ ଥିଲା। ସେ ଏହାକୁ ୨୦୧୭ରେ କିଣିଥିଲେ।

Share