କଲ୍ୟାଣସିଂହପୁର ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ମିଳିଲା ୪୪,୧୧୦ ଟଙ୍କା

କଲ୍ୟାଣସିଂହପୁର,୧୪।୩ (ଦୀପକ କୁମାର ପରିଡା): ରାୟଗଡା ଜିଲା କଲ୍ୟାଣସିଂହପୁରସ୍ଥିତ ଜଗନ୍ନାଥ ମନ୍ଦିରର ହୁଣ୍ଡି ଶୁକ୍ରବାର ଖୋଲାଯାଇ ଗଣନା କରାଯାଇଛି। ତହସିଲଦାର ରଞ୍ଜନ କୁମାର ମନସେଠ ଉପସ୍ଥିତିରେ ମନ୍ଦିରର ହୁଣ୍ଡି ଖୋଲି ଗଣନା କରାଯାଇଥିଲା। ଗଣନା ପରେ ସମୁଦାୟ ୪୪,୧୧୦ ଟଙ୍କା ମିଳିଥିବା ଜଣାପଡ଼ିଛି। ପ୍ରତି ୬ ମାସକୁ ଥରେ ମନ୍ଦିରର ହୁଣ୍ଡି ଖୋଲାଯାଇ ଟଙ୍କା ଗଣନା କରାଯାଇଥାଏ ବୋଲି ସୂଚନା ରହିଛି । ଏହି ଛଅ ମାସ ଅବଧିରେ ସଂଗ୍ରହ ହୋଇଥିବା ଏହି ରାଶିକୁ ମନ୍ଦିର କମିଟି ନାମରେ ବ୍ୟାଙ୍କରେ ଜମା କରାଯାଇଥିବା ସୂଚନା ମିଳିଛି। ଟଙ୍କା ଗଣନା ସମୟରେ ସରପଞ୍ଚ ଗୌତମ ବାର୍ଲି, ସଭାପତି ନରସିଂହ ପାଢ଼ୀ, ସମ୍ପାଦକ ୱାରାଣାସି ସୁରିୟା ପ୍ରକାଶ ରାଓ, ରାଜସ୍ବ ନିରୀକ୍ଷକ ଗୌରୀ ଶଙ୍କର କାଣ୍ଡାଗୋରି, ଗଙ୍ଗା ଚୌଧୁରୀ, ଏଏସ୍‌ଆଇ ଦିଲ୍ଲୀପ କୁମାର ମାଝୀ,ବରିଷ୍ଠ କଂଗ୍ରେସ ନେତା ଗୁଡଲ୍ଲା ପ୍ରସାଦ ରାଓ ଓ ଏକ୍ସ ନାଏବ ସରପଞ୍ଚ,ପାଳକୁଣ୍ଡା ରାମୁଲୁ,ଜି.ରମେଶ, ଜି.ସୁବାଷ ପ୍ରମୁଖ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲ ସିସିଟିଭି ଫୁଟେଜ୍‌ରେ ପୂରା ଘଟଣା : ଦିବ୍ୟାଙ୍ଗଙ୍କୁ ମାଡ ମାରିଥିବା ଡାକ୍ତରଙ୍କ ବିରୋଧରେ ମାମଲା: ରୁଜୁ 

ଭଞ୍ଜନଗର,୧୪।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ମେଡିକାଲକୁ ସାସ୍ଥ୍ୟ ପରୀକ୍ଷା କରିବାକୁ ଶୁକ୍ରବାର ଯାଇଥିବା ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଜଣେ ମହିଳା ଡାକ୍ତର ଆକ୍ରମଣ କରିଥିଲେ। ଏନେଇ…

ସିଦ୍ଧିବିନାୟକଙ୍କ ଆଶୀର୍ବାଦ ନେଲେ ସୂର୍ଯ୍ୟକୁମାର, ଗମ୍ଭୀର

ମୁମ୍ବାଇ,୧୪ା୩: ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର ଏବଂ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟି୨୦ ବିଶ୍ୱକପ୍‌ ଟ୍ରଫି ସହ ସିଦ୍ଧିବିନାୟକ ମନ୍ଦିର ଦର୍ଶନ କରିଛନ୍ତି। ଗତ…

ମହିଳା ଫୁଟ୍‌ବଲ୍‌ ଏସିଆ କପ୍‌: ସେମିଫାଇନାଲରେ ପହଞ୍ଚିଲା ଚାଇନା

ପର୍ଥ,୧୪ା୩: ତାଇଓ୍ବାନକୁ ୨-୦ ଗୋଲ୍‌ରେ ପରାସ୍ତ କରି ଗତଥରର ଚାମ୍ପିୟନ ଚାଇନା ମହିଳା ଫୁଟ୍‌ବଲ୍‌ ଏସିଆ କପ୍‌ ସେମିଫାଇନାଲରେ ପ୍ରବେଶ କରିବା ସହ ୨୦୨୭ ବିଶ୍ୱକପ୍‌ ପାଇଁ…

ବରିଷ୍ଠ IPS ସୌମେନ୍ଦ୍ର ପ୍ରିୟଦର୍ଶୀ ରଥଯାତ୍ରା ଦାୟିତ୍ୱ

ଭୁବନେଶ୍ୱର,୧୪।୩: ବରିଷ୍ଠ IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଆସନ୍ତା ରଥଯାତ୍ରା ଦାୟିତ୍ୱ ଦିଆଯାଇଛି। ଶୃଙ୍ଖଳିତ ରଥଯାତ୍ରା ପାଇଁ ପୋଲିସ ମୁଖ୍ୟାଳୟ ସୂତ୍ରରୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଆଇନଶୃଙ୍ଖଳା, ଟ୍ରାଫିକ,…

ଜେଲ୍‌ ଭିତରେ କଏଦୀ ମୃତ୍ୟୁ ଘଟଣା: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି…

ବଲାଙ୍ଗୀର,୧୪ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କାରାଗାର ଭିତରେ ଶନିବାର ସକାଳେ ଜଣେ କଏଦୀ ଆତ୍ମହତ୍ୟା କରିଥିଲେ। ତେବେ ପରିବାର ଲୋକେ ଏହାକୁ ହତ୍ୟା ଘଟଣା ବୋଲି…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ: ରାଗରେ ନିଆଁବାଣ PCB

ନୂଆଦିଲ୍ଲୀ,୧୪।୩: IPL 2026 ଆରମ୍ଭ ହେବା ପୂର୍ବରୁ, କୋଲକାତା ନାଇଟ ରାଇଡର୍ସ (KKR) ଦଳ ମୁଖ୍ୟ ଖବର ପାଲଟିଛି। ଗୋଟିଏ ପଟେ, ହର୍ଷିତ ରାଣା ଆଘାତ ଯୋଗୁ…

୨୯ରେ ମା’ ମଝିଘରିଆଣୀଙ୍କ ଚୈତ୍ର ଯାତ୍ରା

ରାୟଗଡ଼ା ,୧୪।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ଚୈତ୍ର ପର୍ବ ମାର୍ଚ୍ଚ ୨୯ରୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି…

ଶୁଭମନ ଗିଲଙ୍କୁ ସବୁଠାରୁ ବଡ଼ ପୁରସ୍କାର; ଘୋଷଣା କଲା ବିସିସିଆଇ – ବିରାଟ, ରୋହିତ, ବୁମରାଙ୍କୁ କିଛି ନାହିଁ

ନୂଆଦିଲ୍ଲୀ,୧୪।୩: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଶୁବମନ ଗିଲଙ୍କୁ ପୁରୁଷ କ୍ରିକେଟର ଅଫ ଦି ଇୟର ପୁରସ୍କାରରେ ସମ୍ମାନିତ କରିବାକୁ ଯାଉଛି। BCCI ନମନ ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri