୩୦୦ କୋଟି ଟଙ୍କା, ୧୦ ଦିନ ପାଇଁ ଟିକା

ଭୁବନେଶ୍ୱର/ନୂଆଦିଲ୍ଲୀ, ୯।୪(ବୁରୋ):ବିଭିନ୍ନ ରାଜ୍ୟରେ କୋଭିଡ୍‌-୧୯ର ପୁନଃ ସଂକ୍ରମଣ ଦ୍ରୁତଗତିରେ ବଢ଼ିଚାଲିଛି। ସୀମାନ୍ତବର୍ତ୍ତୀ ଜିଲାଗୁଡ଼ିକରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଓଡ଼ିଶା ପାଇଁ କରୋନା ସଂକ୍ରମଣ ପୁଣି ଚ୍ୟାଲେଞ୍ଜ ସୃଷ୍ଟି କରିଛି। ମହାମାରୀ ମୁକାବିଲା ଲାଗି ରାଜ୍ୟ ସରକାର କୋଭିଡ୍‌ ପରିଚାଳନା ବ୍ୟବସ୍ଥାକୁ ପୁନଃ କାର୍ଯ୍ୟକ୍ଷମ କରିଛନ୍ତି। ଟିକାକରଣ କାର୍ଯ୍ୟକ୍ରମକୁ ମଧ୍ୟ ତ୍ୱରାନ୍ବିତ କରାଯାଇଛି। କୋଭିଡ୍‌ର ଦ୍ୱିତୀୟ ଲହର ମୁକାବିଲା ଲାଗି ୩୦୦ କୋଟି ଏବଂ ୧୦ ଦିନ ଷ୍ଟକ୍‌ ରଖିବା ଲାଗି ଟିକା ଯୋଗାଇ ଦେବାକୁ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି।
ଦେଶରେ କରୋନା ସଂକ୍ରମଣ ଉଦ୍‌ବେଗଜନକ ଭାବେ ବଢ଼ି ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭର୍ଚୁଆଲ ବୈଠକରେ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ଆଗାମୀ ୨-୩ ସପ୍ତାହ ଯୁଦ୍ଧକାଳୀନ ଭିତ୍ତିରେ ସଂକ୍ରମଣ ରୋକିବା ପାଇଁ ଉଦ୍ୟମ କରିବାକୁ ମୋଦି ମୁଖ୍ୟମନ୍ତ୍ରୀମାନଙ୍କୁ ଆହ୍ବାନ ଦେଇଛନ୍ତି। ଏଥିସହିତ ଏପ୍ରିଲ ୧୧ରୁ ୧୪ ଟିକା ଉତ୍ସବ ପାଳନ କରି ସର୍ବାଧିକ ଯୋଗ୍ୟ ହିତାଧିକାରୀଙ୍କୁ ଟିକା ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ କେନ୍ଦ୍ର ସରକାର ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସ୍‌ଡିଆରଏଫ୍‌) ଗାଇଡ୍‌ଲାଇନରେ ୨୦୨୦-୨୧ ଆର୍ଥିକବର୍ଷ ଲାଗି ୫୦% କୋଭିଡ୍‌ ପରିଚାଳନା ପାଇଁ ଖର୍ଚ୍ଚ ଅନୁମତି ଦେଇଥିଲେ। ଏହାକୁ ୨୦୨୧-୨୨ ଆର୍ଥିକବର୍ଷ ଲାଗି ଅପରିବର୍ତ୍ତିତ ରଖିଥିବାରୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି। ୨୦୨୦-୨୧ରେ ଏମର୍ଜେନ୍ସି କୋଭିଡ୍‌ ରେସ୍‌ପନ୍ସ ପ୍ଲାନ୍‌(ଇସିଆରପି)ରୁ ୪୦୦ କୋଟି ଦେବାକୁ ଓଡ଼ିଶା ଅନୁରୋଧ କରିଥିଲା। ତେବେ ସେଥିରୁ କେବଳ ୧୪୬ କୋଟି ଟଙ୍କା ମିଳିଛି। କୋଭିଡ୍‌-୧୯ର ନୂତନ ସଂକ୍ରମଣ ଆରମ୍ଭ ହୋଇଛି। ଏହାର ପରିଚାଳନା ପାଇଁ
୨୦୨୧-୨୨ ପାଇଁ ଅତିକମ୍‌ରେ ୩୦୦ କୋଟି ଟଙ୍କା ପ୍ରଦାନ କରିବାକୁ ନବୀନ ଅନୁରୋଧ କରିଛନ୍ତି। ନବୀନ କହିଛନ୍ତି ଯେ ଓଡ଼ିଶା ଟିକାକରଣ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦନ କରୁଛି। ସମଗ୍ର ଦେଶ ତୁଳନାରେ ରାଜ୍ୟରେ ସର୍ବନିମ୍ନ ଟିକା ନଷ୍ଟ ହେଉଛି। ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ଦେବା ବ୍ୟବସ୍ଥାକୁ ସୁବ୍ୟବସ୍ଥିତ ଢଙ୍ଗରେ କରାଯାଉଛି। ଟିକା ଯୋଗାଣକୁ ନେଇ ଆମେ କେବେ ପ୍ରତିଯୋଗିତା କରିନାହୁଁ। ପ୍ରତ୍ୟେକ ଦିନ ରାଜ୍ୟରେ ୨.୫ ଲକ୍ଷ ଲୋକଙ୍କୁ ଟିକାକରଣ କରାଯାଉଛି। ଏହାକୁ ବୃଦ୍ଧି କରିବାକୁ ଉଦ୍ୟମ ଜାରିରହିଛି। ଓଡ଼ିଶା ପାଇଁ ଅତିକମ୍‌ରେ ୧୦ ଦିନ ସକାଶେ ଷ୍ଟକ୍‌ ରଖିବାକୁ ଟିକା ଯୋଗାଇ ଦେବା ସକାଶେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। କୋଭିଡ୍‌ ମହାମାରୀକୁ ସମଗ୍ର ଦେଶ ଏକାଠି ହୋଇ ମୁକାବିଲା କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ଏ ଲଢ଼େଇରେ ଓଡ଼ିଶା ନିଜର ସମର୍ଥନ ବଜାୟ ରଖିବ। ନୂତନ ମାମଲା ବଢ଼ୁଥିବାରୁ ସୀମାନ୍ତବର୍ତ୍ତୀ ଜିଲାଗୁଡ଼ିକରେ ବ୍ୟବସ୍ଥାକୁ ପୁଣି କାର୍ଯ୍ୟକ୍ଷମ କରାଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ବର୍ତ୍ତମାନ ଦେଶରେ ସଂକ୍ରମଣ ମୁକାବିଲା ପାଇଁ ପୂର୍ବାପେକ୍ଷା ଯଥେଷ୍ଟ ଅଧିକ ସମ୍ବଳ ଉପଲବ୍ଧ ରହିଛି। ତେବେ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଉପରେ ଫୋକସ୍‌ କରିବା ପାଇଁ ସେ ଆହ୍ବାନ ଦେଇଥିଲେ। ପରିଚାଳନା ବ୍ୟବସ୍ଥାରେ ଉନ୍ନତି ଆବଶ୍ୟକ। ଦୀର୍ଘ ବର୍ଷେ ହେଲା ମହାମାରୀ ସହ ଲଢ଼ି କୋଭିଡ୍‌ ଯୋଦ୍ଧା ଓ ସ୍ବାସ୍ଥ୍ୟକର୍ମୀମାନେ କ୍ଳାନ୍ତ ହୋଇପଡ଼ିଛନ୍ତି। ସେଥିପାଇଁ କରୋନା ମୁକାବିଲାରେ କିଛିଟା ଢିଲା ଦେଖାଦେଇପାରେ। ତେବେ ଆମକୁ ଆଗାମୀ ୨-୩ ସପ୍ତାହ ପୂରା ଦମ୍‌ରେ ଭୂତାଣୁକୁ ମୁକାବିଲା କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏଥିସହିତ ସେ ପରୀକ୍ଷା, କଣ୍ଟାକ୍ଟ ଟ୍ରେସିଂ ଏବଂ ଚିକିତ୍ସା ତଥା କୋଭିଡ୍‌ ସୁରକ୍ଷା ନିୟମ କଡ଼ାକଡ଼ି ପାଳନ ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ। ସ୍ଥିିତିକୁ ନିୟନ୍ତ୍ରଣ କରିବାରେ ଆମର ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀମାନେ ବହୁତ କିଛି ସହାୟତା କରିଛନ୍ତି ଓ ଏବେ ବି କାର୍ଯ୍ୟ ଜାରି ରଖିଛନ୍ତି। କେତେକ ରାଜ୍ୟରେ ପ୍ରଶାସନ ଢିଲା ହୋଇଯିବା କାରଣରୁ ସମସ୍ୟା ବଢ଼ିଛି। ତେଣୁ ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ ମହାମାରୀର ମୁକାବିଲା କରିବା ଆବଶ୍ୟକ ହୋଇପଡ଼ିଛି ବୋଲି ମୋଦି କହିଥିଲେ। କିଛି ସପ୍ତାହ ପୂର୍ବରୁ ଦୈନିକ ସଂକ୍ରମଣ ପାଖାପାଖି ୨୦ ହଜାର ଥିଲାବେଳେ ଏବେ ତାହା ୧.୨୬ ଲକ୍ଷରେ ପହଞ୍ଚତ୍ଛି।
ଗତ ରବିବାର ପ୍ରଧାନମନ୍ତ୍ରୀ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସହ କୋଭିଡ୍‌ ଏବଂ ଟିକାକରଣ ସ୍ଥିତି ସମୀକ୍ଷା କରିଥିଲେ। ସେ ଟେଷ୍ଟିଂ, ଟ୍ରେସିଂ, ଚିକିତ୍ସା, କୋଭିଡ୍‌ ସୁରକ୍ଷା ନିୟମ ଏବଂ ଟିକାକରଣ ବଢ଼ାଇବା ଉପରେ ଗୁରୁତ୍ୱ ଦେଇଥିଲେ। ଏଗୁଡ଼ିକୁ ଅତ୍ୟନ୍ତ ଗମ୍ଭୀରତା ପୂର୍ବକ ତଥା ପ୍ରତିବଦ୍ଧତା ସହ କାର୍ଯ୍ୟକାରୀ ନ କଲେ ମହାମାରୀ ସଂକ୍ରମଣକୁ ନିୟନ୍ତ୍ରଣ କରିପାରିବା ନାହିଁ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri