Categories: ଜାତୀୟ

ଆଶାକର୍ମୀଙ୍କୁ ନୂଆବର୍ଷ ଭେଟି:ମାସକୁ ୨୫୦୦ ଟଙ୍କା ଭତ୍ତା

ଚଣ୍ଡିଗଡ,୩୦।୧୨: ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ଚନ୍ନି ନୂତନ ବର୍ଷର ଉପହାର ଭେଟି ଦେଇଛନ୍ତି। ରାଜ୍ୟର ୬୪,୫୦୦ ଆଶା କର୍ମୀ ଏବଂ ମଧ୍ୟାହ୍ନ ଭୋଜନ କର୍ମଚାରୀଙ୍କ ପାଇଁ ୧୨୫ କୋଟି ଟଙ୍କା ବୋନସ ଘୋଷଣା କରିଛନ୍ତି। ଗୁରୁବାର ଶ୍ରୀ ଚମକୌର ସାହିବରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛି।
ମୁଖ୍ୟମନ୍ତ୍ରୀ ଘୋଷଣା କରି କହିଛନ୍ତି ଯେ, ଆଶା କର୍ମଚାରୀଙ୍କୁ ପ୍ରୋତ୍ସାହନ ଆଧାରରେ ପୂର୍ବରୁ ପ୍ରାପ୍ତ ରାଶି ତୁଳନାରେ ୨୫୦୦ ଟଙ୍କା ସ୍ଥିର ମାସିକ ଭତ୍ତା ପ୍ରଦାନ କରାଯିବ। ଏହାଦ୍ୱାରା ପ୍ରାୟ ୨୨ ହଜାର ଆଶାକର୍ମୀ ଉପକୃତ ହେବେ। ଏଥିସହିତ, ମଧ୍ୟାହ୍ନ ଭୋଜନ କର୍ମଚାରୀଙ୍କ ପାରିଶ୍ରମିକ ଏକ ହଜାର ଟଙ୍କାରୁ ତିନି ହଜାର ଟଙ୍କାକୁ ବୃଦ୍ଧି କରାଯିବ। ପୂର୍ବରୁ ୧୦ ମାସ ପରିବର୍ତ୍ତେ ଏହା ୧୨ ମାସ ପର୍ଯ୍ୟନ୍ତ ମିଳିବ।

Share