ନିଆଁରେ ନଷ୍ଟ ହେଲା ୨୫ ଲକ୍ଷର ଟିକା

ଇନ୍ଦୋର, ୧୮ା୫: ଦେଶରେ କରୋନା ଟିକା ଅଭାବ ଦେଖାଦେଇଥିବାବେଳେ ମଧ୍ୟପ୍ରଦେଶର ଇନ୍ଦୋରର ଏକ ଭାକ୍ସିନ ଷ୍ଟୋରରେ ନିଆଁ ଲାଗି ପ୍ରାୟ ୨୫ ଲକ୍ଷ ଟଙ୍କାର ଭାକ୍ସିନ ନଷ୍ଟ ହୋଇଯାଇଛି। ଇନ୍ଦୋରର ଭାରତ ସେରମସ୍‌ ଆଣ୍ଡ ଭାକ୍ସିନ ଲିମିଟେଡ ଷ୍ଟୋର୍‌ରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ନିଆଁ ଲାଗିବା ପଛର କାରଣ ଜଣାପଡ଼ିନାହିଁ। ଅଗ୍ନିଶମ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ଉକ୍ତ ଗୋଦାମରେ ଭାକ୍ସିନ ସହ ବ୍ଲାକ ଫଙ୍ଗସ୍‌ ଚିକିତ୍ସା ପାଇଁ ରଖାଯାଇଥିବା ଇଞ୍ଜେକଶନ ମଧ୍ୟ ନଷ୍ଟ ହୋଇଯାଇଛି।

Share