Posted inଜାତୀୟ

୨୮ ବ୍ୟାଙ୍କରୁ ୨୨,୮୪୨ କୋଟିର ବ୍ୟାଙ୍କ ଠକେଇ

ନୂଆଦିଲ୍ଲୀ,୧୩।୨: ଭାରତୀୟ ଇତିହାସରେ ସବୁଠୁ ବଡ଼ ବ୍ୟାଙ୍କ ଠକେଇ ମାମଲା ସାମ୍ନାକୁ ଆସିଛି। ଦେଶର ୨୮ଟି ବ୍ୟାଙ୍କରୁ ୨୨,୮୪୨ କୋଟି ଟଙ୍କା ଠକିବା ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶନିବାର ଏବିଜି ଶିପ୍‌ୟାର୍ଡ ଲିମିଟେଡ୍‌ ଏବଂ ଏହାର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଋଷି କମଳେଶ ଅଗ୍ରଓ୍ବାଲଙ୍କ ସମେତ ଅନ୍ୟ ନିର୍ଦ୍ଦେଶକମାନଙ୍କ ବିରୋଧରେ ମାମଲା ରୁଜୁ କରିଛି। ଗୁଜରାଟରେ ଜାହାଜ ନିର୍ମାଣ ଓ ମରାମତି କରୁଥିବା ଏବିଜି ଶିପ୍‌ୟାର୍ଡ ଋଣ ନେଇ ପରିଶୋଧ ନ କରିବା ଅଭିଯୋଗ ୨୦୧୯ ନଭେମ୍ବରରେ ସାମ୍ନାକୁ ଆସିଥିବାବେଳେ ସିବିଆଇ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା।

ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ କରିବା ପରେ ସିବିଆଇ ଏବେ ହଠାତ୍‌ ତତ୍ପରତା ଦେଖାଇବା ତଦନ୍ତକାରୀ ସଂସ୍ଥାର ଭୂମିକାକୁ ସନ୍ଦେହ ଭିତରକୁ ଟାଣିନେଇଛି। ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ୨୦୧୯ ନଭେମ୍ବର ୮ରେ ଠକେଇ ସମ୍ପର୍କରେ ଏତଲା ଦିଆଯାଇଥିଲା। ୨୦୨୦ ମାର୍ଚ୍ଚ ୧୨ରେ ସିବିଆଇ ଏହା ଉପରେ ସ୍ପଷ୍ଟୀକରଣ ଲୋଡ଼ିଥିଲା। ସେହିବର୍ଷ ଅଗଷ୍ଟରେ ବ୍ୟାଙ୍କ ସାନି ଅଭିଯୋଗ କରିଥିଲା। ପ୍ରାୟ ଦେଢ଼ବର୍ଷ ଧରି ଯାଞ୍ଚ କରିବା ପରେ ସିିବିଆଇ ଗତ ୭ ତାରିଖରେ ଏଫ୍‌ଆଇଆର୍‌ କରିଥିଲା। ଶନିବାର ଅଭିଯୁକ୍ତମାନଙ୍କ ୧୩ଟି ସ୍ଥାନରେ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଛି। ସୁରଟ, ଭରୁଚ, ମୁମ୍ବାଇ ଓ ପୁଣେରେ ଚଢ଼ାଉ ବେଳେ ଅନେକ ଆପତ୍ତିଜନକ ଦସ୍ତାବିଜ ଜବତ ହୋଇଥିବା ସିବିଆଇ ଏକ ବିବୃତିରେ କହିଛି। ଅନ୍ୟ ଅଭିଯୁକ୍ତମାନେ ହେଲେ ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସନ୍ଥନମ୍‌ ମୁଥାସ୍ବାମୀ ଏବଂ ନିର୍ଦ୍ଦେଶକ ଅଶ୍ୱିନୀ କୁମାର, ସୁଶୀଲ କୁମାର ଅଗ୍ରଓ୍ବାଲ ଓ ରବି ବିମଳ ନେଭେଟିଆ। ସେହିପରି ଏବିଜି ଇଣ୍ଟରନ୍ୟାଶନାଲ ପ୍ରାଇଭେଟ ଲିଃ ବିରୋଧରେ ମଧ୍ୟ ଆପରାଧିକ ଷଡ଼ଯନ୍ତ୍ର, ଠକେଇ, ବିଶ୍ୱାସଭଙ୍ଗ ଓ ପଦର ଦୁରୁପଯୋଗ ଅଭିଯୋଗରେ ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି)ର ବିଭିନ୍ନ ଦଫା ଏବଂ ଦୁର୍ନୀତି ନିବାରଣ ଆଇନ ବଳରେ ମାମଲା ରୁଜୁ କରାଯାଇଛି।

ଗୁଜରାଟର ଦହେଜ ଓ ସୁରଟରେ ଥିବା ଏବିଜି ଗ୍ରୁପ୍‌ର ଏହି କମ୍ପାନୀ ଜାହାଜ ନିର୍ମାଣ ଓ ମରାମତି କାର୍ଯ୍ୟ କରିଥାଏ। ଅଭିଯୋଗ ଅନୁଯାୟୀ ଉକ୍ତ କମ୍ପାନୀ ଏସ୍‌ବିଆଇରୁ ୨,୯୨୫ କୋଟି, ଆଇସିଆଇସିଆଇ ବ୍ୟାଙ୍କରୁ ୭,୦୮୯ କୋଟି, ଆଇଡିବିଆଇ ବ୍ୟାଙ୍କରୁ ୩,୬୩୪ କୋଟି, ବ୍ୟାଙ୍କ ଅଫ୍‌ ବରୋଦାରୁ ୧,୬୧୪ କୋଟି, ପିଏନ୍‌ବିରୁ ୧,୨୪୪ କୋଟି ଏବଂ ଆଇଓବିରୁ ୧,୨୨୮ କୋଟି ଟଙ୍କା ଋଣ ନେଇ ପରିଶୋଧ କରୁନାହିଁ। ମେସର୍ସ ଏର୍ନଷ୍ଟ ଆଣ୍ଡ ୟଙ୍ଗ୍‌ ଏଲ୍‌ପି ୨୦୧୯ ଜାନୁୟାରୀ ୧୮ରେ ଦାଖଲ କରିଥିବା ଫରେନ୍‌ସିକ୍‌ ଅଡିଟ୍‌ ରିପୋର୍ଟ ଅନୁଯାୟୀ ୨୦୧୨ ଏପ୍ରିଲରୁ ୨୦୧୭ ଜୁଲାଇ ମଧ୍ୟରେ ଅଭିଯୁକ୍ତମାନେ ପାଣ୍ଠି ସ୍ଥାନାନ୍ତର, ଆୟବ୍ୟୟରେ ତାଳମେଳ ନ ରଖିବା ଏବଂ ବ୍ୟାଙ୍କ ଋଣ ଅର୍ଥକୁ ଅନ୍ୟତ୍ର ବିନିଯୋଗ କରିବା ଭଳି ବେଆଇନ କାର୍ଯ୍ୟରେ ଲିପ୍ତ ରହିଥିଲେ ବୋଲି ସିବିଆଇ ଏହାର ଏତଲାରେ ଦର୍ଶାଇଛି। ବିଶ୍ୱ ସ୍ତରରେ ସଙ୍କଟ ଜାହାଜ ଶିଳ୍ପକୁ ପ୍ରଭାବିତ କରିଛି। ଦ୍ରବ୍ୟ ଚାହିଦା କମିବା ଓ ମୂଲ୍ୟ ବୃଦ୍ଧି ଯୋଗୁ କାର୍ଗୋ ଚାହିଦା ହ୍ରାସ ପାଇଛି। କେତେକ ଜାହାଜର ଠିକା ମଧ୍ୟ ବାତିଲ ହୋଇଯାଇଛି। ଫଳରେ ଏହି ଶିଳ୍ପ ଆର୍ଥତ୍କ ସମସ୍ୟାର ସମ୍ମୁଖୀନ ହୋଇଛି। ୨୦୧୫ରୁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଜାହାଜ ନିର୍ମାଣ ଲାଗି କୌଣସି ଅର୍ଡର କରାଯାଇ ନ ଥିବା ଏତଲାରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri