Categories: ଜାତୀୟ

ସଡକ ଦୁର୍ଘଟଣା ଆହତଙ୍କୁ ହସ୍ପିଟାଲରେ ପହଞ୍ଚାଇଥିବା ବ୍ୟକ୍ତିଙ୍କୁ ମିଳିବ ୨ ହଜାର ଟଙ୍କା ପୁରସ୍କାର: ସରକାରଙ୍କ ବଡ଼ ଘୋଷଣା…

ଚଣ୍ଡିଗଡ,୭।୧୨ : ପଞ୍ଜାବରେ ଯେଉଁମାନେ ସଡ଼କ ଦୁର୍ଘଟଣାରେ ଆହତ ଲୋକଙ୍କୁ ଡାକ୍ତରଖାନାକୁ ନେଉଛନ୍ତି ସେମାନଙ୍କୁ ପୁରସ୍କାର ସ୍ବରୂପ ରାଜ୍ୟ ସରକାର ୨ ହଜାର ଟଙ୍କା ପ୍ରଦାନ କରିବେ। ଯଦି ସେ ନିଜେ ପ୍ରତ୍ୟକ୍ଷଦର୍ଶୀ ହେବାକୁ ଚାହାନ୍ତି ନାହିଁ ତେବେ ପୋଲିସ କିମ୍ବା ହସ୍ପିଟାଲ ପ୍ରଶାସନ ଉକ୍ତ ବ୍ୟକ୍ତିଙ୍କୁ ମଧ୍ୟ ପଚରାଉଚରା କରିବେ ନାହିଁ। ପଞ୍ଜାବ ସ୍ବାସ୍ଥ୍ୟମନ୍ତ୍ରୀ ଡ.ବାଲବୀର ସିଂ ଏହି ଘୋଷଣା କରିଛନ୍ତି।

ଅର୍ଥମନ୍ତ୍ରୀ ହରପାଲ ସିଂ ଖେମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ସ୍ବାସ୍ଥ୍ୟ ଓ ଚିକିତ୍ସା ଶିକ୍ଷା ବିଭାଗର ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଫରିସ୍ତେ ଯୋଜନା ଆରମ୍ଭ କରିବାକୁ ପଞ୍ଜାବ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ଯୋଜନା ଅଧୀନରେ, ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟାରେ ଆହତ ଲୋକଙ୍କୁ ସେ କେଉଁ ରାଜ୍ୟର ବାସିନ୍ଦା ହୋଇ ଥାଆନ୍ତୁ ନା କହିଁକି ତାଙ୍କର ମାଗଣାରେ ଚିକିତ୍ସା କରାଯିବ। ନିକଟସ୍ଥ ସରକାରୀ ଡାକ୍ତରଖାନା ତଥା ଘରୋଇ ଡାକ୍ତରଖାନାରେ ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ସରକାର ମାଗଣା ଚିକିତ୍ସା ଯୋଗାଇ ଦେବେ।

ରାଜ୍ୟରେ ପ୍ରତିଷ୍ଠିତ ପାଞ୍ଚଟି ନୂତନ ମେଡିକାଲ କଲେଜର କାର୍ଯ୍ୟକୁ ତ୍ୱରାନୱିତ କରିବାକୁ ବୈଠକରେ ଉପସ୍ଥିତ ଅଧିକାରୀମାନଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେ ମୋହାଲିର ପଞ୍ଜାବ ଇନଷ୍ଟିଚ୍ୟୁଟ ଅଫ ଲିଭର ଆଣ୍ଡ ବିଲିୟାରି ସାଇନ୍ସ (ପିଏଲବିଏସ)ରେ ସ୍ଥାପିତ ହେଉଥିବା ଅତ୍ୟାଧୁନିକ ନିଦାନ ଏବଂ ପରିଚାଳନା ସୁବିଧା ଉପରେ ମଧ୍ୟ ସମୀକ୍ଷା କରିଥିଲେ।

ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ପଞ୍ଜାବ ସରକାର ଚିକିତ୍ସା ପାଇଁ ଆସୁଥିବା ଲୋକଙ୍କୁ ସାହାଯ୍ୟ ତଥା ମାର୍ଗଦର୍ଶନ କରିବା ପାଇଁ ସରକାରୀ ସ୍ବାସ୍ଥ୍ୟ ସୁବିଧା ଅନ୍ତର୍ଗତ ରୋଗୀ ସୁବିଧା କେନ୍ଦ୍ର ସ୍ଥାପନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ପଟିଆଲାର ରାଜୀନ୍ଦ୍ର ହସ୍ପିଟାଲରେ ପାଇଲଟ ଭାବେ ଏଭଳି ଏକ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି।

 

Share