ଜି.ଉଦୟଗିରିରେ ୨ଶହ ଟଙ୍କା ନକଲି ନୋଟ

ଜି.ଉଦୟଗିରି, ୨୧ା୨: କନ୍ଧମାଳ ଜିଲା ଜି.ଉଦୟଗିରି ବଜାରରେ ୨ଶହ ଟଙ୍କିଆ ନକଲି ନୋଟ ଧରାପଡିଛି। ବ୍ରଜ ଖୁଣ୍ଟିଆ ନାମକ ଜଣେ ବ୍ୟକ୍ତିଙ୍କର ବଜାରରେ ଏକ ପକୋଡା ଦୋକାନ ରହିଛି। ମଙ୍ଗଳବାର ସନ୍ଧ୍ୟାରେ ଗହଳି ସୁଯୋଗ ନେଇ କେହି ଜଣେ ବ୍ୟକ୍ତି ଏକ ନକଲି ୨ଶହ ଟଙ୍କା ଦେଇ ପକୋଡା ନେଇ ଚାଲିଯାଇଥିଲେ। ଗହଳି ସମୟରେ ତାହା ଜଣାପଡି ନ ଥିଲା। ଜଣାପଡିବା ପରେ ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶିଛି ।