Posted inଜାତୀୟ

ଭାଜପାରେ ଯୋଗଦେଲେ ମିଳିବ ୨୦-୨୫ କୋଟି ଟଙ୍କା: ଏଏପି ଆଣିଲା ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ,୨୭।୩: ଭାଜପା ବିରୋଧରେ ଏକ ବଡ ଅଭିଯୋଗ ଆଣିଛି ଆମ ଆଦମୀ ପାର୍ଟି। ପଞ୍ଜାବରେ ତିନି ଜଣ ଆମ ଆଦମୀ ପାର୍ଟି (ଏଏପି) ବିଧାୟକ ଏକ ସାମ୍ବାଦିକ ସମ୍ମିଳନୀ କରି ଭାଜପାରେ ଯୋଗଦେବା ବଦଳରେ ସେମାନଙ୍କୁ ୨୦-୨୫ କୋଟି ଟଙ୍କା ମିଳିବ ଆମକୁ କୁହାଯାଉଛି। କଲ କରୁଥିବା ବ୍ୟକ୍ତିଙ୍କ ନାମ ଏବଂ ନମ୍ବର ପ୍ରକାଶ କରାଯାଇଛି।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଆମ ଆଦମୀ ପାର୍ଟି ଦିଲ୍ଲୀର ବିଧାୟକଙ୍କୁ ଭାଙ୍ଗିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଥିଲା। ଏହି ପ୍ରସଙ୍ଗରେ ଭାଜପା ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଥିଲା। ଏହା ପରେ ଦିଲ୍ଲୀ ପୋଲିସ ଏଏପିକୁ ନୋଟିସ ଜାରି କରିଥିଲା।
ଅନ୍ୟପକ୍ଷରେ ସାମ୍ବାଦିକ ସମ୍ମିଳନୀରେ ଏଏପି ବିଧାୟକ ଜଗଦୀପ କାମ୍ବୋଜ କହିଛନ୍ତି, ଯେଉଁଠାରେ ଏଏପି ସରକାର ଅଛି, ବିଧାୟକ କିଣିବା ପାଇଁ ଉଦ୍ୟମ କରାଯାଉଛି। ଏଏପି କର୍ମୀ, ବିଧାୟକ ଏବଂ ଏମ୍‌ପିଙ୍କୁ କିଣିବା ପାଇଁ ଭାଜପା ପକ୍ଷରୁ ପ୍ରୟାସ କରାଯାଉଛି। ଗତକାଲି ରାତି ପ୍ରାୟ ୧୨ଟା ସମୟରେ ଏକ କଲ ଆସିଥିଲା। ସେଠାରୁ ଜଣେ ବ୍ୟକ୍ତି କହିଥିଲେ ଯେ ମୁଁ ସେବକ ସିଂ। ମୁଁ କହିଲି ଯେ ମୁଁ ବିଧାୟକ କହୁଛି। ସେ କହିଥିଲେ, ଭାଜପାରେ ଯୋଗଦେବା ପାଇଁ ଏକ ପ୍ରସ୍ତାବ ଅଛି। ଏହା ଏକ ଭଲ ଅଫର୍‌। ଯଦି ଆପଣଙ୍କର କୌଣସି ଡିମାଣ୍ଡ ଅଛି ତେବେ ଆମକୁ ଜଣାନ୍ତୁ । ଆମେ ଆପଣଙ୍କୁ ୨୦-୨୫ କୋଟି ଟଙ୍କା ଦେବୁ। ମୁଁ କହିଲି ଯେ ମୋର ଭାଜପାରେ ଯୋଗଦେବାର କୌଣସି ଆବଶ୍ୟକତା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସର ଦାବି ହରିୟାଣାରେ ମିଳିବ ବହୁମତ

ଚଣ୍ଡିଗଡ଼,୯।୫: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୁପିନ୍ଦର ସିଂ ହୁଡା ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଦାବି କରିଛନ୍ତି। ସେ ପୁଣି ଥରେ କହିଛନ୍ତି...

କେଜରିଓ୍ବାଲଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ବିରୋଧ କରୁଛି ଇଡି

ନୂଆଦିଲ୍ଲୀ,୯।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ବିରୋଧ କରି କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଇଡି ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛି। ସୁପ୍ରିମକୋର୍ଟ...

‘ମୁଁ ତାଙ୍କ ପୁଅ ନୁହେଁ ସେଥିପାଇଁ ମୋତେ…’, ଶରଦ ପାଓ୍ବାରଙ୍କୁ ଭଗବାନ ବୋଲି କହିଲେ ଅଜିତ, ଖେଳିଲେ ଇମୋଶନାଲ କାର୍ଡ

ମୁମ୍ବାଇ,୯।୫: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଗୁରୁବାର ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ସେ ଏନସିପି (ଏସପି) ମୁଖ୍ୟ ଶରଦ ପାୱାରଙ୍କ...

୧୧ରେ ବରଗଡ଼ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବରଗଡ଼,୯ା୫(ପ୍ରେମାନନ୍ଦ ଖମାରୀ): ଆସନ୍ତା ୧୧ତାରିଖ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରଗଡ଼ ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି। ମିଳିଥିବା ସୂଚନାନୁଯାୟୀ, ମୋଦି ସେହିଦିନ ବରଗଡ଼ ସହର...

ମୋଦିଙ୍କୁ ମହାରାଷ୍ଟ୍ର ମାଟିରେ କବର ଦେବାକୁ ଧମକ, ସଞ୍ଜୟ ରାଉତଙ୍କ ବିବାଦୀୟ ବୟାନ

ମୁମ୍ବାଇ,୯।୫: ନିଜ ବୟାନ ପାଇଁ ସର୍ବଦା ହେଡଲାଇନରେ ଥିବା ଶିବସେନା ୟୁବିଟି ନେତା ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ଏକ ବିବାଦୀୟ ବୟାନ...

ଭାଜପାକୁ ଶକ୍ତ ଧକ୍କା

ଚଣ୍ଡିଗଡ଼,୯।୫: ଲୋକ ସଭା ନିର୍ବାଚନ ମଧ୍ୟରେ ହରିୟାଣାରେ ଭାଜପା ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ହରିୟାଣା ଭାଜପାର ରାଜପୁତ ସମ୍ପ୍ରଦାୟର ବିଶିଷ୍ଟ ନେତା ସୁରଜ...

୩୦ ଲକ୍ଷ ସରକାରୀ ଚାକିରି, କଂଗ୍ରେସ କ୍ଷମତାକୁ ଆସିଲେ ମିଳିବ ଏହି ସୁବିଧା

ନୂଆଦିଲ୍ଲୀ,୯।୫: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ତୃତୀୟ ପର୍ଯ୍ୟାୟ ଭୋଟ ମେ’ ୭ରେ ଶେଷ ହୋଇଛି ଏବଂ ୪ର୍ଥ ପର୍ଯ୍ୟାୟ ପାଇଁ ଭୋଟ ଏ...

ଆପଣ ରାହୁଲ ଗାନ୍ଧୀଙ୍କୁ ଜାଣନ୍ତି, ଜଣେ ମହିଳାଙ୍କୁ ଏମିତି ପ୍ରଶ୍ନ ପଚାରିଲେ ପ୍ରିୟଙ୍କା ଗାନ୍ଧୀ: ଜାଣନ୍ତୁ କ’ଣ ମିଳିଲା ଜବାବ

ନୂଆଦିଲ୍ଲୀ,୯।୫: ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ରାଏବରେଲିରେ ପହଞ୍ଚିଛନ୍ତି। ଏହି ସମୟରେ ସେ ଏକ ସାଧାରଣ ସଭାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri