Posted inଜାତୀୟ

ମହିଳା ଅଧିକାରୀଙ୍କ ଘରୁ ୨ କୋଟି ଟଙ୍କା, ସୁନା ଜବତ; ଏପଟେ ଟପ୍ପରଙ୍କୁ ସସ୍‌ପେଣ୍ଡ କଲେ ଓଡିଶା ସରକାର

ନୂଆଦିଲ୍ଲୀ,୧୬।୯: ଆସାମ ସିଭିଲ ସର୍ଭିସ (ଏସିଏସ) ଅଫିସର ନୁପୁର ବୋରାଙ୍କୁ ସୋମବାର ଗିରଫ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସ୍ପେଶାଲ ଭିଜିଲାନ୍ସ ସେଲ ତାଙ୍କ ଗୁଆହାଟୀ ଘରୁ ୯୨ ଲକ୍ଷ ଟଙ୍କା ନଗଦ ଓ ପ୍ରାୟ ୧ କୋଟି ଟଙ୍କାର ଅଳଙ୍କାର ଜବତ କରିଛି। ଏହା ସହ ବରପେଟାରେ ତାଙ୍କ ଭଡା ଘରୁ ୧୦ ଲକ୍ଷ ଟଙ୍କା ନଗଦ ମିଳିଛି।

ନୁପୁର ବୋରା (ଜନ୍ମ: ୩୧ ମାର୍ଚ୍ଚ ୧୯୮୯, ଗୋଲାଘାଟ) ୨୦୧୯ରେ ଏସିଏସରେ ଯୋଗ ଦେଇଥିଲେ। ସେ ବର୍ତ୍ତମାନ କାମରୂପ ଜିଲାର ଗୋରୋଇମାରୀରେ ସର୍କଲ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ, ନୁପୁର ଗତ ଛଅ ମାସ ଧରି ନଜରବନ୍ଦୀରେ ଥିଲେ। ତାଙ୍କ ବିରୋଧରେ ବରପେଟାରେ ସର୍କଲ ଅଫିସର ଥାଉଥିବା ସମୟରେ ସନ୍ଦେହଜନକ ବ୍ୟକ୍ତିଙ୍କୁ ହିନ୍ଦୁ ଜମି ହସ୍ତାନ୍ତର କରି ଟଙ୍କା ନେଇଥିବା ଅଭିଯୋଗ ରହିଛି।

ନୁପୁରଙ୍କ ଆୟଠାରୁ ଅଧିକ ସମ୍ପତ୍ତି ଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସେ ଗୁଆହାଟୀ ବିଶ୍ୱବିଦ୍ୟାଳୟରୁ ଇଂରାଜୀ ସାହିତ୍ୟରେ ସ୍ନାତକ ଓ କଟନ କଲେଜରେ ପାଠ ପଢ଼ିଥିଲେ। ୨୦୧୯ରୁ ୨୦୨୩ ପର୍ଯ୍ୟନ୍ତ ସେ କର୍ବି ଆଙ୍ଗଲଙ୍ଗରେ ସହକାରୀ କମିଶନର ଓ ପରେ ବରପେଟାରେ ସର୍କଲ ଅଫିସର ଭାବେ କାର୍ଯ୍ୟ କରିଥିଲେ।

ଭିଜିଲାନ୍ସ ସେଲ ନୁପୁରଙ୍କ ସହଯୋଗୀ ସୁରଜିତ ଦେକାଙ୍କ ବରପେଟା ଘରେ ମଧ୍ୟ ଚଢ଼ାଉ କରିଛି। ସୁରଜିତ ବରପେଟା ରାଜସ୍ୱ ସର୍କଲ ଅଫିସରେ ଲାଟ ମଣ୍ଡଳ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ନୁପୁରଙ୍କ ସହାୟତାରେ ବରପେଟାରେ ଏକାଧିକ ଜମି କିଣିଥିବା ଅଭିଯୋଗ ରହିଛି।

ମୁଖ୍ୟମନ୍ତ୍ରୀ ଶର୍ମା କହିଛନ୍ତି, ଅଳ୍ପସଂଖ୍ୟକ ଅଧ୍ୟୁଷିତ ଅଞ୍ଚଳର ରାଜସ୍ୱ ସର୍କଲଗୁଡ଼ିକରେ ଦୁର୍ନୀତି ବ୍ୟାପିଛି। ଏହି ମାମଲାର ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ପ୍ରସ୍ତୁତ ମୋଦିଙ୍କ ଆପତ୍ତିଜନକ ଫଟୋ ଶେୟାର କରିଥିବା ଯୁବକ ଗିରଫ

ନୂଆଦିଲ୍ଲୀ,୨୧ା୩: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆପତ୍ତିଜନକ ଫଟୋ ପ୍ରସ୍ତୁତ କରି ସୋସିଆଲ୍‌ ମିଡିଆରେ ଶେୟାର କରିଥିବା ଅଭିଯୋଗରେ ବିହାରର ସିଦ୍ଧନାଥ କୁମାରଙ୍କୁ…

ଇରାନ ଉପରୁ କଟକଣା ହଟାଇଲେ ଟ୍ରମ୍ପ୍‌, ତେହରାନ କହିଲା ଆମ ପାଖରେ…

ଓ୍ବାଶିଂଟନ/ତେହରାନ୍‌,୨୧ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହୁ ହୁ ହୋଇ ବଢ଼ିଚାଲିଥିବାବେଳେ ଏହାକୁ ପ୍ରଶମିତ କରିବା ପାଇଁ ଆମେରିକା ସମୁଦ୍ରରେ ଅଟକି…

ଜାହାଜ ଚଳାଚଳ ପକ୍ଷରୁ ବଡ଼ ସୂଚନା: ଆଉ ୨ ଭାରତୀୟ ଏଲ୍‌ପିଜି ବୋଝେଇ ଟ୍ୟାଙ୍କର ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ ଅତିକ୍ରମ କରିବ

ନୂଆଦିଲ୍ଲୀ,୨୧ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ବିଶ୍ୱର ପ୍ରମୁଖ ତୈଳ ପରିବହନ ପଥ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ଇରାନ ଅବରୋଧ କରିଥିବା ବେଳେ ଭାରତରେ ତରଳୀକୃତ ପେଟ୍ରୋଲିୟମ ଗ୍ୟାସ୍‌(ଏଲ୍‌ପିଜି)…

ବିଜେଡିର ୬ ବିଧାୟକ ଦଳରୁ ନିଲମ୍ବିତ

ଭୁବନେଶ୍ୱର,୨୧ା୩: ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଡ଼ା ଆକ୍ସନ ନେଇଛନ୍ତି। ଦଳରୁ ୬ ବିଧାୟକଙ୍କୁ ନବୀନ ନିଲମ୍ବନ କରିଛନ୍ତି।…

ଗ୍ୟାସ୍‌କୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଆସନ୍ତା ୨୩ରୁ…

ନୂଆଦିଲ୍ଲୀ,୨୧ା୩: କେନ୍ଦ୍ର ସରକାର ଏଲ୍‌ପିଜିକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶନିବାର ସରକାର କହିଛନ୍ତି, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ (UT)କୁ ବାଣିଜ୍ୟିକ ଏଲ୍‌ପିଜିର ଆଉ…

ବାସନ ମାଜିଲେନି ସ୍ବାମୀ, ସ୍ତ୍ରୀ ଡାକିଲେ ପୋଲିସ: ଆଉ ତା’ପରେ ଘଟିଲା…

ଲକ୍ଷ୍ନୌ,୨୧।୩: ଉତ୍ତର ପ୍ରଦେଶର ଏକ ବସ୍ତିରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ସାରେ ରାତ୍ରୀଭୋଜନ ପ୍ରସ୍ତୁତ କରିବାକୁ ତାଙ୍କ ରୋଷେଇ ଘରେ…

ଭାରତ ପାଖରେ ବଡ଼ ଆଟାକ୍‌ କଲା ଇରାନ, ବିଶ୍ୱରେ ଚହଳ! ଆଗକୁ ବଡ଼ଯୁଦ୍ଧ…

ନୂଆଦିଲ୍ଲୀ,୨୧।୩: ଏସିଆର ଉପସାଗରୀୟ ଅଞ୍ଚଳରେ ସଂଘର୍ଷ ଅହରହ ଜାରି ରହିଛି, ଉଭୟ ପାର୍ଶ୍ୱରୁ ଆକ୍ରମଣ କରାଯାଉଛି। ଇରାନ ମଧ୍ୟ ଏହାର ଆକ୍ରମଣ ସହିତ ତା’ର ଶତ୍ରୁମାନଙ୍କୁ ସତର୍କତାର…

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ଖବର: ଏମାନଙ୍କୁ ଏପ୍ରିଲରେ ମିଳିବ ୩ ମାସର…

ନୂଆଦିଲ୍ଲୀ,୨୧।୩: ଦେଶରେ ଲକ୍ଷ ଲକ୍ଷ ରାଶନ କାର୍ଡଧାରୀ ଅଛନ୍ତି। ଯେଉଁମାନେ ପ୍ରତି ମାସରେ ରାଶନ କାର୍ଡ ମାଧ୍ୟମରେ ରାଶନ ପାଆନ୍ତି। କିନ୍ତୁ ଏହି ଏପ୍ରିଲ ମାସରେ ରାଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri