୨.୨୧ କୋଟିର ଚାଉଳ ଆତ୍ମସାତ୍‌

ଯାଜପୁର ଅଫିସ,୭।୧୦:ରାଜ୍ୟର ଯାଜପୁର ଜିଲା ସମେତ ଭଦ୍ରକ, ଗଞ୍ଜାମ ଓ ନବରଙ୍ଗପୁର ଜିଲାର ୨୩ ଜଣ ଯୋଗାଣ ବିଭାଗ ଅଧିକାରୀ ୨ କୋଟି ୨୧ ଲକ୍ଷ ୪୬ ହଜାର ୯୪୮ ଟଙ୍କାର ସରକାରୀ ଚାଉଳ ଆତ୍ମସାତ୍‌ କରିଛନ୍ତି। ସ୍ବତନ୍ତ୍ର ଅଡିଟ୍‌ ରିପୋର୍ଟରେ ଏହି ଦୁର୍ନୀତି ଧରାପଡ଼ିଛି। ଏହି କାରବାରରେ ଯୋଗାଣ ନିରୀକ୍ଷକ(ଆଇଏସ୍‌), ମାର୍କେଟିଂ ଇନ୍ସପେକ୍ଟର(ଏମ୍‌ଆଇ) ଓ ଜିଲା ଯୋଗାଣ ଅଧିକାରୀ(ସିଏସ୍‌ଓ)ଙ୍କ ସମ୍ପୃକ୍ତି ରହିଛି। ଏଥିରେ କେବଳ ଗଞ୍ଜାମ ଜିଲାର ୧୯ ଜଣ ଅଧିକାରୀଙ୍କ ନାମ ରହିଛି। ଗତ ୩ ବର୍ଷ ହେଲା ଏହି ଦୁର୍ନୀତିଖୋର ଅଧିକାରୀମାନଙ୍କ ବିରୋଧରେ ଡ୍ରାଫ୍ଟ ଚାର୍ଜେସ ଗ୍ରହଣ କରିବାକୁ ୧୦ରୁ ଊର୍ଦ୍ଧ୍ୱ ଥର ନିର୍ଦ୍ଦେଶ ହୋଇଛି। ହେଲେ ତାହା କାର୍ଯ୍ୟକାରୀ ହୋଇ ପାରୁନାହିଁ। ତେଣୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ବିଶ୍ୱଜିତ୍‌ କେଶରୀ ଦାସ ନିର୍ଦ୍ଦେଶ ଜାରି କରିଛନ୍ତି। ଅନ୍ୟଥା ସଂପୃକ୍ତ ଦୁର୍ନୀତିଖୋର ଅଧିକାରୀମାନଙ୍କୁ ସୁରକ୍ଷା ଦେବାକୁ ସୁଚିନ୍ତିତ ଯୋଜନା କରାଯାଉଛି ବୋଲି ମନେ କରାଯିବ। ଏହିମର୍ମରେ ଏମ୍‌ଡି ଦାସ ଗତ ୧ ତାରିଖରେ ଯୋଗାଣ ବିଭାଗର ସମ୍ପୃକ୍ତ ଜିଲା ପରିଚାଳକ (ଡିଏମ୍‌)ମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।
୨୦୧୬-୧୭ ସ୍ବତନ୍ତ୍ର ଅଡିଟ୍‌ରେ ଯାଜପୁର ଜିଲା ସାମିଆସ୍ଥିତ ମା’ଭଗବତୀ ରାଇସ୍‌ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିଃ ସରକାରୀ ଚାଉଳ ହଡ଼ପ କରିଥିବା ଧରାପଡ଼ିଥିଲା। ଏହି ପ୍ରକ୍ରିୟାରେ ଏମ୍‌ଆଇ ଉପେନ୍ଦ୍ର କୁମାର ଭୋଇ ଦାୟିତ୍ୱରେ ଥିଲେ। ତେଣୁ ତାଙ୍କ ନାମରେ ୪୪,୭୭,୦୯୪ ଟଙ୍କା ଆମତ୍ସାତ୍‌ ହୋଇଥିବା ଅଡିଟ୍‌ ରିପୋର୍ଟରେ ଧରାପଡିଛି। ଏହି ଅଡିଟ୍‌ ରିପୋର୍ଟ ଉପରେ ଯାଜପୁର ଜିଲା ଯୋଗାଣ ବିଭାଗକୁ ଏକାଧିକ ଥର ନିଗମ ପକ୍ଷରୁ ଆବଶ୍ୟକ ଦସ୍ତାବିଜ୍‌ ସାକ୍ଷ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। କିନ୍ତୁ ଡିଏମ୍‌ ଓ ଦୁର୍ନୀତିଖୋର ଅଧିକାରୀଙ୍କ ମଧ୍ୟରେ ସଲାସୁତୁରା ରହିଥିବାରୁ ଏହା କାର୍ଯ୍ୟକାରୀ ହୋଇ ପାରିନାହିଁ ବୋଲି ଖୋଦ୍‌ ଏମ୍‌ଡି ହୃଦୟଙ୍ଗମ କରିଛନ୍ତି। ଅନୁରୂପ ଭାବେ ଗଞ୍ଜାମ ଜିଲାର ବେଲଗାମ ସିଂହସିନି ରାଇସ୍‌ ମିଲ୍‌ ଉପରେ ଆଇଏସ୍‌ ଜୟରାମ ଲେଙ୍କାଙ୍କ ନାମରେ ୪୧,୭୭,୩୯୦ ଟଙ୍କା, ବାହାଡଗୁଡା ଓ ଧଉଗାଓଁର ମହାବୀର ରାଇସ୍‌ ମିଲ ଉପରେ ଏମ୍‌ଆଇ ମନୋଜ କୁମାର ବେହେରା ଓ ସିଏସ୍‌ଓ ସନ୍ତୋଷ କୁମାର ମହାନ୍ତିଙ୍କ ନାମରେ ୧୧,୦୦,୯୭୨ ଟଙ୍କା, ମଝିଗାମ ଓ ପଦ୍ମପୁର ଗ୍ରାମର ସୁବାସ ରାଇସ୍‌ ମିଲ ଉପରେ ଏମ୍‌ଆଇ ସ୍ନେହାସିନୀ ବେହେରା ଓ ରେସ୍‌ମା ସିଲ୍‌କ ଦାସ ଏବଂ ସିଏସ୍‌ଓ ମହାନ୍ତିଙ୍କ ନାମରେ ୧୨,୦୦,୧୬୨ ଟଙ୍କା, କେ.ଏସ. ନଗର ଓ ଛତ୍ରପୁରର ମା’କାଳୀ ରାଇସ୍‌ ମିଲ ଉପରେ ଆଇଏସ୍‌ ଜୟରାମ ଲେଙ୍କା ଏବଂ ସିଏସ୍‌ଓ ମହାନ୍ତିଙ୍କ ନାମରେ ୨୬,୧୧,୮୬୭ ଟଙ୍କା, ଶଙ୍କରା ରାଇସ୍‌ ମିଲ୍‌ ଉପରେ ଏମ୍‌ଆଇ ସ୍ନେହାସିନୀ ବେହେରା, ରେସ୍ମା ସିଲ୍‌କ ଦାସ ଓ ସିଏସ୍‌ଓ ମହାନ୍ତିଙ୍କ ନାମରେ ୫,୬୨,୭୮୩ ଟଙ୍କା, ବୁଢୀ ମା’ ଠାକୁରାଣୀ ରାଇସ୍‌ ମିଲ ଉପରେ ଏମ୍‌ଆଇ ରୀନାରାଣୀ ମହାପାତ୍ର ଓ ସିଏସ୍‌ଓ ମହାନ୍ତିଙ୍କ ନାମରେ ୨୭,୩୩,୧୯୦ ଟଙ୍କା, ମା ଫୁଲ ଠାକୁରାଣୀ ରାଇସ୍‌ ମିଲ ଉପରେ ଆଇଏସ୍‌ ଜୟରାମ ଲେଙ୍କାଙ୍କ ନାମରେ ୭,୨୨,୯୩୭ ଟଙ୍କା, ନାରାୟଣୀ ରାଇସ୍‌ ମିଲ ଉପରେ ଏମ୍‌ଆଇ ରୀନାରାଣୀ ମହାପାତ୍ର ଓ ସିଏସ୍‌ଓ ମହାନ୍ତିଙ୍କ ନାମରେ ୫,୧୮,୦୯୩ ଟଙ୍କା, ରୁଦ୍ରକାଳୀ ରାଇସ୍‌ ମିଲ୍‌ ଉପରେ ଆଇଏସ୍‌ ସୁଶାନ୍ତ କୁମାର ହୋତା ଓ ସିଏସ୍‌ଓ ମହାନ୍ତିଙ୍କ ନାମରେ ୧୬,୮୯,୦୬୮ ଟଙ୍କା ଏବଂ ଲିଙ୍ଗରାଜ ରାଇସ୍‌ ମିଲ୍‌ ଉପରେ ଆଇଏସ୍‌ ବଳରାମ ସେଠୀଙ୍କ ନାମରେ ୫,୧୦,୯୨୨ ଟଙ୍କା ଆମତ୍ସାତ୍‌ ଅଭିଯୋଗ ହୋଇଥିଲା। ଭଦ୍ରକ ଜିଲା ଜେଡିପି ଏଗ୍ରୋ ଇଣ୍ଡଷ୍ଟ୍ରିଜ ଉପରେ ଆଇଏସ୍‌ ହରିପ୍ରିୟା ସାହୁଙ୍କ ନାମରେ ୧୦,୯୫,୮୯୭ ଟଙ୍କା, ନବରଙ୍ଗପୁର ଜିଲା କାଳୀସୁନ୍ଦରୀ ରାଇସ୍‌ ମିଲ ଉପରେ ଆଇଏସ୍‌ ପ୍ରିୟରଞ୍ଜନ ନାୟକ ଓ ସିଏସ୍‌ଓ ରାମ ପ୍ରସାଦ ପାଢୀଙ୍କ ନାମରେ ୭,୪୬,୫୭୩ ଟଙ୍କା ଆମତ୍ସାତ୍‌ ହୋଇଛି। ତେବେ ଇତିମଧ୍ୟରେ ସିଏସ୍‌ଓ ସନ୍ତୋଷ କୁମାର ମହାନ୍ତି ଓ ରାମପ୍ରସାଦ ପାଢୀ ଅବସର ଗ୍ରହଣ କରି ସାରିଛନ୍ତି। ତେଣୁ ଏହି ଅଧିକାରୀଦ୍ୱୟଙ୍କ ନାମରେ ମଧ୍ୟ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏମ୍‌ଡି ଦାସ ନିର୍ଦ୍ଦେଶ ଜାରି କରିଛନ୍ତି। ଯେଉଁ ଅଧିକାରୀଙ୍କ ନାମରେ ଡ୍ରାଫ୍ଟ ଚାର୍ଜେସ ଗ୍ରହଣ କରିବାରେ ବିଳମ୍ବ ହେଲା ସେମାନଙ୍କ ନାମରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତାଲିକା ପ୍ରସ୍ତୁତ, ଅଡିଟ୍‌ ରିପୋର୍ଟରେ ନାମ ରହିଥିବା ଦୁର୍ନୀତିଖୋର ଅଧିକାରୀ ଯେଉଁଠି ବି ଥାଆନ୍ତୁ ସେମାନଙ୍କ ବିରୋଧରେ ପଦକ୍ଷେପ ନେବାକୁ ଏମ୍‌ଡି ଦାସ କଡା ନିର୍ଦ୍ଦେଶ ଜାରି କରିଛନ୍ତି।
ଯାଜପୁର ଜିଲାରେ ମିଲର୍ସ ଓ ଦାୟିତ୍ୱରେ ରହୁଥିବା ଅଧିକାରୀମାନଙ୍କ ମଧ୍ୟରେ ସଲାସୁତୁରା କରି ଧାନ କିଣାବିକା ଓ ଚାଉଳ ସଂଗ୍ରହରେ ବ୍ୟାପକ ଦୁର୍ନୀତି ହେଉଥିବା ଏଥିରୁ ସ୍ପଷ୍ଟ ହେଉଛି। ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନର ଅଭାବ ଓ ନୀତି, ନିର୍ଦ୍ଦେଶ କାର୍ଯ୍ୟକାରୀ ହେବାରେ ବିଳମ୍ବ ଯୋଗୁ ଏଭଳି ଦୁର୍ନୀତି କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ସାହସ ଯୋଗାଉଛି ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri