Categories: ଜାତୀୟ

ଝଡ଼ବର୍ଷାରେ ଭାଙ୍ଗିଲା ୧୭୧୦ କୋଟିର ନିର୍ମାଣଧୀନ ପୋଲ…

ଭାଗଲପୁର, ୩୦।୪ : ବିହାରର ଭାଗଲପୁରରେ ଖଗଡ଼ିଆଠାରେ ଗଙ୍ଗା ନଦୀ ଉପରେ ନିର୍ମାଣ କରାଯାଉଥିବା ୧୭୧୦.୭୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଏକ ପୋଲ ଶୁକ୍ରବାର ବିଳମ୍ବିତ ରାତ୍ରରେ ହୋଇଥିବା ଝଡ଼ବର୍ଷାରେ ଭାଙ୍ଗି ଯାଇଛି। ଏନେଇ ନିର୍ମାଣ କମ୍ପାନୀ ଉପରେ ବିଭିନ୍ନ ପ୍ରଶ୍ନ ଉଠିବାରେ ଲାଗିଛି।

ନିର୍ମାଣଧୀନ ପୋଲର ୪,୫ ଏବଂ ୬ ନମ୍ବର ପୋଲ୍‌ର ସୁପର ଷ୍ଟ୍ରକଚର ଭାଙ୍ଗି ଯାଇଛି। ଭାଙ୍ଗ ଯାଇଥିବା ପୋଲର ଲମ୍ବ ପ୍ରାୟ ୧୦୦ ଫୁଟରୁ ଅଧିକ ବୋଲି କୁହାଯାଉଛି। ଏହାର ନିର୍ମାଣ ଏସ୍‌ପି ସଙ୍ଗଲା କନଷ୍ଟ୍ରକଶନ ଲିମିଟେଡ୍‌ କମ୍ପାନୀ ଦ୍ୱାରା କରାଯାଉଛି। ଏହା ଅଗୁଓ୍ବାନୀ ଏବଂ ସୁଲତାନଗଞ୍ଜ ଘାଟ ଉପରେ ନିର୍ମିତ ହେଉଛି।

Share