Categories: ଫୁରସତ

ମୋ’ ବାହାଘର ଏପ୍ରିଲ ୨୬ରେ, ମୋତେ ନେଇଯାଅ; ୧୦ ଟଙ୍କିଆ ନୋଟ୍‌ ଉପରେ ଲେଖିଲେ ଯୁବତୀ

ଆଜିକାଲି ସୋସିଆଲ ମିଡିଆରେ ଅଜବ ଫଟୋ, ଭିଡିଓ ସବୁ ଭାଇରାଲ ହେଉଛି। ଯାହା ଦେଖିଲେ ଚକିତ ହେବେ। ଏବେ ସେମିତି ଜଣେ ଯୁବତୀ ୧୦ ଟଙ୍କିଆ ନୋଟ୍‌ରେ ତାଙ୍କ ପ୍ରେମିକଙ୍କ ଉଦ୍ଦେଶ୍ୟରେ କିଛି ଲେଖିଛନ୍ତି। ଯାହା ଖୁବ୍‌ ଭାଇରାଲ ହେଉଛି।

ସମଗ୍ର ବିଶ୍ୱରେ ମୁଦ୍ରା ବା ନୋଟ୍‌କୁ ଦେଶର ଅର୍ଥନୈତିକ ମେରୁଦଣ୍ଡ କୁହାଯାଏ। କିନ୍ତୁ ଭାରତରେ ନୋଟ୍‌ ଲୋକମାନଙ୍କ ବାର୍ତ୍ତା ଲେଖିବା ପାଇଁ ଏକ ମାଧ୍ୟମ ପାଲଟିଛି। ଆଜିର ଯୁବପିଢ଼ି ନିଜ ପ୍ରେମିକା/ପ୍ରେମିକଙ୍କୁ ସେମାନଙ୍କ ବାର୍ତ୍ତା ପହଞ୍ଚାଇବା ପାଇଁ ଏହି ନୋଟ୍‌ ଗୁଡ଼ିକୁ ବ୍ୟବହାର କରୁଛନ୍ତି ବର୍ତ୍ତମାନ କୁସୁମ ନାମକ ଜଣେ ଯୁବତୀ ୧୦ ଟଙ୍କିଆ ନୋଟ୍‌ ଉପରେ ଲେଖିଛନ୍ତି, ଏପ୍ରିଲ ୨୬ରେ ମୋ’ ବାହାଘର। ମୋତେ ଶୀଘ୍ର ନେଇଯାଅ ବିଶାଲ। ମଁୁ ତୁମକୁ ଭଲପାଏ। ଇତି ତୁମ କୁସୁମ।

ଏହି ପ୍ରେମପତ୍ର ଏବେ ଭାଇରାଲ ହୋଇଛି। ଏହି ବାର୍ତ୍ତାକୁ ସୋସିଆଲ ମିଡିଆରେ ଖୁବ୍‌ ଶେୟାର କରାଯାଉଛି। ୟୁଜରମାନେ ଏହା ଦେଖିବା ପରେ ଅନେକ ମଜାଳିଆ କମେଣ୍ଟ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଭଗବାନ ଏହି ଦୁହିଁଙ୍କୁ ଶୀଘ୍ର ଏକାଠି କରିଦିଅନ୍ତୁ। ଆଉ ଜଣେ ୟୁଜର ଲେଖିଛନ୍ତି, କୁସୁମ ଏହି ବାର୍ତ୍ତା ବିଶାଲଙ୍କ ନିକଟରେ ପହଞ୍ଚାଇବା ପାଇଁ ସୁନ୍ଦର ଉପାୟଟେ କରିଛନ୍ତି। ଆଉ କିଛି ୟୁଜର ଟଙ୍କାର ଅବମାନନା କରିବା ଅନୁଚିତ ବୋଲି କହିଛନ୍ତି।

Share