Categories: ଜାତୀୟ

ଏକ୍ସପ୍ରେସ୍‌ଓ୍ବେ ରାସ୍ତା ମରାମତିରେ ଦୁଇ ବର୍ଷ ବିଳମ୍ବ: କମ୍ପାନୀ ବିରୋଧରେ ନିଆଗଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ, ୨୬।୧୦: ନୋଏଡା-ଗ୍ରେଟର ନୋଏଡା ଏକ୍ସପ୍ରେସ୍‌ଓ୍ବେ ମରାମତିରେ ଦୁଇ ବର୍ଷ ବିଳମ୍ବ ହେବାରୁ କମ୍ପାନୀ ବିରୋଧରେ ନୋଏଡା ଅଥରିଟି ୧ କୋଟି ଟଙ୍କା ଜରିମାନା ଲଗାଯାଇଛି। ୭୦ କୋଟି ଟଙ୍କାର ରାସ୍ତା ମରାମତି ପ୍ରକଳ୍ପ ସମ୍ପୃକ୍ତ କମ୍ପାନୀକୁ ୨୦୧୯ରେ ଦିଆଯାଇଥିଲା। ଚୁକ୍ତି ଅନୁସାରେ ୨୦୨୦ରେ ହାଇଓ୍ବେ ମରାମତି ଶେଷ ହେବାକୁ ଥିଲା। କିନ୍ତୁ କୋଭିଡ୍‌ କାରଣରୁ କାମ ସରିପାରି ନ ଥିଲା। ଏହାପରେ ପ୍ରକଳ୍ପର ଶେଷ ସମୟ ୨୦୨୧ ଧାର୍ଯ୍ୟ କରାଗଲା। କିନ୍ତୁ ୨୦୨୨ ସୁଦ୍ଧା ହାଇଓ୍ବେର ଏକଚତୁର୍ଥାଂଶ କାର୍ଯ୍ୟ ଶେଷ ହୋଇନାହିଁ। ତେବେ ନଭେମ୍ବର ୩୦ ସୁଦ୍ଧା ଯଦି ରାସ୍ତା କାମ ଶେଷ ନ ହୁଏ ତେବେ କମ୍ପାନୀକୁ ଜରିମାନା ବାବଦକୁ ୧ କୋଟି ଟଙ୍କା ଦେବା ସହ କମ୍ପାନୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା ନୋଏଡା ଅଥରିଟି ପକ୍ଷରୁ କୁହାଯାଇଛି।

Share