ଏନ୍‌ଟିଆରଙ୍କ ଆଗରେ ଏଭଳି ପ୍ରତିଶ୍ରୁତି ରଖିଥିଲେ ନିର୍ଦ୍ଦେଶକ

ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲି ପ୍ରତିଶ୍ରୁତି ପାଳନ କରିବାରେ କେବେ ବିଫଳ ହୁଅନ୍ତି ନାହିଁ। ନିକଟରେ ଫିଲ୍ମଟି ଯଦି ସଫଳତା ହାସଲ କରେ ତେବେ ନର୍ଦ୍ଦେଶକ ‘ଆର୍‌ଆର୍‌ଆର୍‌’ର ଚର୍ଚ୍ଚିତ ଗୀତ ନାଟୁ ନାଟୁ ରେ ହୁକ୍‌ ଷ୍ଟେପ୍‌କରିବେ ବୋଲି ଅଭିନେତା ଜୁନିୟର ଏନ୍‌ଟିଆରଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏବେ ସେହି ପ୍ରତିଶ୍ରୁତି ପାଳନ କରିଛନ୍ତି ରାଜାମୌଲି। ନାଟୁ ନାଟୁ ଗୀତରେ ସେ ନାଚିଥିଲେ ଯାହାକୁ ଦେଖି ଅଭିନେତା କରତାଳି ଦେଇଥିଲେ। ଜୁନିୟର ଏନ୍‌ଟିଆର ଏବଂ ରାମଚରଣଙ୍କ ଅଭିନୀତ ଫିଲ୍ମଟି ମାର୍ଚ୍ଚ ୨୫ରେ ପ୍ରେକ୍ଷାଳୟକୁ ଆସିଥିଲା। ଯାହା ଏବେ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିଛି। ୧୦ ଦିନରେ ଫିଲ୍ମଟି ୧୦୦ କୋଟି ପାଖାପାଖି ପହଞ୍ଚିଥିବା କୁହାଯାଉଛି। ତେବେ ‘ଆର୍‌ଆର୍‌ଆର୍‌’ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଛି।

Share