ଜାପାନରେ ବଢିଲା ‘ଆରଆରଆର’ର କ୍ରେଜ

ମୁମ୍ବାଇ: ସାରା ବିଶ୍ୱରେ ଭାରତକୁ ଗର୍ବିତ କରିଥିବା ମୁଭି ଆରଆରଆରର ଜଲୱା ଥମିବାର ନାଁ ନେଉନି । ନିକଟରେ ସାଉଥ ସିନେମାର ପପୁଲାର ଡିରେକ୍ଟର ଏସଏସ ରାଜାମୌଳିଙ୍କ ମୁଭି ଆରଆରଆରର ଗୀତ ନାଟୁ ନାଟୁ ଓସ୍କାର ୨୦୨୩ ଆୱାର୍ଡ ଜିତିରେ ଇତିହାସ ରଚିଛି । ରାମ ଚରଣ ଓ ଜୁନିୟର ଏନଟିଆରଙ୍କ ଏହି ଗୀତ ବେଷ୍ଟ ସଙ୍ଗ ମୋଶନ ପିକ୍‌ଚର ଆୱାର୍ଡ ବି ଜିତିଛି । ପ୍ରଶଂସକଙ୍କ ମନରୁ ଆରଆରଆରର ନିଶା ଏବେ ପର୍ଯ୍ୟନ୍ତ ଖସୁନାହିଁ । ଜଣେ ଜାପନୀ ମାଆ ତାଙ୍କ ପୁଅ ପାଇଁ ଏହି ମୁଭିର ପୁରା କମିକ ବୁକ ତିଆରି କରି ଦେଇଛନ୍ତି ।
ଏହି କମିକ ବୁକର ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଛି । ଏହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି । ୟୁଜର୍ସ ଏହାକୁ ଖୁବ୍ ପସନ୍ଦ ବି କରୁଛନ୍ତି । ଜଣେ ୭ ବର୍ଷର ଜାପାନି ଶିଶୁଙ୍କୁ ଆରଆରଆର ମୁଭିକୁ ବୁଝାଇବାକୁ ଯାଇ ତାଙ୍କ ମାଆ ଏହି କମିକ ବୁକ ପ୍ରସ୍ତୁତ କରିଥିବା କହିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ମାଆ ଜଣଙ୍କ ଯେତେବେଳେ ପୁସ୍ତକର ପୃଷ୍ଠା ଓଲଟାଉଛନ୍ତି ସେତେବେଳେ ରାମ ଚରଣ ଓ ଜୁନିୟର ଏନଟିଆରଙ୍କ ଚିତ୍ର ଚରିତ୍ର ଦେଖାଯାଉଛି ।
ଏହି ଭିଡିଓକୁ ଶେୟାର କରି କ୍ୟାପଶନରେ ଲେଖାଯାଇଛି ଜାପାନି ମାଆ ଆରଆରଆର ମୁଭି ପାଇଁ କମିକ ବୁକ ତିଆରି କରିଛନ୍ତି । ସେ ଏହା ଭାବି ଏମିତି କରିଛନ୍ତି, ଯେ ତାଙ୍କ ୭ ବର୍ଷର ପୁଅ ସମ୍ପୂର୍ଣ୍ଣ ୩ ଘଣ୍ଟାର ମୁଭିକୁ ବୁଝିବାରେ ଯେମିତି ଅସୁବିଧା ନ ହେବ । ଜାପାନରେ ଆରଆରଆରକୁ ଜବରଦସ୍ତ ଭଳପାଇବା ମିଳିଛି । ଏଠାରେ ଏହାର ଧମାକାଦାର ବିଜନେସ ଜାରି ରହିଛି । ଆରଆରଆର ଜାପାନରେ ୪୪ ସହରରେ ରିଲଜ କରାଯାଇଛି । ଏଠାରେ ଏହି ମୁଭିକୁ ୨୦୯ ସ୍କ୍ରିନ ମିଳିଛି । ଏହା ବ୍ୟତୀତ ୩୧ ଆଇମାକ୍ସ ସ୍କ୍ରିନରେ ବି ଏହି ମୁଭି ଦେଖିବାକୁ ମିଳୁଛି ।

Share