ରୁଷିଆ ସହ ଯୁଦ୍ଧ ଲଢ଼ୁଛନ୍ତି ରାମଚରଣଙ୍କ ବଡିଗାର୍ଡ; ସହାୟତା କରି ଚର୍ଚ୍ଚାରେ…

ହାଇଦ୍ରାବାଦ: ଆଉ ଦିନକ ପରେ ପରଦାକୁ ଆସିବ ଏସ୍‌.ଏସ୍‌. ରାଜାମୌଲୀଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’। ଏଥିରେ ମୁଖ୍ୟ ଭୂମିକାରେ ରାମ ଚରଣ ଏବଂ ଜୁନିୟର ଏନ୍‌ଟିଆର୍‌ ନଜର ଆସିବେ। ଫିଲ୍ମକୁ ନେଇ ଉଭୟ କଳାକାର ଚର୍ଚ୍ଚାରେ ଥିବା ବେଳେ ଏବେ ଭିନ୍ନ କାରଣକୁ ନେଇ ଖବର ଶିରୋନାମା ପାଲଟିଛନ୍ତି ରାମଚରଣ। ୟୁକ୍ରେନ୍‌ରେ ଯୁଦ୍ଧ ଲଢ଼ୁଥିବା ବଡ଼ିଗାର୍ଡ ରଷ୍ଟିଙ୍କ ପାଇଁ ସହାୟତାର ହାତ ବଢ଼ାଇଛନ୍ତି ସେ। ରଷ୍ଟି ଏକ ଭିଡିଓ ଜାରି କରି ସୁପରଷ୍ଟାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

‘ଆର୍‌ଆର୍‌ଆର୍‌’ର ଏକ ଗୀତ ୟୁକ୍ରେନ୍‌ର କ୍ୱିଭ୍‌ରେ ଶୁଟିଂ କରାଯାଇଥିଲା। ଏହି ସମୟରେ ରାମ ଚରଣଙ୍କ ବଡିଗାର୍ଡ ଥିଲେ ରଷ୍ଟି। କିଛିଦିନ ତଳେ ଅଭିନେତା ସେଠାକାର ପରିସ୍ଥିତି ଏବଂ ପରିବାରର ଲୋକଙ୍କ ବିଷୟରେ ତାଙ୍କଠାରୁ ପଚାରି ବୁଝିଥିଲେ। ଏହାର ଜବାବରେ ସେ ସେଠାକାର ସେନାରେ ଯୋଗ ଦେଇଥିବା ରଷ୍ଟି କହିଥିଲେ। ଏହାଶୁଣି ରାମଚରଣ ତାଙ୍କ ସ୍ତ୍ରୀଙ୍କୁ ଟଙ୍କା ପଠାଇବା ସହ ପରିବାରର ଯତ୍ନ ନେବାକୁ କହିଥିଲେ।

ରାମଚରଣଙ୍କ ଏଭଳି ସହାୟତା ବିଷୟରେ ରଷ୍ଟି ଭିଡିଓ ଜାରି କରି କହିଛନ୍ତି। ପ୍ରଯୋଜକ ବି.ଏ. ରାଜୁ ଭିଡିଓକୁ ଟୁଇଟରରେ ଶେୟାର କରିଛନ୍ତି। ଏହା ବେଶ ଭାଇରାଲ ହେଉଛି।

Share