ମେଟ୍ରୋ ଏଜିର ଇଣ୍ଡିଆ ବ୍ୟବସାୟକୁ ଅଧିଗ୍ରହଣ କରିବ ଆର୍‌ଆର୍‌ଏଲ୍‌

ନୂଆଦିଲ୍ଲୀ,୨୩।୧୨:ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ (ଆର୍‌ଆଇଏଲ୍‌) ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ରିଲାଏନ୍ସ ରିଟେଲ ଲିମିଟେଡ୍‌ (ଆର୍‌ଆର୍‌ଏଲ୍‌) ଆଉ ଏକ ଜାତୀୟସ୍ତରର ବ୍ରାଣ୍ଡ୍‌କୁ ଅଧିଗ୍ରହଣ କରିବାକୁ ଯାଉଛି। ବିଶେଷକରି ଅନ୍ତଃରାଷ୍ଟ୍ରୀୟ ବାଣିଜି୍ୟକ ସଂସ୍ଥା ତଥା ମେଟ୍ରୋ ଏଜି ଗ୍ରୁପ୍‌ର ଅନ୍ୟତମ ସଂସ୍ଥା ମେଟ୍ରୋ କ୍ୟାଶ୍‌ ଆଣ୍ଡ୍‌ କ୍ୟାରି ଇଣ୍ଡିଆକୁ ଆର୍‌ଆର୍‌ଏଲ୍‌ ଅଧିଗ୍ରହଣ କରିପାରେ ବୋଲି ଜଣାପଡ଼ିଛି। ଏପରିକି ଉକ୍ତ କମ୍ପାନୀର ୧୦୦% ଅଂଶଧନ କ୍ରୟ କରିବା ପାଇଁ ଆର୍‌ଆର୍‌ଏଲ୍‌ ଏକ ରାଜିନାମା ସ୍ବାକ୍ଷର କରିଥିବା ବେଳେ ଉକ୍ତ କମ୍ପାନୀର ଭାରତ ବ୍ୟବସାୟକୁ ପ୍ରାୟ ୨୮୫୦ କୋଟି ଟଙ୍କାରେ ଆର୍‌ଆର୍‌ଏଲ୍‌ ଅଧିଗ୍ରହଣ କରିବ ବୋଲି ଜଣାପଡ଼ିଛି। ସେହିଭଳି ୨୦୦୩ରେ ଉକ୍ତ କମ୍ପାନୀ ଭାରତ ବଜାରରେ ତା’ର ବ୍ୟବସାୟ ଆରମ୍ଭ କରିଥିଲା। ଏପରିକି ଦେଶର ୨୧ଟି ସହରରେ ୩୦ରୁ ଅଧିକ ବୃହତ୍‌ ଷ୍ଟୋର ଏବଂ ୩୫୦୦ରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରୁଥିବା ମେଟ୍ରୋ ଇଣ୍ଡିଆ ଖୁବ୍‌ଶୀଘ୍ର ଆର୍‌ଆର୍‌ଏଲ୍‌ ସହ ଯୋଡ଼ିହୋଇଯିବ ବୋଲି ଚର୍ଚ୍ଚା ହେଉଛି। ଅପରପକ୍ଷରେ ମେଟ୍ରୋ ଏଜିର ଏହି ହୋଲ୍‌ସେଲ ଡିଭିଜନ ଉଭୟ ଗ୍ରାହକ ଏବଂ ବ୍ୟବସାୟୀଙ୍କୁ ଉତ୍ତମ ସୁବିଧା ଯୋଗାଇଥାଏ। ହେଲେ ବର୍ତ୍ତମାନ ରିଲାଏନ୍ସ ଗ୍ରୁପ୍‌ ଭାରତରେ ତା’ର ପରିଚାଳନାକୁ ୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ଅଧିଗ୍ରହଣ କରିବାକୁ ଯାଉଛି ବୋଲି ସୂଚନା ମିଳିଛି। ଫଳରେ ରିଲାଏନ୍ସ ରିଟେଲ ଆହୁରି ଶକ୍ତିଶାଳୀ ସାଙ୍ଗକୁ ମେଟ୍ରୋ ଇଣ୍ଡିଆର ହୋଲ୍‌ସେଲ ଷ୍ଟୋରର ପରିଚାଳନା ଭାର ଗ୍ରହଣ କରିବ। ଏପରିକି ମେଟ୍ରୋ ଇଣ୍ଡିଆ ନିକଟରେ ଏକ ବଡ଼ ଗ୍ରାହକ ବିଶିଷ୍ଟ ରିଟେଲ ଷ୍ଟୋର ଏବଂ ବିଶାଳ ସପ୍ଲାଏ ନେଟ୍‌ଓ୍ବର୍କ ରହିଛି। ବିଶେଷ କରି ମେଟ୍ରୋ ଇଣ୍ଡିଆ ରିଟେଲ ଛୋଟ ବ୍ୟବସାୟ ଏବଂ ବ୍ୟବସାୟୀଙ୍କ ପାଇଁ ଏକ ବିଶ୍ବସନୀୟ ଭାଗୀଦାର ଭାବେ ବେଶ୍‌ ଜଣାଶୁଣା। ସୂଚନାଯୋଗ୍ୟ, ୨୦୨୨ ସେପ୍ଟେମ୍ବରରେ ମେଟ୍ରୋ ଇଣ୍ଡିଆ ପ୍ରାୟ ୭୭୦୦ କୋଟି ଟଙ୍କାର କାରବାର କରିଥିଲା। ଭାରତ ବଜାରରେ ଏହା କମ୍ପାନୀର ପ୍ରବେଶ କରିବାର ସବୁଠୁ ଭଲ ପ୍ରଦର୍ଶନ ରହିଥିଲା। ଏହି ଅଧିଗ୍ରହଣ ପରେ ରିଲାଏନ୍ସ ରିଟେଲ ଷ୍ଟୋର ସଂଖ୍ୟା ବଢ଼ାଇବ ତଥା ଉପଭୋକ୍ତାଙ୍କୁ ଉତ୍ତମ ସେବା ଯୋଗାଇବ ବୋଲି ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍‌ର ନିର୍ଦ୍ଦେଶିକା ଇଶା ଅମ୍ବାନୀ ମତପ୍ରକାଶ କରିଛନ୍ତି। ସେହିପରି ମେଟ୍ରୋ ଇଣ୍ଡିଆାର ଅଧିଗ୍ରହଣ ଛୋଟ ବ୍ୟବସାୟୀ ଏବଂ ଉଦ୍ୟମ ସହ କମ୍ପାନୀର ଏକ ଭିନ୍ନ ମଡେଲ କରିବା ପାଇଁ ଆମର ନୂଆ ବ୍ୟବସାୟିକ ପଲିସିର ଅନୁରୂପ ମେଟ୍ରୋ ଇଣ୍ଡିଆ ଭାରତୀୟ ବି୨ବି ବଜାରରେ ଅଗ୍ରଣୀ ସେବା ଯୋଗାଇବା ସହ କମ୍ପାନୀର ବ୍ୟବସାୟକୁ ଆହୁରି ମଜଭୁତ କରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଅପରପକ୍ଷରେ ମେଟ୍ରୋ ଏଜିର ସିଇଓ ଡ. ଷ୍ଟିଫେନ୍‌ ଗ୍ର୍ୟୁବେଲ କହିଛନ୍ତି, ରିଲାଏନ୍ସ ଗ୍ରୁପ୍‌ ଉକ୍ତ ବ୍ୟବସାୟକୁ ସଫଳତା ପୂର୍ବକ ଚଳାଇବ। ଉଲ୍ଲେଖଯୋଗ୍ୟ, ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରି ଜର୍ମାନୀଭିତ୍ତିକ କମ୍ପାନୀ ମେଟ୍ରୋ ଏଜିର ମେଟ୍ରୋ କ୍ୟାଶ୍‌ ଆଣ୍ଡ୍‌ କ୍ୟାରି ଇଣ୍ଡିଆ ବ୍ୟବସାୟକୁ ଅଧିଗ୍ରହଣ କରିବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri