ସରକାରୀ ଚାକିରି: ୨୨,୦୦୦ ପଦବୀ ପାଇଁ ଏହି ଦିନରୁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୨୯ା୧୨: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର। ରେଳବାଇ ନିଯୁକ୍ତି ବୋର୍ଡ (RRB) ପକ୍ଷରୁ ‘ଲେଭଲ-୧’ର ପ୍ରାୟ ୨୨,୦୦୦ ପଦବୀ ପାଇଁ ଏକ ସଂକ୍ଷିପ୍ତି ବିଜ୍ଞପ୍ତି ଜାରି କରାଯାଇଛି। ଯୋଗ୍ୟ ପ୍ରାର୍ଥୀମାନେ ଅନଲାଇନ୍ ମାଧ୍ୟମରେ ଏହି ପଦବୀ ପାଇଁ ଆବେଦନ କରିପାରିବେ।

ନିଯୁକ୍ତି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ:
ମୋଟ ପଦବୀ: ପାଖାପାଖି ୨୨,୦୦୦।

ଆବେଦନ ତାରିଖ: ଆସନ୍ତା ୨୧ ଜାନୁଆରୀ ୨୦୨୫ ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୨୦ ଫେବୃଆରୀ ୨୦୨୫ (ରାତି ୧୧:୫୯) ପର୍ଯ୍ୟନ୍ତ ଚାଲିବ।

ବେତନ: ସପ୍ତମ ବେତନ କମିଶନ ଅନୁଯାୟୀ ରହିବ।

ଆବେଦନ ୱେବସାଇଟ୍: ପ୍ରାର୍ଥୀମାନେ rrbapply.gov.in ପୋର୍ଟାଲ୍ ମାଧ୍ୟମରେ ଫର୍ମ ପୂରଣ କରିପାରିବେ।

ଯୋଗ୍ୟତା ଓ ବୟସ ସୀମା:
ଶିକ୍ଷାଗତ ଯୋଗ୍ୟତା: ଆବେଦନକାରୀ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ପାସ୍ କରିବା ସହ ଆଇଟିଆଇ (ITI) ଯୋଗ୍ୟତା ହାସଲ କରିଥିବା ଆବଶ୍ୟକ। ବିସ୍ତୃତ ସୂଚନା ପରବର୍ତ୍ତୀ ସମୟରେ ମୁଖ୍ୟ ବିଜ୍ଞପ୍ତିରେ ପ୍ରକାଶ ପାଇବ।

ବୟସ ସୀମା: ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୩୩ ବର୍ଷ ନିର୍ଦ୍ଧାରଣ କରାଯାଇଛି।

ରେଳବାଇ ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଆବେଦନ ସମୟରେ ଆଧାର କାର୍ଡ ଅପଡେଟ୍ ରହିବା ଆବଶ୍ୟକ। ଆଧାର କାର୍ଡରେ ଥିବା ପ୍ରାର୍ଥୀଙ୍କ ନାମ ଏବଂ ଜନ୍ମ ତାରିଖ ଦଶମ ଶ୍ରେଣୀ ପ୍ରମାଣପତ୍ର ସହିତ ୧୦୦ ପ୍ରତିଶତ ମେଳ ଖାଉଥିବା ଜରୁରୀ।

ପ୍ରାର୍ଥୀମାନଙ୍କୁ ସୂଚନା ଦେବା ପାଇଁ ଏହି ସଂକ୍ଷିପ୍ତ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଖୁବଶୀଘ୍ର RRB ର ଆଧିକାରିକ ୱେବସାଇଟ୍‌ରେ ସମ୍ପୂର୍ଣ୍ଣ ବିବରଣୀ ସହ ‘ଡିଟେଲ୍‌ଡ ନୋଟିଫିକେସନ୍’ ଅପଲୋଡ୍ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିମାନବନ୍ଦରରେ କେମିତି ପାଇବେ ଚାକିରି? ଜାଣନ୍ତୁ କ’ଣ ପଢ଼ିଲେ ମିଳିବ ଏହି ସୁଯୋଗ, କେତେ ପାଇବେ ଦରମା…

ନୂଆଦିଲ୍ଲୀ,୨୯ା୩: ବିମାନବନ୍ଦରରେ ଚାକିରି ପାଇବା ଅନେକ ଯୁବତୀ ଯୁବକଙ୍କ ସ୍ବପ୍ନ। ବିମାନବନ୍ଦରରେ କାମ କଲେ ଅନେକ ସୁବିଧା ମିଳିଥାଏ। ଯେଉଁଥିରେ ଭଲ ଦରମା, ବୃତ୍ତିଗତ ପରିବେଶ, ସ୍ମାର୍ଟ…

CPET ପରୀକ୍ଷା ନେଇ ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି,  ଆବେଦନର ସମୟ ସୀମା…

ଭୁବନେଶ୍ବର,୧୬ା୩: Common PG Entrance Test (CPET) ପରୀକ୍ଷା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଆବେଦନର ସମୟସୀମାକୁ ବୃଦ୍ଧି କରାଯାଇଛି ।…

ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ, ସ୍କୁଲରେ ମିଳିବ ଶାରୀରିକ….

ଭୁବନେଶ୍ବର,୧୩।୩: ସୁରୁଖୁରୁରେ ଚାଲିଛି ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ । ଗୃହରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଥିବା ବେଳେ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପ୍ରସଙ୍ଗରେ ଆଲୋଚନା…

ଆଜିଠାରୁ କମନ୍‌ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ

ଭୁବନେଶ୍ୱର,୨୭।୨(ସୁଚିସ୍ମିତା ସାହୁ): ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଓ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ସ୍ନାତକୋତ୍ତର (ପିଜି) ନାମଲେଖା ପ୍ରକ୍ରିୟା ଶୀଘ୍ର ଆରମ୍ଭ କରିବାକୁ ଉଚ୍ଚଶିକ୍ଷା…

ଶିକ୍ଷା, କଲ୍ୟାଣ ମାଧ୍ୟମରେ ତୃଣମୂଳ ସ୍ତରର ପରିବର୍ତ୍ତନକୁ ଆଗେଇ ନେଉଛି ରାଜୁ ପି. ପୁଥ୍ରାନଙ୍କ ସରସ୍ୱତୀ ଫାଉଣ୍ଡେସନ

ପ୍ରତିଯୋଗିତା ଏବଂ ସ୍ୱାର୍ଥ ଦ୍ୱାରା ପରିଭାଷିତ ଆଜିର ଏହି ବିଶ୍ୱରେ, କରୁଣା ଏବଂ ନିଷ୍ଠାପର ସେବାର କାହାଣୀ ଆମକୁ ମନେ ପକାଇ ଦିଏ ଯେ ପ୍ରକୃତ ପ୍ରଗତି…

ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା: ଆବେଦନ ଫର୍ମରେ ଯୋଡ଼ିହେଲା ‘ତୃତୀୟ ଲିଙ୍ଗ’ ବିକଳ୍ପ

ଭୁବନେଶ୍ୱର,୨୦।୨: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ୍ ସର୍ଭିସେସ୍ (OCS) ପରୀକ୍ଷା-୨୦୨୫ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ବର୍ତ୍ତମାନର ଅନଲାଇନ୍ ଆବେଦନ ଫର୍ମରେ…

କାଲି CBSE ଦଶମ-ଦ୍ବାଦଶ ପରୀକ୍ଷା, ସକାଳ ୧୦ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ CBSEର ନିର୍ଦ୍ଦେଶ

ଭୁବନେଶ୍ବର,୧୬ା୨: ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ, ଦ୍ବାଦଶ ପରୀକ୍ଷା । ୪୬ ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ଏଥର ଦେବେ ଦଶମ ଓ ଦ୍ବାଦଶ…

ପରୀକ୍ଷା ପୂର୍ବରୁ ନିୟମରେ ବଡ଼ ପରିବର୍ତ୍ତନ କଲା CBSE, ସପ୍ଲିମେଣ୍ଟାରୀ ଦେବାକୁ ହେଲେ….

ନୂଆଦିଲ୍ଲୀ,୧୬।୨: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫେବୃଆରୀ ୧୮ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ, CBSE ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri