Posted inଖେଳ

କୋହଲି ଅଷ୍ଟମ ଶତକ ବୃଥା, ରାଜସ୍ଥାନକୁ ଜିତାଇଲେ ବଟଲର

ଜୟପୁର,୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଟି୨୦ କ୍ରିକେଟ ଟୁର୍ନାମେଣ୍ଟରେ ବିରାଟ କୋହଲି ଅଷ୍ଟମ ଶତକ ସତ୍ତ୍ୱେ ପରାଜିତ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)। ଶତକୀୟ ମ୍ୟାଚରେ ଜୋଶ ବଟଲରଙ୍କ ୧୦୦* ରନ ବଳରେ ରାଜସ୍ଥାନ ରୟାଲ୍ସ ୬ ଉଇକେଟରେ ବିଜୟୀ ହୋଇଛି। ଶନିବାର କୋହଲିଙ୍କ ୧୧୩* ରନ୍‌ ବଳରେ ଆରସିବି ୩ ଉଇକେଟରେ ୧୮୩ ରନ୍‌ କରିଥିଲା। ଜବାବରେ ରାଜସ୍ଥାନ ୧୯.୧ ଓଭରରେ ୪ ଉଇକେଟ ହରାଇ ୧୮୯ ରନ୍‌ କରିଥିଲା। କ୍ରମାଗତ ଚତୁର୍ଥ ମ୍ୟ୍ୟାଚ୍‌ ଜିତି ପଏଣ୍ଟ ଟେବୁଲ ଶୀର୍ଷରେ ପହଞ୍ଚିଛି ରାଜସ୍ଥାନ।

ଟସ୍‌ ଜିତି ରାଜସ୍ଥାନ ପ୍ରଥମେ ବୋଲିଂ ନେଇଥିଲା। ବିରାଟ କୋହଲି(୧୧୩*) ଓ ଫାଫ୍‌ ଡୁପ୍ଲେସି(୪୪) ପ୍ରଥମ ଉଇକେଟରେ ୧୨୫ ରନ୍‌ ଯୋଡିଥିଲେ। ଫାଫ୍‌ ୩୩ ବଲ୍‌ ଖେଳି ୨ଟି ଲେଖାଏ ଛକା ଓ ଚୌକା ସହିତ ୪୪ ରନ୍‌ ସ୍କୋର କରିଥିଲେ। ତେବେ ପ୍ରଥମ ଉଇକେଟର ପତନ ପରେ ଆରସିବିର ସ୍କୋରିଂ ହାର ଧୀମେଇ ଯାଇଥିଲା। ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ୩ ବଲ୍‌ରୁ ୧ ରନ୍‌ କରିଥିବା ବେଳେ କାମେରନ୍‌ ଗ୍ରୀନ୍‌ ୬ ବଲ୍‌ରୁ ୫ ରନ୍‌ କରି ପାରିଥିଲେ।

କୋହଲି ଗୋଟିଏ ପଟରୁ ଇନିଂସ ସମ୍ଭାଳିବା ସହ ୧୧୩ ରନ୍‌ କରିଥିଲେ। କୋହଲି ୭୨ ବଲ୍‌ ଖେଳି ୧୨ ଚୌକା ଓ ୪ ଛକା ମାରିଥିଲେ। ରାଜସ୍ଥାନ ପକ୍ଷରୁ ୟୁଜବେନ୍ଦ୍ର ଚହଲ ୨ ଓ ନାନ୍ଦ୍ରେ ବର୍ଗର ୧ ଉଇକେଟ ନେଇଥିଲେ। ୧୮୪ ରନ୍‌ ଲକ୍ଷ୍ୟର ପିଛା କରୁଥିବା ରାଜସ୍ଥାନ ଖାତା ଖୋଲିବା ଆଗରୁ ଯଶସ୍ବୀ ଜୟସ୍ବାଲଙ୍କ ଉଇକେଟ ହରାଇଥିଲା। ତେବେ ଜୋଶ ବଟଲର(୧୦୦*) ଓ ସଞ୍ଜୁ ସାମସନ୍‌(୬୯) ଦ୍ୱିତୀୟ ଉଇକେଟରେ ୧୪୮ ରନ୍‌ ଯୋଡିଥିଲେ।

ଆଇପିଏଲ କ୍ୟାରିୟରର ଷଷ୍ଠ ଶତକ ହାସଲ କରିଥିବା ବଟଲର ୫୮ ବଲ୍‌ ଖେଳି ୯ ଚୌକା ଓ ୪ ଛକା ମାରିଥିଲେ। ଅନ୍ୟ ପକ୍ଷରେ ସାମସନ୍‌ ୪୨ ବଲ୍‌ ଖେଳି ୮ ଚୌକା ଓ ୨ ଛକା ମାରିଥିଲେ। ଅନ୍ତିମ ଓଭରର ପ୍ରଥମ ବଲରେ ଛକା ମାରି ମ୍ୟାଚ୍‌କୁ ଷ୍ଟାଇଲରେ ଶେଷ କରିଥିଲେ ବଟଲର। ରିସି ଟପ୍‌ଲେ ୨ ଉଇକେଟ ନେଇଥିବା ବେଳେ ମହମ୍ମଦ ସିରାଜ ଓ ୟଶ ଦୟାଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଆଇପିଏଲରେ ସର୍ବାଧିକ ଶତକ ରେକର୍ଡ ନିଜ ନାମରେ ରଖିଥିବା କୋହଲିଙ୍କ ଏହା ଅଷ୍ଟମ ଶତକ। ଜାଶ ବଟଲର ଓ କ୍ରିସ୍‌ ଗେଲ୍‌ ୬ ଶତକ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ଏହି ଦେଶରେ ହେବନାହିଁ ଆଇପିଏଲ୍‌ ପ୍ରସାରଣ, କାହିଁକି ଜାଣନ୍ତୁ…

ଢାକା,୩୧ା୩: ଭାରତର ପ୍ରସାରଣକାରୀ ସଂସ୍ଥା ଜିଓଷ୍ଟାର ବାଂଲାଦେଶରେ ଚଳିତ ବର୍ଷର ଆଇପିଏଲ୍‌ ପ୍ରସାରଣ ଚୁକ୍ତିକୁ ବରଖାସ୍ତ କରିଛି। ସ୍ଥାନୀୟ ସାଥି କମ୍ପାନୀ ପାଉଣା ଦେବାରେ ବିଫଳ ହୋଇଥିବାରୁ…

CSKର ପରାଜୟ ପାଇଁ ସଞ୍ଜୁ ସାମସନଙ୍କ ସମେତ ଏହି ୫ ଖେଳାଳି ଦାୟୀ!

ନୂଆଦିଲ୍ଲୀ,୩୧।୩: ମାର୍ଚ୍ଚ ୩୦ରେ ଅନୁଷ୍ଠିତ 2026 ଇଣ୍ଡିଆନ ପ୍ରିମିୟର ଲିଗର ତୃତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମୁକାବିଲା ହୋଇଥିଲା। ଗୁଆହାଟୀର…

IPL 2026 Points Table: RCB ଠାରୁ 1 ନମ୍ବର ସ୍ଥାନ ଛଡ଼ାଇ ନେଲା RR; CSKର ପରାଜୟ ପରେ ଦେଖନ୍ତୁ ପଏଣ୍ଟ ଟେବୁଲ ସ୍ଥିତି

ନୂଆଦିଲ୍ଲୀ,୩୧।୩: ଇଣ୍ଡିଆନ ପ୍ରିମିୟର ଲିଗ 2026 ର ଉତ୍ସାହ ଆରମ୍ଭ ହୋଇସାରିଛି, ଏବଂ ଲିଗରେ ତିନୋଟି ମ୍ୟାଚ ଖେଳାଯାଇସାରିଛି। ଏହି ତିନୋଟି ମୁକାବିଲାରେ, ବିରାଟ କୋହଲି ଏବଂ…

ରୋହିତ 2.0: ପ୍ରାୟ ୧୦ ମାସ ପରେ ଟି-୨୦ କ୍ରିକେଟକୁ ଫେରିଲେ ‘ହିଟମ୍ୟାନ’

ନୂଆଦିଲ୍ଲୀ,୩୧।୩: ଯଦିଓ ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି, ରବିବାର ରାତିରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଖେଳାଯାଇଥିବା ଆଇପିଏଲ…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ପରାଜୟ ପରେ ବାହାନା କରିବା ଆରମ୍ଭ କଲେ ଋତୁରାଜ ଗାୟକୱାଡ; ଦର୍ଶାଇଲେ ଦଳର ନୈରାଶ୍ୟଜନକ ପ୍ରଦର୍ଶନର ପ୍ରମୁଖ କାରଣ

ନୂଆଦିଲ୍ଲୀ,୩୧।୩: ଗୁଆହାଟୀରେ ଖେଳାଯାଇଥିବା ଏକ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦମ ଦାର ପରାଜୟ ପରେ, ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଋତୁରାଜ ଗାୟକୱାଡ ପରାଜୟର କାରଣ…

କେବେ ସରିବ ଇରାନ-ଇସ୍ରାଏଲ ଯୁଦ୍ଧ? ଇରାନ ପ୍ରଧାନମନ୍ତ୍ରୀ ଦେଲେ ବଡ଼ ଅପଡ଼େଟ୍

ତେହରାନ,୩୧।୩: ଇରାନ-ଇସ୍ରାଏଲ ବିବାଦ ଆରମ୍ଭ ହେବାର ଗୋଟିଏ ମାସ ବିତିଗଲାଣି, ତଥାପି ମିଶାଇଲ୍ ଏବଂ ଡ୍ରୋନର ଆକ୍ରମଣ କମିବାର କୌଣସି ସଙ୍କେତ ଦେଖାଯାଉନାହିଁ । ଆମେରିକା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri